ଏକଜିଟ୍ ପୋଲ ଆକଳନ । କିଏ କେଉଁଠି ଗଢ଼ିବ ସରକାର ।
ମାଙ୍କନ ଦାଖଲ ସରିଲା ହେଲେ ବିଜେଡିରେ ବିଧିବଦ୍ଧ ଟିକେଟ୍ ଘୋଷଣା ହେଲାନି । ଶେଷ ପର୍ଯ୍ୟନ୍ତ ସସପେନ୍ସରେ ଆଶାୟୀଙ୍କୁ ରଖିଲା ଶାସକ ଦଳ ବିଜେଡି । ଆଉ ଫଳ-ଶେଷ ମୁହୂର୍ତ୍ତରେ ଦଳ ଉପରୁ ଭରସା ତୁଟାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେଡିର ମାଳ ମାଳ ନେତା ।
ପାରମ୍ପରିକ ବାଦ୍ୟ ସହ ଡିଜେ ସାଉଣ୍ଡ୍, ହାତରେ ଦଳୀୟ ପତାକା, ମୁହଁରେ ସ୍ଲୋଗାନ୍ ଶେଷ ଦିନରେ ଏମିତି ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ବି ବାଣ-ବାଜାରେ କମ୍ପେଇଛନ୍ତି ପରିବେଶ।
ଉତ୍ତରପ୍ରଦେଶରେ ଫେବୃୟାରୀ ୧୦ରୁ ଆରମ୍ଭ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଥିବାବେଳେ ଚଳିତ ମାର୍ଚ୍ଚ ୧୦ ତାରିଖରେ ଗଣତି ହେବ ।
ପଞ୍ଚାବରେ ସତ୍ତା ହରାଇବ କଂଗ୍ରେସ, କ୍ଷମତାକୁ ଆସିବ ଆମ୍ ଆଦ୍ମୀ ପାର୍ଟି ! ସେପଟେ ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂବର୍ବାନୁମାନ କରାଯାଇଛି । ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୁଣି ଥରେ ସୁନା କଳସ ଢ଼ାଳିଛନ୍ତି ଉତ୍ତରପ୍ରଦେଶ ବାସିନ୍ଦା । ଏଠାରେ ମୋଟ ୪୦୩ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା ।
ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂର୍ବାନୁମାନ କରାଯାଇଛି । ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛ ।
ମୋଟ୍ ୯ଟି ଜିଲ୍ଲାର ୫୪ଟି ଆସନରେ ଆଜି ସକାଳୁ ଭୋଟ୍ ଗ୍ରହଣ ହେଉଛି ।
ବାଜା, ବାଣ, ରୋଷଣି ଭିତରେ ନାମାଙ୍କନ ଦାଖଲ। ପୂର୍ବରୁ ଖାଁ ଖାଁ ରହୁଥିବା ଏଡିଏମ୍ ଅଫିସ୍ ଆଜି ଦୁଲିକିଛି। ଆସନ୍ତାକାଲି ପୌର ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ଦିନକ ପୂର୍ବରୁ ଭୁବନେଶ୍ୱରରେ ହାଇପ୍ରୋଫାଇଲ୍ ପ୍ରାର୍ଥୀ ଶୋଭାଯାତ୍ରାରେ ଯାଇ ଆଜି ନାମାଙ୍କନ ଭରିଛନ୍ତି।
ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ପେଟ୍ରୋଲ ଟାଙ୍କି ତୁରନ୍ତ ପୂର୍ଣ୍ଣ କରିଦିଅନ୍ତୁ, ମୋଦି ସରକାରଙ୍କ ନିର୍ବାଚନ ଅଫର ଶେଷ ହେବାକୁ ଯାଉଛି”।
ପୁଳା ପୁଳା ସମସ୍ୟା ଭିତରେ ଆଗକୁ ହେବାକୁ ଯାଉଛି ଖୋର୍ଦ୍ଧା ପୌରପରିଷଦ ନିର୍ବାଚନ । ରାଜ୍ୟରେ କ୍ୟାବିନ ସହର ଭାବେ ପରିଚିତ ଖୋର୍ଦ୍ଧା ପୌରାଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଲୋକଙ୍କ ଅଭିଯୋଗ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ସବୁକିଛି ଅବ୍ୟବସ୍ଥିତ । ଅଭିଯୋଗର ଲମ୍ବାଫଦ୍ଦ ଭିତରେ ୨୨ଟି ୱାର୍ଡ ବିଶିଷ୍ଟ ଖୋର୍ଦ୍ଦା ପୌର ପରିଷଦ ପାଇଁ କାହାକୁ ଅଧ୍ୟକ୍ଷ ବାଛିବେ ତାହା ଏବେ ବଡ ପ୍ରଶ୍ନ ପାଲଟିଛି ।
ହଟିଲା ସସପେନ୍ସ । ବଛା ହେଲେ ଯୋଦ୍ଧା । ଛକାପଞ୍ଝା ମଧ୍ୟରେ ବିଜେପି ଆଜି ସିଏମସି ନିର୍ବାଚନ ଲାଗି ମେୟର୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅଭିନେତା ଶ୍ରୀତମ୍ ଦାସଙ୍କୁ ବିଜପି କଟକର ମେୟର ପ୍ରାର୍ଥୀ କରିଛି । ଶ୍ରୀତମ ଦାସଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି ସଭାପତି । ସିଏମସି ମେୟର ନିର୍ବାଚନ ପାଇଁ ଚିତ୍ର ସ୍ପଷ୍ଟ ହୋଇଛି ।
ପୌର ନିର୍ବାଚନରେ ନାମାଙ୍କର ଆଜି ପଞ୍ଚମ ଦିନ । ଆସନ୍ତାକାଲି ସରୁଛି ନାମାଙ୍କନ ପ୍ରକ୍ରିୟା । କାଲି ନାମାଙ୍କନ ଶେଷ ହେଉଥିବାରୁ ଆଜି ଅଧିକାଂଶ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ରହିଛି । ମୁଖ୍ୟତଃ ୩ ପ୍ରମୁଖ ମହାନଗର ନିଗମ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ ମେୟର ନିର୍ବାଚନକୁ ନେଇ ଜୋର ଧରିଛି ରାଜନୀତି ।
୨୦୧୭ ନିର୍ବାଚନରେ ବାରାଣସୀ ଲୋକସଭା ଆସନ ଅଧିନରେ ଥିବା ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରିଥିଲା । ଏଥର ମଧ୍ୟ ସେହିଭଳି ପ୍ରଦର୍ଶନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନ ହେଲା ଆସି ବାରାଣସୀରେ ଡେରା ପକାଇଥିଲେ ।
୨୦୧୭ ନିର୍ବାଚନରେ ବାରାଣସୀ ଲୋକସଭା ଆସନ ଅଧିନରେ ଥିବା ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରିଥିଲା । ଏଥର ମଧ୍ୟ ସେହିଭଳି ପ୍ରଦର୍ଶନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ୩ ଦିନ ବାରାଣସୀରେ ଡେରା ପକାଇଥିଲେ
ଆସନ୍ତାକାଲି ଶେଷ ଦିନ ଥିବାରୁ ଅନ୍ୟ ପୌରାଞ୍ଚଳରେ ମଧ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ରହିଛି । କଟକରେ ବିଭିନ୍ନ ୱାର୍ଡ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ପାଟ ପଟୁଆରରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହା ବ୍ୟତିତ ରାଜ୍ୟର ଅନ୍ୟ ସହରରେ ବି ନାମାଙ୍କନ ଦାଖଲ କରିଛନ୍ତି ଅନେକ ପ୍ରାର୍ଥୀ ।
ସସପେନ୍ସର ଅନ୍ତ ଘଟିଲା । ଭୁବନେଶ୍ୱର ମହାନଗର ପାଇଁ ମେୟର ପ୍ରାର୍ଥୀନୀ ଘୋଷଣା କଲେ ବିଜେପି, ବିଜେଡି, କଂଗ୍ରେସ୍। ସାହିତ୍ୟିକା ଡଃ ସୁନୀତି ମୁଣ୍ଡଙ୍କୁ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇଛି ବିଜେପି ।
ମହାନଗର ନିର୍ବାଚନକୁ ନେଇ ବଢୁଛି ଟ୍ୱିନ୍ସିଟିରେ ରାଜନୀତିର ପାରା। ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ଯେତିକି ପାଖୋଉଛି ପ୍ରାର୍ଥୀ ଚୟନ ନେଇ ପଲିଟିକାଲ ପାର୍ଟିଙ୍କ ଅଙ୍କକଷା ସେତେ ବଢୁଛି। ସେପଟେ କଟକ ଦଖଲ ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏବେଠୁ ଦେଖାଇଲେଣି ଦମ୍ଭୋକ୍ତି।
ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି।
ଘୋଷଣା ହେଲା ବିଜେଡି ମେୟର ପ୍ରାର୍ଥୀ । ମେୟର ମଇଦାନରେ ସୁଲୋଚନା, ସୁବାସ ଓ ସଂଘମିତ୍ରା । ୩ ମହାନଗର ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା କରିଛି ।
ପରିବା ଦୋକାନ କରି ପରିବାର ଚଳାଉଥିଲେ। ଏବେ ସ୍ତ୍ରୀ ହୋଇଗଲେ ସରପଂଚ। ଲୋକଙ୍କ ଭଲପାଇବା ଓ ସ୍ନେହ ପାଇଁ ମୁଁ ସରପଂଚ ବୋଲି କହିଲେ ମହେଶ୍ୱତା। ଏହାସହ ଚାଷୀଙ୍କୁ ପାଣି କେମିତି ମିଳିବ ତାହା ମୋ ପାଇଁ ଅଗ୍ରାଧିକାର...
ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ପାଖେଇ ଆସୁଥିଲେ ବି କୌଣସି ଗୋଟିଏ ବି ଦଳରେ ଚୂଡାନ୍ତ ହୋଇନି ପ୍ରାର୍ଥୀ ତାଲିକା। ସବୁଠୁ ଅଧିକ ଫୋକସରେ ଥିବା ଭୁବନେଶ୍ୱର ମହାନଗର ନିଗମର ସବୁ ଓ୍ୱାର୍ଡରେ କର୍ପୋରେଟର କଥା ଛାଡ଼ନ୍ତୁ ବିଜେପି ଓ ବିଜେଡି ଏଯାଏଁ ମେୟର ପ୍ରାର୍ଥୀଙ୍କ ନାଁ ବି ଘୋଷଣା କରିନାହାନ୍ତି। ହେଲେ ପ୍ରଥମ ଦଳଭାବେ କଂଗ୍ରେସ କିନ୍ତୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି।
ବିଜେପି ହେଉ କି ବିଜେଡି ଏ ଦୁଇ ଦଳରୁ କିଏ ହେବେ ଭୁବନେଶ୍ୱର ମେୟର ପ୍ରାର୍ଥୀ, ତାକୁ ନେଇ ସସପେନ୍ସ ଲାଗି ରହଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସବୁ ସିଟ୍କୁ ପୋଛି ନେଇଛି ବିଜେଡି। ବିଜେପି ସମେତ ବିରୋଧି କଂଗ୍ରେସ ମାଟି କାମୁଡିଛନ୍ତି । ଏହା କିପରି ସମ୍ଭବ ହେଲା? କାମ କଲା କି ଟଙ୍କା ଆଉ ମଦର ଖେଳ? ତେବେ ଏହାକୁ ନେଇ ଏମିତି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଓଟିଭିର ଖୋଲାକଥାରେ ଭାଗନେଇ କହିଛନ୍ତି ଗୁମର କଥା ।