• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ କଳା ପତାକା ପ୍ରଦର୍ଶନ ସହ ଗାଡ଼ିକୁ କାଳିମାଡ଼ କରିଛନ୍ତି ଛାତ୍ର କଂଗ୍ରେସ । ପୁରୀ ଭିଆଇପି ରୋଡ୍ ଝାଡ଼େଶ୍ୱରୀ ଛକ ପାଖରେ ଗାଡ଼ିକୁ କାଳିମାଡ଼ କରାଯାଇଛି । କଳା ପତାକା ପ୍ରଦର୍ଶନ, କାଳିମାଡ଼ ଘଟଣାରେ ଛାତ୍ର କଂଗ୍ରେସର ୮ ଜଣଙ୍କୁ ଅଟକ ରଖାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଡ଼ା ମନ୍ତବ୍ୟ ରଖିଛନ୍ତି । ଆଜି ପୁରୀରେ ପିନାକୀ କହିଛନ୍ତି ଯେ, ‘ମହାପ୍ରଭୁଙ୍କ ଇଚ୍ଛାରେ କାମ ହେଉଛି, କେହି କାମ ବନ୍ଦ କରିପାରିବେନି । କାମ ଆଇନ ଅନୁସାରେ ହେଉଛି କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ । କାମ ମହାପ୍ରଭୁଙ୍କ ଇଚ୍ଛାରେ ହେଉଥିବାରୁ ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ଏଥିରେ ବାଧା ଦେଇପାରିବେନି’।