• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୮୫ ନମ୍ବର ବୁଥକୁ ଛାଡ଼ି ଆଜି ସୁରୁଖୁରୁରେ ଶେଷ ହୋଇଛି ବ୍ରଜରାଜନଗର ଉପନିର୍ବାଚନ । ଏହାସହ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍‌ ବକ୍ସରେ ।ଅପରାହ୍ଣ ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି । ଭୋଟ ବେଳେ କୌଣସି ସ୍ଥାନରେ ସେମିତି କିଛି ବିଶେଷ ସମସ୍ୟା କି ଅପ୍ରୀତିକର ପରିସ୍ଥିତି ହୋଇନଥିବା ଜଣାପଡ଼ିଛି । କେବଳ ୪ଟି ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଥିଲା । ସେସବୁକୁ ପରିବର୍ତ୍ତନ କରାଯାଇଥିଲା । ବ୍ରଜରାଜନଗର ଉପନିର୍ବାଚନରେ ୭୧.୯୦ ପ୍ରତିଶତ ମତଦାନ ହୋଇଛି । ଶାନ୍ତିଶୃଙ୍ଖଳାର ସହ ୨୭୯ଟି ବୁଥ୍‌ରେ ମତଦାନ ଶେଷ ହୋଇଛି ।

କୋଭିଡ ନିୟମ ପାଳନ କରି ଏବଂ ଗ୍ରୀଷ୍ମପ୍ରବାହକୁ ଦେଖି ମତଦାନ ପାଇଁ ସୁବ୍ୟବସ୍ଥା କରାଯାଇଥିଲା । ଆଜି ସକାଳ ୭ରୁ ଆରମ୍ଭ ହୋଇଥିଲା ମତଦାନ । ନିର୍ବାଚନ ପାଇଁ ମୋଟ ୧ ହଜାର ୨୨୮ ପୋଲିଂ ଅଫିସର ନିୟୋଜିତ କରାଯାଇଥିଲା । ଆଇନଶୃଙ୍ଖଳା ପାଇଁ ୧ ହଜାର ପୋଲିସ ଅଧିକାରୀ, ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଇଥିଲା । 

ତେବେ ଲଖନପୁର ବ୍ଲକ ପଣ୍ଡାର ପଞ୍ଚାୟତର ବେଙ୍କମୁରା ଗାଁରେ ଭୋଟବର୍ଜନ କରିଥିଲେ ଗ୍ରାମବାସୀ । ୨୭୨ ଜଣ ମତଦାତା ଭୋଟଦାନରୁ ବିରତ ରହିଥିଲେ ।ଗତବର୍ଷଠାରୁ ଗାଁରେ ଥିବା ସରକାରୀ ସ୍କୁଲକୁ ବନ୍ଦ କରିଦେଇଥିବା ପ୍ରତିବାଦରେ ଭୋଟବର୍ଜନ କରିଛନ୍ତି ବେଙ୍କମୁରା ଗାଁ ଲୋକେ । ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।