କେଜରିଓ୍ୱାଲଙ୍କ ସହିତ ଆଲୋଚନା ପରେ କେବେ ଶପଥ ନିଆଯିବ, ତାହା ଜଣାପଡ଼ିବ । ଆଜି ସଂଧ୍ୟା ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ମାନ୍ । କାଲି ସରକାର ଗଠନ ନେଇ ସେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବେ ।
ବିଜେପିର ସିଟ୍ ତଳକୁ ଖସାଇ ହେବ, ତାହା ଆମେ କରି ଦେଖାଇଛୁ । ଆଗକୁ ଏହା ଆହୁରି ଜାରି ରହିବ । ଗତ ଥର ଅପେକ୍ଷା ଆସନ ସଂଖ୍ୟା ବୃଦ୍ଧି ପାଇବା ଓ ଭୋଟ୍ ହାର ବୃଦ୍ଧି ପାଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଲେ ଅଖିଳେଶ ।
ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୱାର୍ଡବାସୀ । ତଥାପି ଦୂର ହୋଇପାରିନି ପାନୀୟ ଜଳ ସମସ୍ୟା ।
୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଟାକ୍ଷ ଭରା ଟ୍ୱିଟ୍ । ନିର୍ବାଚନର ଫଳାଫଳ ପ୍ରସଙ୍ଗକୁ ନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ମନେ ପକାଇ ଟ୍ୱିଟ୍ କରିଛନ୍ତି ।
ପ୍ରଥମ ଥର ପାଇଁ ୟୁପିରେ ଜଣେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜନାଦେଶ ହୋଇଛି। ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ଏକ ଦଳକୁ ପୁଣି ସମର୍ଥନ ମିଳିଛି। ଆମର ବିଜୟରେ ମା ଓ ଭଉଣୀଙ୍କ ଅବଦାନ ବହୁତ ବେଶି ରହିଛି।
ଏକ୍ଜିଟ୍ ପୋଲ ରିପୋର୍ଟ କହିଥିଲା ୪ ରାଜ୍ୟରେ ବିଜେପି କରିବ ଶାସନ । ଆଉ ପଞ୍ଜାବରେ ଆପ୍ ଗଢ଼ିବ ସରକାର । ନିର୍ବାଚନ ଫଳାଫଳ ତାହା ହିଁ ହେଲା ।
ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ, ହେଙ୍ଗାଙ୍ଗ ନିର୍ବାଚନ ମଣ୍ଡଳୀରୁ ୧୮ ହଜାରରୁ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି । ସେପଟେ ୨୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମଣିପୁରରେ ଖାତା ଖୋଲିପାରିଛି ନୀତିଶ କୁମାରଙ୍କ ଜେଡିୟୁ ।
ଗୋଆରେ ପୁଣି ସରକାର ଗଢିବାକୁ ପ୍ରସ୍ତୁତ ହେଲାଣି ବିଜେପି । ୪୦ ବିଧାନସଭା ଆସନରୁ ଏକାକୀ ବିଜେପିକୁ ମିଳିଛି ୨୦ଟି ସିଟ୍ । ତେବେ ମ୍ୟାଜିକ୍ ନମ୍ବରରୁ ଗୋଟିଏ ସିଟ୍ ପଛରେ ରହିଛି ଦଳ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜ୍ୟରେ ବିଜେପି ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଥିବା ବେଳେ ହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଖାତିମା ଆସନରୁ କଂଗ୍ରେସର ଭୁବନ ଚନ୍ଦ୍ର କାପ୍ରିଙ୍କ ଠାରୁ ସେ ପରାସ୍ତ ହୋଇଛନ୍ତି ।
୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି ଏକାକି ୯୨ ଆସନ ଜିତିଥିବା ବେଳେ କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତିପାରିଛି । ସେହିଭଳି ବିଜେପିକୁ ୨ଟି ଓ ଶିରୋମଣି ଅକାଳୀ ଦଳ ସପକ୍ଷରେ ଯାଇଛି ୩ଟି ସିଟ୍ ମିଳିଛି ।
ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ୮୦ ହଜାରରୁ ଅଧିକ ଭୋଟ୍ରେ ଜିତିଛନ୍ତି ।
ସମସ୍ତଙ୍କ ମନରେ ପ୍ରଶ୍ନ, ପଞ୍ଜାବରେ କେଉଁ କାରଣରୁ କଂଗ୍ରେସ ହାରିଲା ଆଉ ଆପ୍ ଜିତିଲା ? ବିଶେଷଜ୍ଞଙ୍କ ମତରେ ୧୦ଟି କାରଣ ହିଁ ମୁଖ୍ୟତଃ ପଞ୍ଜାବରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଦାୟୀ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍ ଗଭର୍ଣ୍ଣାନାନ୍ସ ଯୋଗୁଁ ଆଜି ୪ ରାଜ୍ୟରେ ବିଜେପିର ବିଜୟ ହୋଇଛି । ଏହି ଚାରି ରାଜ୍ୟରେ ପୂର୍ବରୂ ମଧ୍ୟ ବିଜେପି ସରକାର ଥିଲା ।
ଆଜି 5ଟି ରାଜ୍ୟ ( ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ)ର
ଜାରି ରହିଛି ପୌର ନିର୍ବାଚନ ପ୍ରାର୍ଥିପତ୍ର ଯାଞ୍ଚ । ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର କରି ହେବ ନାମାଙ୍କନ ପତ୍ର । ହେଲେ ବିଜେଡି ପାଇଁ ଟେନସନ୍ ପାଲଟିଛନ୍ତି ବିଦ୍ରୋହୀ ପ୍ରାର୍ଥୀ । କେବଳ ୩ ମହାନଗର ନୁହେଁ ପୌର ପରିଷଦ ଓ ଏନଏସିଗୁଡିକରେ ବି ଦଳକୁ ଅଡୁଆ ହୋଇଛନ୍ତି ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ।
ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ଏନେଇ ରାଜ୍ୟ ଗୁଡ଼ିକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟର ବି ଉତ୍ସବର ମାହୋଲ ।
ଶ୍ରୀ ଦାସଙ୍କ ନାମର ବର୍ଣ୍ଣମାଳା ଅନୁଯାୟୀ ନିକିତି ଚିହ୍ନ ପାଇ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ।
ପଞ୍ଜାବରେ ମଧ୍ୟ ଆମ୍ ଆଦ୍ମୀ ପାର୍ଟି ଐତିହାସିକ ବିଜୟ ହାସଲ କରୁଥିବା ନେଇ ସବୁ ଏକ୍ଜିଟ୍ ପୋଲ୍ର ଆକଳନକୁ ନେଇ ବେଶ୍ ଉତ୍ସାହିତ ଦଳ । ହେଲେ ୟୁପିରେ ଇଭିଏମ୍ ଗଡ଼ବଡ଼ି ନେଇ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ଅଭିଯୋଗ ପରେ ତେଜିଛି ରାଜନୀତି ।
ବ୍ଲକ ଚେୟାରମ୍ୟାନ ନିର୍ବାଚନ ପୂର୍ବରୁ ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ଉପରେ ମିଛ କେସ କରାଯାଉଛି । ଗୋଡେଇ ଗୋଡେଇ ତାଙ୍କୁ ଘରୁ ଉଠାଇ ନିଆଯାଉଛି ।
୮୦ଟି ପୌର ପରିଷଦରୁ ବିଜେପି ଏକାକୀ ୭୪ରେ ବିଜୟୀ । ବିଜେପି ସହଯୋଗୀ ଆସାମ ଗଣପରିଷଦ ୨ଟିରେ ବିଜୟୀ । କଂଗ୍ରେସ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ଟିରେ ବିଜୟୀ ।
ଆସାମ ପୌର ଭୋଟରେ ବିଜେପିର କ୍ଲିନ୍ ସୁଇପ୍ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଭୋଟ ଗଣତିକୁ ନେଇ ଟୁଇଟ୍ କରିଛନ୍ତି ।
ସବୁ ଦଳ ନାମାଙ୍କନ ଭରିଛନ୍ତି। ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଦେଖା ଦେଇଛି ଅସନ୍ତୋଷ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ଦଳରୁ ବାହାରି ଦୁଇ ଜଣ ପ୍ରାର୍ଥୀ ହୋଇଛନ୍ତି। ଦୁହେଁ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେବାକୁ ଅନାଇ ବସିଛି।
ବିଜେଡିକୁ ଏବେ ବିଦ୍ରୋହୀ ଅଡୁଆ । ପୌର ନିର୍ବାଚନରେ ଦଳୀୟ ଟିକଟ ପାଇନଥିବାରୁ ଭୁବନେଶ୍ୱର, କଟକ ଓ ବ୍ରହ୍ଣପୁର ମହାନଗର ନିଗମରେ ଅନେକ ଦଳୀୟ ନେତା ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନରେ ଓହ୍ଲାଇଛନ୍ତି । ମ୍ୟୁନିସିପାଲିଟି ଓ ଏନ୍ଏସି ଗୁଡ଼ିକରେ ବି ସମାନ ସ୍ଥିତି ।
ୟୁପିରେ ପୁଣି ଫୁଟିବ କି ପଦ୍ମ ? ରାଜ୍ୟବାସୀଙ୍କ ପାଇଁ ଆଉଥରେ ଉପଯୋଗୀ ହେବେ କି ମୁଖ୍ୟମନ୍ତ୍ରୀ ଯୋଗୀ ? ୫ ରାଜ୍ୟ ନିର୍ବାଚନ ଫଳାଫଳ ପୂର୍ବରୁ ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଯିବାରୁ ଉତ୍ସାହରେ ପଦ୍ମ ଦଳ ।
ବାରଣସୀର ଏକ ସ୍ଥାନରୁ ତିନିଟି ଟ୍ରକରେ ଇଭିଏମ୍ ଯାଇଥଲା, ଯାହା ଭିତରୁ ଗୋଟିଏକୁ ସମାଜବାଦୀ ପାର୍ଟି କର୍ମୀମାନେ ପିଛା କରିଥିଲେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେ ଶୁଣୁନଥିବା କହିଛନ୍ତି ଅଖିଳେଶ ।