• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟିଂ । ୨୭୯ ବୁଥରେ ମତଦାନ ହେବାକୁ ଥିବାବେଳେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ସେଥି ମଧ୍ୟରୁ ୨୨ ଟି ନୂଆ ବୁଥ, ୩୦ଟି ମଡେଲ ବୁଥ ରହିଛି । ସେହିପରି ବ୍ରଜରାଜନଗରେ ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୫ଟି ପିଙ୍କ ବୁଥ ହୋଇଛି, ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ରହିବେ । ପ୍ରେସମିଟ କରି ସୂଚନା ଦେଇଛନ୍ତି ଓଡ଼ିଶା ମୁଖ୍ୟ ର୍ନିବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

୩୧୨ ଜଣ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ବାଲଟ ପେପରରେ ଭୋଟ ଦେଇ ସାରିଛନ୍ତି, ସେମାନଙ୍କ ଭୋଟ ସଂଗ୍ରହ କରାଯାଇଛି । ବୁଥ୍ ଗୁଡିକରେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ ୫୦ ପ୍ରତିଶତ ବୁଥର ୱେବକାଷ୍ଟିଂ କରାଯିବ । ଭୋଟିଂ ପାଇଁ ୧୨ ଶହ ୨୮ ଜଣ ପୋଲିଂ ଅଫିସର ନିୟୋଜିତ ହେବେ । ସେପଟେ ଆଇଶୃଙ୍ଖଳା ରକ୍ଷା ପାଇଁ ୧ ହଜାର ପୋଲିସ ଅଧିକାରୀ ଓ ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ରହିବେ । କୋଭିଡ ନିୟମ ମାନି ଭୋଟିଂ ହେବାକୁ ଥିବା ବେଳେ ସବୁ ବୁଥରେ ସାନିଟାଇଜର ଓ ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି ।

ଆଜି ସାଢ଼େ ୬ଟାରେ ପ୍ରଚାର ସରୁଥିବାରୁ ବାହାର ଲୋକଙ୍କ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ୧୨ ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର ବୋଲି ପ୍ରେସମିଟରେ କୁହାଯାଇଛି । ଭୋଟରଙ୍କ ଲାଗି ୧୯୫୦ ଟୋଲ ଫ୍ରି ନମ୍ବର ରହିଛି । ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ସେପଟେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ସରୁଛି କ୍ୟାମ୍ପେନ୍ । ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା । ପ୍ରଚାରର ଆଜି ଶେଷ ଦିନ ଥିବାରୁ ସମସ୍ତ ପ୍ରାର୍ଥୀଙ୍କ ପାଖରେ ଆଉ ମାତ୍ର କିଛି ଘଣ୍ଟା ରହିଛି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ ଦଳର ଅନ୍ୟ ହେଭିୱେଟ୍ ନେତାମାନେ ଗାଁକୁଗାଁ ଓ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି ।

ଗତକାଲି ପ୍ରଦୀପ ପୁରୋହିତ, ସୁରମା ପାଢୀ, ସବିତା ନନ୍ଦ, ପିଙ୍କି ପ୍ରଧାନ ପ୍ରମୁଖ ବିଜେପି ପ୍ରଚାରରେ ସାମିଲ ହୋଇଥିଲେ। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ଦଳର ବହୁ ପ୍ରମୁଖ ଓ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ତାଙ୍କ ପାଇଁ ଶାସକ ଦଳର ମାଳମାଳ ନେତା ଓ ମନ୍ତ୍ରୀଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି । କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ପ୍ରମୁଖ ଦଳୀୟ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ଭୋଟ୍ ମାଗିଛନ୍ତି ।