Advertisment

୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି : ସସ୍ମିତ ପାତ୍ରଙ୍କୁ ରିପିଟ୍‌ କଲା ଦଳ

୪ ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
bjd

bjd

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା ହୋଇଛି । ପୁଣି ଥରେ ସସ୍ମିତ ପାତ୍ରଙ୍କୁ ଦଳ ରିପିଟ୍ କରିଥିବା ବେଳେ, ଆଉ ୩ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିଛି ଦଳ ।  ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡିର ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ପଠାଇବ ଦଳ ।  ସେହିପରି ବିଜେଡି ମୁଖପାତ୍ର ସୁଲତା ଦେଓଙ୍କ ନାଁ ଘୋଷଣା କରିଛି ଦଳ । ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ମହାସଚିବଙ୍କୁ ମଧ୍ୟ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ ।    

Advertisment

ସସ୍ମିତ ପାତ୍ର:
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପୁଣି ଥରେ ଯିବେ ରାଜ୍ୟସଭା । ଦ୍ୱିତୀୟ ପାଳିରେ ସେ ରାଜ୍ୟସଭାକୁ ଯିବେ । ଏହା ପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ। ତେବେ ରାଜ୍ୟସଭା ଟିକେଟ ପାଇବ ପରେ ସେ କହିଛନ୍ତି, ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱର ଶାଣିତ କରିବି । ଓଡ଼ିଶାର ହକ୍ ପାଇଁ ଦିଲ୍ଲୀରେ ଯୁକ୍ତି ଉପସ୍ଥାପନ କରିବି। ମୋ ପରି ନବାଗତଙ୍କ ଉପରେ ପୁଣି ଅସ୍ଥା ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ବଳିଷ୍ଠ ନେତୃତ୍ୱରେ କାର୍ଯ୍ୟ ଜାରି ରଖିବି’ ।

ମାନସ ମଙ୍ଗରାଜ:
ବିଜେଡି ସାଧାରଣ ସଂପାଦକ ତଥା ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ଅଛନ୍ତି ମାନସ ମଙ୍ଗରାଜ । ତାଙ୍କୁ ଏଥର ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ତେବେ ପ୍ରାର୍ଥୀ ଘୋଷଣା ପରେ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାନସ ମଙ୍ଗରାଜ । ସେ କହିଛନ୍ତି- ‘ରାଜ୍ୟର ସମସ୍ୟାକୁ ସଠିକ ଭାବେ ଉପସ୍ଥାପନ କରିବି । ରାଜନୀତିରେ ମୁଁ ଦୀର୍ଘ ବର୍ଷ ହେଲା ଅଛି । ରାଜ୍ୟର ସ୍ୱରକୁ ମୁଁ ଦିଲ୍ଲୀରେ ପହଞ୍ଚାଇବି’ ।

Advertisment

ସୁଲତା ଦେଓ:

ବିଜେଡି ମୁଖପାତ୍ର ଥିବା ସୁଲତା ଦେଓଙ୍କୁ ମଧ୍ୟ ମିଳିଛି ରାଜ୍ୟସଭା ଟିକେଟ୍‌ ।  ରାଜ୍ୟସଭା ପ୍ରାର୍ଥୀ ହେବା ପରେ ସୁଲତା ଦେଓ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରିବି । ଓଡ଼ିଶାର ବିକାଶ ପାଇଁ ଲଢ଼େଇ ଜାରି ରହିବ । ମିଶନ ଶକ୍ତି, ମହିଳା ସଶକ୍ତୀକରଣକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଉଛନ୍ତି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବି ।

ନିରଞ୍ଜନ ବିଶି :

ନିରଞ୍ଜନ ବିଶି ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ଚେହେରା।  ପଶ୍ଚିମ ଓଡ଼ିଶା ଆଦୀବାସୀ ମହାସଂଘର ମହାସଚିବ ଥିବା ନିରଞ୍ଜନ ବିଶିଙ୍କୁ ନାଁ ଘୋଷଣା କରି ଚମକାଇ ଦେଇଛନ୍ତି ବିଜେଡି ସୁପ୍ରିମୋ । ତେବେ ଟିକେଟ୍ ମିଳିବା ପରେ ସେ କହିଛନ୍ତି ‘ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିକାଶ ଲାଗି ଯୋଜନାମାନ କରିଛନ୍ତି । ମୁଁ ଆଦିବାସୀ ଓ ଦଳିତଙ୍କ ଉନ୍ନତି ଲାଗି ଲଢୁଥିଲି । ଏବେ ସରକାରଙ୍କ ଯୋଜନାକୁ ସେମାନଙ୍କ ନିକଟରେ ପହଞ୍ଚାଇବି ।

ସୂଚନାଯୋଗ୍ୟ ଦଳର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ୍. ଭାସ୍କର ରାଓ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଥିବାବେଳେ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୌର ନିର୍ବାଚନରେ କଟକର ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ରାଜ୍ୟସଭା ପଦ ଛାଡ଼ିଥିଲେ ।

ଏଣୁ ଓଡ଼ିଶାରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବ । ଏଥିଲାଗି ଗତ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାସହ ନାମାଙ୍କନ ଦାଖଲ ସମୟ ଆରମ୍ଭ ହୋଇଥିଲା ।  

Rajya Sabha Election Odisha Rajya Sabha Election
Advertisment
Advertisment