ଶରତ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ମଙ୍ଗୁଆଳ । ପିସିସି ସଭାପତି ପାଇଁ ତାଙ୍କ ନାଁରେ ମୋହର ମାରିଛି ଏଆଇସିସି (AICC) ।
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ରାଜ୍ୟସଭା ପ୍ରାର୍ଥୀ ପାଇଁ ନାମାଙ୍କନ ପ୍ରକ୍ରିୟା । ବିଜେଡି ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି ।
ପୁଣି ଥରେ କଂଗ୍ରେସର ମଙ୍ଗ ଧରିଲେ ଶରତ ପଟନାୟକ । ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଲେ ହାଇକମାଣ୍ଡ । ବହୁ ବାଦ ବିବାଦ ଏବଂ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ଶରତଙ୍କ ନାଁକୁ ଘୋଷଣା କରିଛି ଏଆଇସିସି ।
ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିଦାୟୀ ସଭାପତି ନିରଞ୍ଜନଙ୍କ ଶୁଭେଚ୍ଛା । ନୂଆ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ସଫଳତା ପାଇବା ନେଇ ଆଶାବାଦୀ ଅଛନ୍ତି ନିରଞ୍ଜନ ।
ଓଡ଼ିଶାର କଂଗ୍ରେସର ମଙ୍ଗ ଧରିଲେ ଶରତ
କଟକ ମେୟର ସୁବାସ ସିଂହଙ୍କୁ ଚାରିଆଡ଼େ ବିରୋଧ କରାଯାଉଛି। ନିକଟରେ ସୁବାସ ସିଂହ ଏମିତି ଏକ ବୟାନ ଦେଇଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଆରମ୍ଭ କରି ଗାଁର ମହିଳାଙ୍କ ସହ ମଧ୍ୟ ଭଲ ମନ୍ଦ ସୁବିଧା ଅସୁବିଧା ନେଇ ସବୁ ଆଲୋଚନାକ କରନ୍ତି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ମହିଳା ଜଣକ କିଏ ? କେଉଁ ନେତା ?
ସେବାୟତମାନେ ଜମି ଦେଇଛନ୍ତି, ସେମାନେ କେବେ ବି ସମ୍ବିତଙ୍କୁ କ୍ଷମା କରିବେ ନାହିଁ । ସମ୍ବିତଙ୍କୁ ନିୟମିତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା କରିବେ ନାହିଁ ।
ବିଜେଡିରେ ନଥିବା କଥା ନିଜେ କହିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ।
ଶ୍ରୀମନ୍ଦିର ଚାରିପଟେ କଣ ହେଉଛି ତାହା ପ୍ରଥମେ ପୁରୀ ସାଂସଦଙ୍କୁ ଜଣାନ୍ତୁ ସରକାର, ଏହାପରେ ଅନ୍ୟ ମାନଙ୍କୁ ଜଣାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।
ସାଂସଦ ପିନାକୀ ମିଶ୍ର ଓଡ଼ିଶାବାସୀଙ୍କୁ ମିସ୍ଲିଡ୍ କରୁଛନ୍ତି । ଆମେ ଢ଼ୋଙ୍ଗୀ ନା ଆପଣ ଢ଼ୋଙ୍ଗୀ ? ଶ୍ରୀମନ୍ଦିର ଚାରିପଟେ ଏବେ GPRS କରାଯାଉଛି । ଗତ ଦୁଇ ଦିନ ହେବ GPRS କାମ ଚାଲିଛି ।
ମହାନଦୀ ସମସ୍ୟାର ସମାଧାନ ହୋଇନଥିଲେ ବି ଏବେ କୁଆଡ଼େ ଗଲେ ବିଜେଡି ନେତାମାନେ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏ ପ୍ରସଙ୍ଗକୁ ନେଇ ବିଜେଡି ଅନେକ ତୁମ୍ଭି ତୋଫାନ କରିଥିଲା।
ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଓବିସିଙ୍କୁ ସଂରକ୍ଷଣ ଅନୁମତି ଦେବା ପରେ ଓଡ଼ିଶା ସରକାର କୋର୍ଟକୁ ଯିବେ କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । କେବଳ ବିଜେପି ନୁହେଁ, କଂଗ୍ରେସ ମଧ୍ୟ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି ।
ଭିଡିଓରେ ଖୋଦ୍ ଅନୁଭବଙ୍କ ଶଙ୍କାକୁ ସାବ୍ୟସ୍ତ କରିବା ପରେ ଦେବାଶିଷଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା । ଏପଟେ ବର୍ଷା ଫ୍ୟାନ୍ କ୍ଲବ୍ କହିଲା ମିଛ କାନ୍ଦ, ମହାଡ୍ରାମା ।
ଗତ ୧୮ ତାରିଖରେ ତାଙ୍କରି ନାଁରେ ଥିବା ଏକ ଫେସବୁକ ପେଜରେ ସାଂସଦ ଅନୁଭବ ମହାନ୍ତି ଏହି ଲମ୍ବା ଭିଡିଓଟି ଛାଡ଼ିଥିଲେ। ଯାହାର ଅବଧି ଥିଲା ଅଧଘଣ୍ଟାରୁ ଅଧିକ ସମୟ। ଏହାକୁ ନେଇ ଗତକାଲି ଦିନ ସାରା ନାନା ମହଲରେ ପ୍ରବଳ ଚର୍ଚ୍ଚା ହୋଇଥିଲା।
ବ୍ରଜରାଜନଗରରେ ୩ ଜଣ ପ୍ରାର୍ଥୀ ଓହରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି
ଅନୁଭବଙ୍କ ଏ ଭିଡିଓ ପୋଷ୍ଟ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା କଣ ଜାଣିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇପାରିନଥିଲା ।
ଗତ ୬ ମାସ ତଳେ ଏହି ସ୍କୁଲଟିକୁ ମଡେଲ ସ୍କୁଲ ଭାବେ ନୂଆ କରି ତିଆରି ହୋଇଥିଲା l
୭୮ କିଲୋମିଟର ଦୀର୍ଘ ପ୍ରାଚୀ ନଦୀ, ଖୋର୍ଦ୍ଧା-କଟକ-ପୁରୀ ଜିଲ୍ଲାର ୬ଟି ବ୍ଲକ ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଏବଂ ଅସ୍ତରଙ୍ଗ ଦେଇ ଯାଇଛି ।
ବିଜେପି କହିଛି ମନ୍ଦିର ବିକାଶ ନାଁରେ ଡ୍ରାମା ଓ ରାଜନୀତି କରିବା ଠିକ୍ ନୁହେଁ ବିଜେଡି ତାର ଜବାବ୍ ରଖିଛି ।
ରାଜ୍ୟ କ୍ୟାବିନେଟରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ ।
ପୁରୀ ଏମାର୍ ମଠ ପରିସରରେ ଖୋଳାପୋତାରେ ଲୋଟୁଥିବା ଭଙ୍ଗା ଐତିହ୍ୟ ସିଂହର ଭବିଷ୍ୟତ କଣ? ତାହା ଏବେ ବି ଅସ୍ପଷ୍ଟ ଥିବାବେଳେ ଗତକାଲି ଏଏସ୍ଆଇ ଅଧିକାରୀ ଏହାକୁ ଗଙ୍ଗବଂଶ ରାଜତ୍ୱ ସମୟର ବୋଲି କହିବା ପରଠୁ ସୃଷ୍ଟି ହୋଇଛି ଆଲୋଡ଼ନ ।
ଭବ୍ୟ ଦିବ୍ୟ ସୁନ୍ଦର ତାରାତାରିଣୀ ପୀଠର ନବକଳେବରରେ ଉତ୍ସବମୁଖର । ରୂଷିକୂଲ୍ୟା ନଦୀ ତଟ କୁମାରୀ ପାହାଡ଼ର ସର୍ବୋଚ୍ଚ ଶିଖରରେ ମାଙ୍କ ମନ୍ଦିର । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଛି । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନ୍ଦିରର ଲୋକାର୍ପଣ କରାଯାଇଛି । ସାରା ରାଜ୍ୟରେ ମନ୍ଦିର ବିକାଶକୁ ରାଜ୍ୟ ସରକାର ଫୋକସ କରିଥିବାବେଳେ ଏହାକୁ ନେଇ ତେଜିଛି ରାଜନୀତି ।
ସେ ଟ୍ୱିଟ୍ କରି କହିଛନ୍ତି ଯେ, GPRS କରାଯାଇଛି, ଏ ସଂପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା GPRSରେ ଖନନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ।
ଏମାର ମଠରୁ ସିଂହ ମୂର୍ତ୍ତି ବାହାରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର...