Advertisment

ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ବୟକଟ୍ କାହିଁକି ?

ସରକାରୀ କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ନାରା

author-image
Chandan Shishu
MP aparajita Sarangi

MP aparajita Sarangi

ରାଜ୍ୟସ୍ତରୀୟ ବନ ମହୋତ୍ସୋବକୁ ନେଇ ରାଜନୈତିକ ବିବାଦ। ପୁଣି ଚର୍ଚ୍ଚାରେ ଅପରାଜିତାଙ୍କ ଉପରେ ସରକାରଙ୍କ ଆକ୍ରୋଶ ରାଜନୀତି। ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ବୟକଟ୍ ଅଭିଯୋଗ। ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ରାଜ୍ୟସ୍ତରୀୟ ବନମହୋତ୍ସବ ପାଳନ ହେଲା। ଯେଉଁଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କଠୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଭୁବନେଶ୍ୱରର ଅନ୍ୟ ଦୁଇ ବିଧାୟକ ଓ ମେୟର ଉପସ୍ଥିତ ଥିଲେ। ଆଉ ଭର୍ଚୁଆଲ୍‌ରେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ନଥିଲେ ସ୍ଥାନୀୟ ସାଂସଦ ଅପରାଜିତା।

Advertisment

ସରକାରୀ କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ନାରା ସହ କର୍ମୀଙ୍କୁ ଧରି ମଞ୍ଚକୁ ଆସୁଥିଲେ। ମନ୍ତ୍ରୀ ଅଶୋକ ତା ପରେ ପରେ ସ୍କୁଲ ପରିସରରେ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ବାହାରେ ଚାଲିଥିଲା ବିରୋଧ। କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ନଥିବାରୁ ମୁଣ୍ଡରେ କଳାପଟି ବାନ୍ଧି ବିରୋଧ କରିଥିଲେ, ଧାରଣା ଦେଇଥିଲେ ସ୍ଥାନୀୟ ବିଜେପି କର୍ପୋରେଟର ରାମଚନ୍ଦ୍ର ରଣସିଂହ।

ହେଲେ ସରକାରୀ କାର୍ଯ୍ୟକ୍ରମରେ କାହିଁକି ସ୍ଥାନୀୟ ସାଂସଦ ଓ କର୍ପୋରେଟରଙ୍କୁ ଉପେକ୍ଷା? ଏହାକୁ ନିନ୍ଦା କରିବା ସହ ବର୍ଷିଛନ୍ତି ସାଂସଦ ଅପରାଜିତା କହିଛନ୍ତି- ଏହା ତାଙ୍କ ପ୍ରତି ଥିବା ରାଜ୍ୟ ସରକାରଙ୍କ ଭୟ ଓ ସଂକୀର୍ଣ୍ଣ ମାନସିକତାର ପରିଚୟ। ତାଙ୍କୁ କାହିଁକି ସରକାରୀ କାର୍ଯ୍ୟକ୍ରମରେ ଡକା ଗଲାନାହିଁ, ତାର ଉତ୍ତର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ। ତେବେ ଜବାବରେ ନିମନ୍ତ୍ରଣ ନକରିବାର କାରଣ କଣ ନକହି ତାଙ୍କୁ ମଧ୍ୟ ଅନେକ କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଉନଥିବା ଉଦାହରଣ ଦେଇ ପାଲଟା ରୋଷ ଦେଖାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।

Advertisment

ସରକାରୀ କାର୍ଯ୍ୟକ୍ରମରେ ସାଂସଦକୁ ବୟକଟ କିମ୍ବା ଅପରାଜିତାଙ୍କ ପ୍ରତି ଶାସନକଳ ଆକ୍ରୋଶର ଏ ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ରାଜଧାନୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରା ନଯିବା କଥା ହେଉ କି ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ବେଳେ ବଡଦାଣ୍ଡରେ ତାଙ୍କ ପଦଯାତ୍ରାକୁ ଅନୁମତି ନମିଳିବା କିମ୍ବା ସମର୍ଥକଙ୍କ ସହ ଗାଡ଼ି ନେଇ ତାରାତିରଣୀ ମନ୍ଦିର ପରିସରକୁ ଯିବାକୁ ସ୍ଥାନୀୟ ପ୍ରଶାସନର ବାରଣ।

ସବୁଠୁ ଅଧିକ ବିବାଦ ହୋଇଥିଲା ମହାମାରୀ ବେଳେ କଟକଣା ନମାନି ଜନ୍ମଦିନ ପାଳନ ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯିବା ଘଟଣାକୁ ନେଇ ତେବେ ଅପରାଜିତାଙ୍କ ପ୍ରତି କାହିଁକି ଏ ଆଭିମୁଖ୍ୟ? ରାଜନୈତିକ ବିଶେଷଜ୍ଞଙ୍କ ମତରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅପରାଜିତାଙ୍କ କଡା ଓ ସିଧା ସମାଲୋଚନା ହିଁ ଏହାର କାରଣ।

ରିପୋର୍ଟ: ବିବର୍ତ୍ତନ ପଣ୍ଡା, ସୌମ୍ୟ ରଞ୍ଜନ ସାହୁ

MP Aparajita Sarangi Van Mahotsav
Advertisment
Advertisment