Advertisment

ଓଡ଼ିଶା ମାଟିରେ ଦ୍ରୌପଦୀ ମୁର୍ମୁ; ଏୟାରପୋର୍ଟରେ ଭବ୍ୟ ସ୍ୱାଗତ

ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ..

author-image
Otv Khabar Bureau
ଅଦ୍ୟତନ ହୋଇଛି
NDA Presidential Candidate Draupadi Murmu In Odisha

NDA Presidential Candidate Draupadi Murmu In Odisha

ଓଡ଼ିଶାରେ ପହଞ୍ଚିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିବାବେଳେ ଦ୍ରୌପଦୀ ମୁର୍ମୁଙ୍କୁ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ଏହାପରେ ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନକୁ ଗଲେ ଦ୍ରୌପଦୀ ମୁର୍ମୁ ।

Advertisment

ଅତିଥି ଭବନରେ କିଛି ସମୟ ବିଶ୍ରାମ ପରେ ସେ ବିଧାନସଭାରେ ପହଞ୍ଚିଛନ୍ତି । ବିଧାନସଭାରେ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଛନ୍ତି। ଏହାସହ ବିଜେଡିର ସାଂସଦ ଓ ବିଧାୟକ ସ୍ୱାଗତ ଜଣାଇଛନ୍ତି । ଏହାପରେ ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୩୦ ମିନିଟ୍‌ର ଆଲୋଚନା କରି ଦ୍ରୌପଦୀ ଫେରିଯିବେ । ତେବେ ବିଜେଡିର ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରି ସମର୍ଥନ ଲୋଡ଼ିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

Advertisment
Draupadi Murmu NDA Presidential Candidate Droupadi Murmu
Advertisment
Advertisment