ପ୍ରଦୀପ, ପୋଲିସ ଆଉ ପଲିଟିକ୍ସ। ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ପୋଲିସ୍ ର ନିଷ୍କ୍ରିୟତା। ଯାହାକୁ ନେଇ ତେଜିଛି ରାଜନୀତି। କଂଗ୍ରେସ୍ ଓ ବିଜେପି ଜନ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।
ନବୀନଙ୍କ ଶାସନ ବ୍ୟବସ୍ଥାରେ କ୍ରୀତଦାସ ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି। ଯାହାକି ସ୍ୱାଭିମାନୀ ଓଡ଼ିଶାବାସୀଙ୍କ ପାଇଁ ଅଭିଶାପ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।
ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ।
ଲୁଲୁ ସେନାର ନାଁ ତ ଆପଣମାନେ ନିଶ୍ଚିତ ଶୁଣିଥିବେ । ଇଏ କିନ୍ତୁ ଲୁଲୁ ସେନା ନୁହେଁ ବରଂ ପ୍ରଦୀପ ସେନା । ହଁ, ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କ ଉଦ୍ୟମରେ ଗଠନ ହୋଇଛି ପ୍ରଦୀପ ସେନା ।
ମୁଁ ସ୍ୱାଧୀନ ବିଧାୟକ ଅଛି ବୋଲି କହିଛନ୍ତି ଗୋପାଳପୁର ବିଧାୟକ।
ପୁରା ଫିଲ୍ମ ଷ୍ଟାଇଲ୍ରେ ଦିନ-ରାତି ୨୩ ଘଣ୍ଟା ଧରି ଚାଲିଥିଲା ଚଢଉ। ପ୍ରଦୀପଙ୍କ ଘରୁ ଭିଜିଲାନ୍ସ ୧କିଲୋ ୪୪୦ଗ୍ରାମ୍ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନର୍ ନେକଲେସ୍ ଜବତ କରିଛି। ପ୍ରଦୀପଙ୍କ ସଂପତ୍ତିି ଆଟାଚ୍ ସହିତ ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଭିଜିଲାନ୍ସ ପଦକ୍ଷେପ ନେଇଛି।
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟାର ରେଡ୍ ପରେ ଭିଜିଲାନ୍ସ ଟିମ୍ ୧ କିଲୋ ୪୪୦ ଗ୍ରାମ ସୁନା ଜବତ କରିଛି। ଏହାସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ୍ ଡିଜାଇନର ନେକ୍ଲେସ୍ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।
ପ୍ରାୟ ୨୩ ଘଣ୍ଟାର ଛାନ୍ଭିନ୍ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ଫେରିଲା ଭିଜିଲାନ୍ସ ଟିମ୍। ରବିବାର ସକାଳ ପ୍ରାୟ ୭ଟା ୩୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଭିଜିଲାନ୍ସ ରେଡ୍।
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ I ୫ କୋଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉI ବ୍ରହ୍ମପୁର ଓ ଭୁବନେଶ୍ୱର ସହ ୧୫ଟି ସ୍ଥାନରେ ଏକକାଳୀନ ରେଡ୍ । ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
Watch This Exclusive Interview With Expelled BJD MLA Pradeep Panigrahi OdishaTV is Odisha\'s no 1 News Channel. OTV being the first private satellite