/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657705535.jpg)
Police Atrocity On Tribal Women In Chitrakonda
ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଘଟଣାକୁ ନେଇ ବିଧାନସଭା ହୁଲ୍ସ୍ତୁଲ୍ ହୋଇଛି। ଆଜି ଗୃହରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିଲା। ବିଧାୟକ ତାରାପ୍ରସାଦ ବାହିନୀପତି ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଦାବି କରିଥିଲେ। ଏହାସହ ସମ୍ପୃକ୍ତ ଏସ୍ଡିପିଓଙ୍କୁ ନିଲମ୍ବନ କରିବା ଲାଗି ତାରା ବାହିନୀପତି ଦାବି କରିଛନ୍ତି।
କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଇବାକୁ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି। ସେହିପରି ବିଧାୟକ ନରସିଂହ ମିଶ୍ର ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ବିଜେପି ମଧ୍ୟ କଂଗ୍ରେସ ସ୍ୱରରେ ସ୍ୱର ମିଳାଇଛି। ତଦନ୍ତ କମିଟି ଗଠନ ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦାବି କରିଛନ୍ତି।
ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ଓ ବିଜେପି ବିଧାୟକ ନାରାବାଜି କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମାଡ଼ ଘଟଣାକୁ ନିନ୍ଦା କରିବା ସହ ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ସୂଚନାଥାଉ କି, ଗଞ୍ଜେଇ ଜବତ ନାଁରେ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ ଗତ ମାସ ୭ ତାରିଖ ରାତିରେ କୌଣସି ମହିଳା ପୋଲିସଙ୍କୁ ନ ନେଇ ଗାଁ ଭିତରେ ପଶି ମହିଳାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଏପରିକି ନାବାଳିକା ଓ ଗର୍ଭବତୀ ମଧ୍ୟ ବାଦ୍ ପଡିନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)