/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657769575.jpg)
More Trouble For Tirtol MLA
ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ। ବିଧାୟକଙ୍କ ବିରୋଧରେ ତାଙ୍କ ଗର୍ଲଫ୍ରେଣ୍ଡ୍ ଆଣିଥିବା ସେକ୍ସ ରାକେଟ୍ କାରବାର ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ। ଜଗତସିଂହପୁର ଏସ୍ପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି।
ଅଭିଯୋଗଟି ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ରେ ଜଗତସିଂହପୁର ଏସ୍ପି ଚିଠି ଲେଖିଥିଲେ। ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ୍ ଚଳାଇବା ନେଇ ଗତ ମାସରେ ତାଙ୍କ ଗର୍ଲଫ୍ରେଣ୍ଡ୍ ସୋମାଲିକା ଦାସ ଅଭିଯୋଗ କରିଥିଲେ। ଏନେଇ ଜଗତସିଂହପୁର ଥାନା ପୋଲିସ କେସ୍ ନମ୍ବର ୩୯୭/୨୦୨୨ରେ ଗୋଟିଏ ମାମଲା ରୁଜୁ କରିଥିଲେ।
ଯାହାକୁ ନେଇ ସେତେବେଳେ ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ହଟଚମଟ ହୋଇଥିଲା। ବିଜୟଶଙ୍କର ଜଣେ ବିଧାୟକ ହୋଥିବାରୁ ଏ ମାମଲା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବାକୁ ଅଭିଯୋଗକାରିଣୀ ଦାବି କରିଥିଲେ ବୋଲି ଜଗତସିଂହପୁର ଏସ୍ପି ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ଏପ୍ରସଙ୍ଗରେ ତିିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)