• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗାନ୍ଧି ପରିବାରର ପିଛା ଛାଡ଼ୁନି ବିବାଦ । ରାହୁଲଙ୍କ ପରେ ଏବେ ସୋନିଆଙ୍କୁ ଜେରା କରିବ ଇଡି । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଜୁଲାଇ ୨୧ରେ ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜରେ ହେବେ । ସେନିଆଙ୍କୁ ଏହି ନିର୍ଦ୍ଧିଷ୍ଟ ତାରିଖରେ ହାଜର ହେବାକୁ କୁହାଯାଇଛି । ଏହି ଘଟଣାରେ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲଗାତାର ତିନି ଦିନ ପର୍ଯ୍ୟନ୍ତ ଇଡି ଜେରା କରି ସାରିଛି ।

ଏହାପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଜୁନ୍ ମାସରେ ଇଡିରେ ହାଜର ହେବାର ନିର୍ଦ୍ଦେଶ ଥିଲା । କିନ୍ତୁ କରୋନା ପଜିଟିଭ୍ ଚିହ୍ନଟ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ତେଣୁ ସେ ଇଡିକୁ ୪ ସପ୍ତାହର ସମୟ ମାଗିଥିଲେ । ଏହି ସମୟ ୨୨ ଜୁଲାଇରେ ଶେଷ ହେବାକୁ ଯାଉଛି ।

ଲଗାତାର ଭାବେ ୩ ଦିନ ଧରି ED କାର୍ଯ୍ୟାଳୟରେ ହାଜର ହୋଇଥିଲେ ରାହୁଲ ଗାନ୍ଧି । ପ୍ରଥମ ଦିନ ୧୦ ଘଣ୍ଟାର ମାରାଥନ ଜେରା ପରେ ବି ବାରମ୍ବାର ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । ତେବେ ଏଥିପାଇଁ ଦେଶର ସବୁ ଇଡି ଅଫିସ୍‌ରେ କଂଗ୍ରେସ ଦଳର ପ୍ରତିବାଦ, ବିକ୍ଷୋଭ ଦେଖିବାକୁ ମିଳିଥିଲା । ବହୁଚର୍ଚ୍ଚିତ ନ୍ୟାସ୍‌ନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ରାହୁଲ୍‌ଙ୍କୁ ଇଡି ସମନ୍ ଓ ଜେରାକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା ।

ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ସଂସ୍ଥାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଠାରୁ କିଣିଥିବା କଂପାନୀ ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍‌ର ବୋର୍ଡ ଅଫ୍ ଡିରେକ୍ଟର୍ସ ଅଛନ୍ତି ସୋନିଆ ଓ ରାହୁଲ । ତେଣୁ ଏହି ମାମଲାରେ ଉଭୟଙ୍କ ସଂପୃକ୍ତି ସନ୍ଦେହ ଘେରରେ ଥିବାରୁ ସମନ୍ ପାଇ ଇଡି ଅଫିସ୍‌ରେ ପହଞ୍ଚିଥିଲେ ରାହୁଲ । ପ୍ରିଭେନ୍ସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ବା ବା PMLAର ଧାରା ୫୦ ଅଧୀନରେ ରାହୁଲଙ୍କ ବୟାନ ରେକର୍ଡ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଜଣିଆ ଟିମ୍ ।

ଗୋଟିଏ ପଟେ ରାହୁଲଙ୍କୁ ଜେରା ଚାଲିଥିଲା ତ ଏହାର ପ୍ରତିବାଦରେ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ । ବିଭିନ୍ନ ରାଜ୍ୟର ଇଡି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ, ନାରାବାଜି ଢଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରିଥିଲା ଦଳ । ତେବେ ସୋନିଆ ଗାନ୍ଧିଙ୍କୁ ଯଦି ଇଡି ଜେରା କରେ ତେବେ ଦେଶରେ କିଭଳି ପରିସ୍ଥିତି ଉପୁଜିବ ତାକୁ ନଜର ଅନ୍ଦାଜ କରାଯାଇନପାରେ ।