• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଷ୍ଟ୍ରପତି ନିର୍ବାଚନରେ ବିଜେପିର ମିଶନ ଶୂନ୍ୟ ନାକଚ ଭୋଟ । ଯେମିତି ଗୋଟିଏ ବି ଭୋଟ ନାକଚ ନହେବ, ତା’ ଉପରେ ବିଜେପି ଫୋକସ କରୁଥିବା ବେଳେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଥିବା ବିଜେଡି ସମେତ ଅନ୍ୟ ଦଳଙ୍କୁ ବି ସମାନ ଅପିଲ୍ କରିଛି । ଦ୍ରୌପଦୀ ଓଡିଶା ଆସିଥିବା ବେଳେ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଉଭୟ ବିଜେଡି ଓ ବିଜେପି ବିଧାୟକ ଏବଂ ସାଂସଦମାନଙ୍କୁ ଭେଟିବା ଅବସରରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏନେଇ ଅବଗତ କରାଇଥିଲେ । ତେଣେ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବେ ନାହିଁ ବୋଲି ଦୃଢୋକ୍ତି କରିଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ।

ଜୁଲାଇ ୧୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି। ବିଧାନସଭାର ୫୪ ନମ୍ବର ହଲରେ ହେବ ଭୋଟ ଗ୍ରହଣ । ଏନେଇ ବାଲଟ୍ ପେପର ମଧ୍ୟ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିସାରିଛି । ରାଷ୍ଟ୍ରପତି ନିର୍ବାଚନରେ ବିଧାୟକ ଓ ସାଂସଦମାନେ ଭୋଟ ଦେବେ । ବିଧାୟକମାନେ ବିଧାନସଭାରେ ଓ ସାଂସଦ ଦିଲ୍ଲୀରେ ଭୋଟ ଦେବେ । ତେବେ ଜଣେ ସାଂସଦ ଚାହିଁଲେ ବିଧାନସଭାରେ ବି ଭୋଟ ଦେଇ ପାରିବ । ଏପଟେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କିଭଳି ଅଧିକରୁ ଅଧିକ ଭୋଟ ମିଳିବ, ସେଥିଲାଗି ବିଜେପିର ମିଶନ ରହିଛି ଶୂନ୍ୟ ନକାଚ ଭୋଟ୍ ।

ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ଆସିଥିବା ବେଳେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିଜେଡି ବିଧାୟକ ଓ ସାଂସଦଙ୍କ ସହ ଆଲୋଚାନ ବେଳେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ୍ ଏସଂପର୍କରେ ଅବଗତ କରାଇଥିଲେ । ଖଣ୍ଡେ ହେଲେ ବି ଭୋଟ ଯେମିତି ନାକଚ ନହେବ ସେଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆହ୍ୱାନ ଦେଇଛନ୍ତି। l ତେଣେ କିଭଳି ନିର୍ଭୁଲ ଭାବେ ଭୋଟ୍ ତେବେ ସେନେଇ ଆସନ୍ତା ୧୭ରେ ବିଜେପି ବିଧାୟକମାନଙ୍କ ପାଇଁ ମକ୍ ଭୋଟିଂ ହେବ । ବିଧାୟକ, ସାଂସଦ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଚାହୁଁଥିଲେ ନାଁ ପାଖରେ ଇଂରାଜୀରେ ଓ୍ୱାନ୍ ଓ ଯଶଓ୍ୱନ୍ତଙ୍କୁ ଭୋଟ ଦେବାକୁ ଚାହୁଁଥିଲେ ତାଙ୍କ ନାଁ ଡାହାଣରେ ଟୁ ଲେଖିବେ । ନିର୍ବାଚନ କମିଶନ ଦେଇଥିବା କଲମରେ ହିଁ ଲେଖିବାକୁ ପଡିବ ଅନ୍ଯଥା ଭୋଟ ନାକଚ୍ ହୋଇଯିବ ।

ଓଡିଶାର ୧୪୭ ବିଧାୟକ ଓ ୨୧ ଲୋକସଭା ଓ ୧୦ ରାଜ୍ୟସଭା ସାଂସଦ ଭୋଟ ଦେବେ। ୧୪୭ ବିଧାୟକଙ୍କ ମଧ୍ୟରୁ ବିଜେଡିର ୧୧୨ ଓ ବିଜେପିର ୨୨ ଜଣଦ୍ରୌପଦୀଙ୍କୁ ଭୋଟ୍ ଦେବେ । ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଦ୍ରୌଦୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ତେବେ ଜେଲରେ ଥିବା ବିଧାୟକ ପ୍ରଶାନ୍ତ ଜଗଦେବ କଣ କରିବେ ତାହା ସ୍ପଷ୍ଟ ହୋଇନି । ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୂଦୁଲି ମଧ୍ୟ ଦ୍ରୌପଦୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।

ତେବେ କଂଗ୍ରେସର ୯ ଓ ସିପିଏମ୍ ବିଧାୟକ ଲକ୍ଷଣ ମୁଣ୍ଡା, ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ ଦେବା ନେଇ ଘୋଷଣା କରିଛନ୍ତି । କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବେ ନାହିଁ ବୋଲି ଦୃଢୋକ୍ତି କରିଛନ୍ତି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ।

ଜୁଲାଇ ୧୮ରେ ରାଷ୍ଟ୍ରପତି ନର୍ବାଚନ ଲାଗି ଭୋଟ ଗ୍ରହଣ ଓ ୨୧ ତାରିଖରେ ଗଣତି ହେବ । ଦୌପଦୀଙ୍କୁ ବିଜେଡି, ଅକାଳୀ ଦଳ, ବହୁଜନ ସମାଜବାଦୀ ପାର୍ଟି ଓ ଓ୍ୱାଇଏସ୍ଆର୍ କଂଗ୍ରେସ ସମର୍ଥନ କରୁଥିବାରୁ ତାଙ୍କର ବିଜୟ ପ୍ରାୟତଃ ନିଶ୍ଚିତ ରହିଛି ।