ଡ୍ରେନ ପାଇପରେ ଚାପି ହୋଇ ନାବାଳିକାର ମୃତ୍ୟୁ ଘଟଣା । ମେୟର ଓ କମିଶନରଙ୍କୁ ଘେରିଲେ ସ୍ଥାନୀୟ ଲୋକେ ।
ବୋଲ ମାନୁନି ରାହୁଲ ଗାନ୍ଧୀଙ୍କ ତୁଣ୍ଡ . . ନିଜ ଦେଶକୁ ପୁଣି ବିଦେଶ ମାଟିରେ ବଦନାମ କରିଛନ୍ତି ପୂର୍ବତନ ସାଂସଦ
ବିଧାନସଭା ଲଢ଼େଇ ପାଇଁ ସର୍ବୋଚ୍ଚ ବୟସ ସୀମା କେତେ ? ବିଧାୟକ ରେସରୁ ବାଦ୍ ପଡ଼ିବା କଥା କି ୬୦ ବର୍ଷରୁ ଅଧିକ ବୟସ୍କ ?
ପ୍ରଧାନମନ୍ତ୍ରୀ ଆବାସ ବନାମ ମୋ ଘର ଯୋଜନା । ମାଗଣା ନଦେଇ ଋଣରେ ଘର ଦେବା ନିଷ୍ପତ୍ତିକୁ ନେଇ ବିବାଦ । ଯୋଜନାକୁ ତ୍ରୁଟିପୂର୍ଣ୍ଣ କହି ପ୍ରତ୍ୟାହାର ପାଇଁ ବିଜେପିର ଦାବି ।
ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ ପାଇଁ ମିଳିତ ଭାବେ କାମ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି।
ହଟଚମଟ ଗୋପାଳପୁର ପଲିଟିକାଲ ମୈଦାନ। ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଏ ଓ କେମିତି ଦେବେ ଚେକ୍, ବିଜେଡି ଚଳାଇଛି ଗୋଟି ଚାଳନା।
ନିମ୍ନ ମଧ୍ୟବିତ୍ତଙ୍କ ଆଶା ପୂରଣ ନେଇ ଯୋଜନା । ହିତାଧିକାରୀଙ୍କୁ ୩ ଲକ୍ଷ ଯାଏଁ ସବସିଡିରେ ମିଳିବ ଋଣ । ବିରୋଧୀ କହିଲେ ନିର୍ବାଚନୀ ଷ୍ଟଣ୍ଟ ।
ମନମୋହନଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ଛନକା । ସବୁ ବିଜେଡି ବିଧାୟକ ବିଜେପି ଲିଙ୍କରେ କହିଲେ ମନମୋହନ ।
ପ୍ରଫେସର ଗଣେଶୀ ଲାଲ୍ଙ୍କ କାର୍ଯ୍ୟକାଳ ସରିଲା । ଏବେ ରାଷ୍ଟ୍ରପତି ଭବନ ଉପରେ ରାଜ୍ୟବାସୀଙ୍କ ନଜର ।
ଯେତେ ସଜାଡ଼ିଲେ, ସେତେ ଅସଜଡ଼ା କଂଗ୍ରେସ ଘର। ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧରୁନି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ନେତୃତ୍ୱ ଖଡଗହସ୍ତ। ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ସୋ କଜ୍ ନୋଟିସ୍ ଜାରି କରିଛି। ସେପଟେ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ ଭାବେ ପୁଣି ଥରେ ଘୋଷଣା ଲାଗି ଦାବି ଜୋର ଧରିଲାଣି। ପତ୍ନୀଙ୍କ ପାଇଁ ଆଜି କଂଗ୍ରେସ ଭବନରେ ଜିଲ୍ଲାର ନିର୍ବାଚିତ ପ୍ରତିନିଧିଙ୍କୁ ଆଣି ବଳ ଦେଖାଇଛନ୍ତି ତାରା
ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ସୋ କଜ୍ ନୋଟିସ୍ ଜାରି କରିଛି।
କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ବଢ଼ୁଛି ବିବାଦ । ଷଡ଼ଯନ୍ତ୍ର କଥା ନଥିବାରୁ ଗନ୍ଧ ବାରିଲେ ବିରୋଧୀ । ନବୀନଙ୍କୁ ମନମୋହନ ସାମଲଙ୍କ ସିଧା ନିଶାନା ।
ନୂଆ ସଂସଦ ଭବନ ନିର୍ମାଣ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ଆରଜେଡି । ନୂଆ ପାର୍ଲାମେଣ୍ଟର ଫଟୋ ସହ କଫିନର ଫଟୋକୁ ମିଶାଇ ଟ୍ୱିଟ୍ କରିଛିା
ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଘନଉଛି ବିବାଦ। ଭିନ୍ନଭିନ୍ନ ତଥ୍ୟ ଦେଇ ଗୋଲଗୋଲ ବୁଲାଉଛି କି କ୍ରାଇମବ୍ରାଂଚ? ଭିତରି କଥା ଲୁଚାଇବାକୁ ଉଦ୍ୟମ ହେଉନାହିଁ ତ?
ବୈଠକରେ ଯୋଗଦେଇନଥିବା ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକ ନାଁ ଯୋଡ଼ି ହେବା ପରେ ତାକୁ ନେଇ ବଢ଼ିଛି ଚର୍ଚ୍ଚା।
RTI ଆବେଦନ ଆଧାରରେ ଗୃହ ମନ୍ତ୍ରାଳୟ ଚିଠି ପାଇନଥିବା ଜଣାଇଥିଲା।
ନୂଆ ସଂସଦ ଭବନ ଉଦଘାଟନୀ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିଲେ।
ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ? ଏମିତି କେଉଁ ବିବାଦ ପରିପ୍ରେକ୍ଷୀରେ ମନ୍ତ୍ରୀ ନବ ଦାସ ଓ ତାଙ୍କ ସମର୍ଥଙ୍କ ପକ୍ଷରୁ ଗୋପାଳର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ?
ଚାର୍ଜସିଟ୍ ଦାଖଲ ପରେ ବି ହଟୁନି ନବ ହତ୍ୟା ରହସ୍ୟ । କେଉଁ ବ୍ୟକ୍ତିଗତ ଆକ୍ରୋଶରୁ ମନ୍ତ୍ରୀଙ୍କ ଜୀବନ ନେଲା ଗୋପାଳ, ଖୁଲାସା କରିନି କ୍ରାଇମବ୍ରାଞ୍ଚ । ସେପଟେ ଷଡ଼ଯନ୍ତ୍ର ଦିଗ ପ୍ରତି ନିରବତାକୁ ପ୍ରଶ୍ନ । ବିରୋଧୀ କହିଲେ, କ୍ରାଇମବ୍ରାଞ୍ଚ ନୁହେଁ କ୍ରିମିନାଲବ୍ରାଞ୍ଚ
ସାଧାରଣ ନିର୍ବାଚନ ପୂର୍ବରୁ ମୈଦାନରେ ଆରମ୍ଭ ହୋଇଗଲାଣି ବ୍ରାଣ୍ଡ ଲଢ଼େଇ । ମୋଦି ସରକାରର ୯ ବର୍ଷ ଓ ନବୀନ ସରକାରର ୨୩ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି । କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ବିଜେପି ପ୍ରସଙ୍ଗ କରି କୋଟିଏ ପରିବାର ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେଡି । ଯାହାକୁ ନେଇ ତେଜିଛି ରାଜନୀତି ।
ମୋଦି ସରକାରର ୯ ବର୍ଷ ବାନାମ୍ ନବୀନ ସରକାରର ୨୩ ବର୍ଷ । ମୋଦିଙ୍କ ସଫଳ ଯୋଜନା ବନାମ୍ ନବୀନଙ୍କ ବିକାଶ ବାର୍ତ୍ତା । ବିଜେପିର ମେଗା ଜନ ସଂପର୍କ ଯାତ୍ରାକୁ କାଉଣ୍ଟର କରିବାକୁ ବିଜେଡିର ପ୍ଲାନ୍ ଭୋଟ ପୂର୍ବରୁ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ, ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି।
ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ । ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ କଂଗ୍ରେସ ଓ ତାର ସହଯୋଗୀ ଦଳ ରାଜନୀତି କରୁଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।
ଯୋଗ୍ୟ ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତାଲିକାରେ ନାଁ ଥିଲେ ବି କେବେ ଘର ମିଳିବ ସେକଥା କାହାକୁ ଜଣାନାହିଁ । ଗ୍ରାଉଣ୍ଡ ଜିରୋରୁ ଏଭଳି ପୁଳା ପୁଳା ଚିତ୍ର ଆସିବାରେ ଲାଗିଛି ।