• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ କେଶରପୁରରେ ଗତକାଲି ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ଯୁକ୍ତ ଦୁଇ ଛାତ୍ରୀଙ୍କ ପରିବାରକୁ ଭେଟିବାକୁ ଯିବାବେଳେ ମେୟର ଓ ସିଏମସି କମିଶନରଙ୍କୁ ଘେରିଲେ ଲୋକେ । ଏମିତିକି ମୃତ୍ୟୁର ଯନ୍ତା ପାଲଟିଥିବା ନିର୍ମାଣାଧୀନ କାମରେ ଆଉ କେତେ ଜୀବନ ଗଲେ ପ୍ରଶାସନ ଚେତିବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଓ ବିରୋଧୀ କର୍ପୋରେଟର ।

ଗତକାଲିର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ନାବାଳିକା ଏନ୍. ମୋହିନୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି । ନଚେତ୍ ଆନ୍ଦୋଳନକୁ ଓହ୍ଲାଇବାକୁ କଂଗ୍ରେସ ଧମକ ଦେଇଛି ।

‘ଯଦି ଗୋଟିଏ ଥର ହୋଇଥାଆନ୍ତା, ତେବେ ଦୁର୍ଭାଗ୍ୟପୂର୍ଣ୍ଣ ଆମେ କହିଥାଆନ୍ତୁ । ଛତ୍ରବଜାରରେ ପୋଲ ଭୁଶୁଡ଼ିଲା . . ଲୋକ ମଲେ । ସେହିପରି ବିଡ଼ାନାସିରେ ଏକ ଛୁଆର ଜୀବନ ଚାଲିଗଲା । ଏବେ ଆଉ ଏକ ଝିଅ ମରିଗଲା... ଦୁଇ ଦିନ ତଳେ ତାଳଦଣ୍ଡା କେନାଲରେ ମରିଗଲେ । ସବୁ କ’ଣ ଦୁର୍ଭାଗ୍ୟପୂର୍ଣ୍ଣ . . ଏସବୁ ମନୁଷ୍ୟକୃତ । କଟକ ସହରକୁ ଏବେ ମରଣଜନ୍ତା କରିସାରିଲେଣି । କଟକରେ ଏକ ଦାୟିତ୍ୱପୂର୍ଣ୍ଣ ପଦବୀ ହେଲା ମେୟର୍‌ ପଦବୀ । ସେ ତଦାରଖ କରିବା କଥା । ହେଲେ ସେ ଖାଲି ବାହାସ୍ପଟ ମାରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ ଗିରିବାଳା ବେହେରା ।’

ଗତକାଲି କେଶରପୁରରେ ନିର୍ମାଣାଧୀନ ଡ୍ରେନରେ ଜଣେ ନାବାଳିକା ଓ ସୋମବାର ତାଳଦଣ୍ଡା କେନାଲରେ କାର ଖସି ଜଣଙ୍କର ମୃତ୍ୟୁ ହେବା ଘଟଣାରେ ପ୍ରଶାସନକୁ ଘେରିଛନ୍ତି ବିରୋଧୀ । ସେପଟେ ମେୟର କହିଛନ୍ତି ଘଟଣାର ତଦନ୍ତ ସହ ଯେମିତି ଏପରି ଘଟଣାର ପୁନରାବୃତ୍ତି ନଘଟେ, ସେଥିପ୍ରତି ସବୁ ବିଭାଗ ସହ ଆଲୋଚନା କରାଯିବ।....