ଆବାସ ଯୋଜନା କିସ୍ତି ଲୁଟୁଛନ୍ତି ଠିକାଦାର। ଘର ଯୋଗାଇବା ନାଁରେ ଭୂଆଁ ବୁଲାଉଛନ୍ତି।
ଚାଳ କୁଡ଼ିଆ ଘରେ ରହୁଥିବା ଲୋକଙ୍କ ପାଇଁ ରହିଛି ସରକାରଙ୍କ ଆବାସ ଯୋଜନା । କିନ୍ତୁ ବାସ୍ତବରେ ଯୋଗ୍ୟଙ୍କୁ ନମିଳି ଅଯୋଗ୍ୟଙ୍କୁ ମିଳୁଥିବା ଅଭିଯୋଗ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଚାଳ ଛପର ଘର ସବୁ।
ଆବାସ ଦୁର୍ନୀତି ହେଉଛି.. ନୂଆପଡ଼ା ଜିଲ୍ଲାରେ ଏ ହେଉଛି ପ୍ରମାଣ..ଏଥର ମାନିବେ ତ ରାଜ୍ୟ ସରକାର ?
ଜଙ୍ଗଲରେ ଜୀବନ କାଟୁଛନ୍ତି ରାମଙ୍କ ପରିବାର, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ ରହିବାକୁ ଘର ଖଣ୍ଡେ ନାହିଁ କି ପେଟକୁ ଦାନା ନାହିଁ । ଶେଷରେ ବାଧ୍ୟ ହୋଇ ଗାଁ ଛାଡ଼ି ଜଙ୍ଗଲରେ କନ୍ଦା ଖାଇ ଜୀବନ କାଟୁଛନ୍ତି ନଅ ପ୍ରାଣୀ କୁଟୁମ୍ବ ।
ଯୋଗ୍ୟ ହିତାଧିକାରୀଙ୍କୁ ସ୍ବପ୍ନ ପରି ଲାଗିଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତାଲିକାରେ ନାଁ ଥିଲେ ବି କେବେ ଘର ମିଳିବ ସେକଥା କାହାକୁ ଜଣାନାହିଁ । ଗ୍ରାଉଣ୍ଡ ଜିରୋରୁ ଏଭଳି ପୁଳା ପୁଳା ଚିତ୍ର ଆସିବାରେ ଲାଗିଛି ।
ପୁଣି ବାହାସ୍ଫୋଟ, ପୁଣି ଆବାସ ଘର ପ୍ରତିଶ୍ରୁତି ଭେଳିକି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ନିଜ ବିଭାଗର କାର୍ଯ୍ୟ ସମୀକ୍ଷା ଅବସରରେ କହିଛନ୍ତି, ଖୁବଶୀଘ୍ର ୯ ଲକ୍ଷ ଆବାସ ରାଜ୍ୟରେ ବଣ୍ଟାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଟୟଲେଟରେ ରହୁଛନ୍ତି ପଦ୍ମା ମାଉସୀ: ଅସହାୟ ପଦ୍ମା ମାଉସୀଙ୍କ ଏଭଳି ଅବସ୍ଥା ଦେଖିଲେ, ଗରିବ କଲ୍ୟାଣ ଯୋଜନା କାହାପାଇଁ ବୋଲି ମନରେ ପ୍ରଶ୍ନ ଉଙ୍କିମାରୁଛି.. ଆଉ ବ୍ୟବସ୍ଥାକୁ ଗାଳି ଦେବାକୁ ଇଚ୍ଛା ହେଉଛି.. ଆଜି ଯାଏ ପଦ୍ମା ନାଏକଙ୍କ ଉପରେ ପଞ୍ଚାୟତ ଏବଂ ବ୍ଲକ୍ କତୃପକ୍ଷଙ୍କ ନଜର କେମିତି ପଡିନି?
ଭୂମି ହୀନଙ୍କ ଲାଗି ସାତ ସପନ ପାଲଟିଛି ସରକାରୀ ଯୋଜନା l ଦୀର୍ଘ ବର୍ଷ ଧରି ଜରି ପାଲ ତଳେ ଝାଟି ମାଟି ଘରେ କଟୁଛି ଜୀବନ l
ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ
ଗରିବ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ହେଲେ ରାୟଗଡା ପୌର ପରିଷଦ ଅଞ୍ଚଳରେ ଏହି ଯୋଜନା ଏବେ ପ୍ରହସନ ପାଲଟିଛି। ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ପକ୍କା ଘରଟିଏ ହୋଇଛି ସାତସପନ। ବର୍ଷବର୍ଷ ଧରି ବାସହୀନ ଗରିବ ଲୋକ ଘର ଖଣ୍ଡିଏ ପାଇବା ପାଇଁ ବାରମ୍ବାର ପୌର କାର୍ଯ୍ୟାଳୟକୁ ଦୌଡୁଥିଲେ ବି କିଛି ଫଳ ମିଳୁନି।