• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ବିଦ୍ୱେଷର ମଞ୍ଜି ବୁଣିଦେଲେ କଂଗ୍ରେସ ନେତା । ବିଦେଶ ମାଟିରେ ଭାରତକୁ ଅପମାନିତ କଲେ ରାହୁଲ ଗାନ୍ଧି(Rahul Gandhi) । ସେ ଛଅ ଦିନ ଆମେରିକା( US)  ଗସ୍ତରେ ଥିବାବେଳେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅପମାନିତ କରିଛନ୍ତି । ସେଠାରେ ସେ ବୁଧବାର ସକାଳେ ଭାରତୀୟଙ୍କ ସହ କଥା ହୋଇଥିଲେ । ଏହି ସମୟରେ ଦେଶର ନୂଆ ସଂସଦ ଭବନ(Parliament) ଓ ପବିତ୍ର ରାଜଦଣ୍ଡ(Sengol)କୁ ନେଇ ବିବାଦୀୟ ବୟାନ୍‌ ଦେଇଛନ୍ତି ।

ବୁଧବାର ଦିନ ସାନ ଫ୍ରାନସିସ୍କୋରେ ଚାଲିଥିବା 'ମୋହବତ୍ କି ଦୁକାନ୍' କାର୍ଯ୍ୟକ୍ରମରେ ଭାରତୀୟଙ୍କୁ ସମ୍ବୋଧିତ କରିଥିବା ରାହୁଲ ଗାନ୍ଧୀ ନୂତନ ସଂସଦର ଉଦଘାଟନ ଏବଂ ସେଙ୍ଗୋଲ୍ ସ୍ଥାପନକୁ ନେଇ ଭାରତ ସରକାରଙ୍କୁ ନିନ୍ଦା କରିଛନ୍ତି । ଲୋକଙ୍କୁ ଦେଶର ଅସଲ ସମସ୍ୟା ଠାରୁ ଦୂରେଇ ରଖିବା ପାଇଁ ବିଜେପି ସରକାର ଏପରି ଏକ ଡ୍ରାମା କରିଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ: RJDର ବିବାଦୀୟ ଟ୍ୱିଟ୍, ନୂଆ ସଂସଦ ସହ କଫିନର ଫଟୋକୁ ମିଶାଇ ଟ୍ୱିଟ୍

ନୂତନ ସଂସଦ ଏବଂ ସେଙ୍ଗୋଲକୁ ଅପମାନିତ କଲେ ରାହୁଲ...

"ନୂତନ ସଂସଦ ଭବନ ଏକ ବିଭ୍ରାଟ ଛଡା ଆଉ କିଛି ନୁହେଁ । ସେଙ୍ଗୋଲ (ରାଜଦଣ୍ଡ)ର ସ୍ଥାପନା କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏକ ଡ୍ରାମା ଥିଲା । ବିଜେପି ସରକାର ବେକାରି, ମୂଲ୍ୟ ବୃଦ୍ଧି ଏବଂ ଅସଜଡ଼ା ଶିକ୍ଷା ବ୍ୟବସ୍ଥା ପରି ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା କରିପାରିବ ନାହିଁ । ମୁସଲମାନ, ଶିଖ, ଖ୍ରୀଷ୍ଟିଆନ ଏବଂ ଦଳିତଙ୍କ ପରି ସମ୍ପ୍ରଦାୟ ଗୁଡ଼ିକ ଘୃଣାର ଶିକାର ହେଉଥିବା କହିଛନ୍ତି ରାହୁଲ ।

କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନନେଇ ସେ ପରୋକ୍ଷରେ କଟାକ୍ଷ କରିଛନ୍ତି । ତାଙ୍କ କହିବା ଅନୁସାରେ ଭାରତରେ କିଛି ଲୋକ ଭାବୁଛନ୍ତି, ସେମାନଙ୍କୁ ସବୁକିଛି ଜଣା । ଅନ୍ୟ କାହା କଥା ନଶୁଣିବା ପାଇଁ ସେମାନେ ଯେପରି ପଣ କରିଛନ୍ତି । ଏପରିକି ସେମାନେ ଐତିହାସିକମାନଙ୍କୁ ଇତିହାସ, ବୈଜ୍ଞାନିକ ମାନଙ୍କୁ ବିଜ୍ଞାନ ଓ ସେନାଙ୍କୁ ଯୁଦ୍ଧ ସମ୍ପର୍କରେ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି । ନିଜକୁ ସର୍ବେସର୍ବା ଭାବି ସବୁବେଳେ ଅଯଥା ଜ୍ଞାନ ବାଣ୍ଟିବାରେ ବ୍ୟସ୍ତ ରହୁଛନ୍ତି ।’

ଅଧିକ ପଢ଼ନ୍ତୁ: ୪ ମହଲା, ୩ ପ୍ରବେଶ ପଥ: ୧୨୭୨ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା, ଜାଣନ୍ତୁ ନୂଆ ସଂସଦ ଭବନର ବିଶେଷତ୍ୱ...

କେବଳ ଏତିକି ନୁହେଁ, ବିଜେପି ଲୋକଙ୍କୁ ଧମକାଇବା ସହ ସରକାରୀ ଏଜେନ୍ସିର ଅପବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ବିଦେଶରେ ଭାରତର ମିଡ଼ିଆ ଉପରେ ମଧ୍ୟ ବର୍ଷିଛନ୍ତି ରାହୁଲ । ଗଣମାଧ୍ୟମ ଯାହା ଦେଖାଉଛି, ତାହା ସବୁବେଳେ ସତ ନୁହେଁ । ବିଜେପିର ସ୍ୱାର୍ଥରେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ କାମ କରୁଛନ୍ତି ।

ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ମେ ୩୦ରେ ଆମେରିକାରେ ପହଞ୍ଚିଥିଲେ । ସେ ସାନଫ୍ରାନସିସ୍କୋରୁ ଯାତ୍ରା ଆରମ୍ଭ କରିବାବେଳେ ପରବର୍ତ୍ତୀ ଦୁଇଟି ସହର ୱାଶିଂଟନ୍ ଡିସି ଏବଂ ନ୍ୟୁୟର୍କ ଯିବେ । ଜୁନ୍ ୪ରେ ନ୍ୟୁୟର୍କରେ ଏକ ଜନସମାବେଶକୁ ସମ୍ବୋଧିତ କରି ତାଙ୍କ ଯାତ୍ରା ଶେଷ କରିବାକୁ ଯୋଜନା କରିଛନ୍ତି । ନ୍ୟୁୟର୍କର ଜାଭିଟ୍ସ ସେଣ୍ଟର(Javits Center )ରେ ସେ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।