Advertisment

କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Show Cause Notice To Senior Congress Leader Chiranjib Biswal And Mohammed Moquim

Show Cause Notice To Senior Congress Leader Chiranjib Biswal And Mohammed Moquim

ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। AICC ଶୃଙ୍ଖଳା କମିଟି ପକ୍ଷରୁ ଏହି ନୋଟିସ୍‌ ଜାରି ହୋଇଛି।

Advertisment

ମେ’ ୮ରେ ଭୁବନେଶ୍ୱର ସୂଚନା ଭବନରେ ଆୟୋଜିତ ଜାନକୀ - ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନା ଚକ୍ରରେ ଦଳ ବିରୋଧୀ ମନ୍ତବ୍ୟ ଖୋଲା ମଞ୍ଚରେ ଦେଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ନେତୃତ୍ଵକୁ ନେଇ ବି ପ୍ରଶ୍ନ କରିଥିଲେ। ତେବେ କାରଣ ଦର୍ଶାଅ ନୋଟିସ୍‌କୁ ପାଇନଥିବା ମୋକିମ୍ କହିଥିବା ବେଳେ ଚିରଞ୍ଜୀବ ବିଶ୍ୱାଳଙ୍କ ପ୍ରତିକ୍ରିୟା ମିଳିପାରିନି।

Congress
Advertisment
Advertisment