ପାଣ୍ଡିଆନଙ୍କ ବରଗଡ଼ ଗସ୍ତ ବେଳେ ବର୍ଷିଲା ବିଜେପି । ବାସ୍ତବରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ, ଦଳରେ କଣ କେହି ବି ଯୋଗ୍ୟ ଜନପ୍ରତିନିଧି ନାହାଁନ୍ତି ବୋଲି ପଚାରିଛି କଂଗ୍ରେସ।
ଖୋଲୁଛି ଟାଟା ପାୱାର ଲୁଟର ଗୋଟିଏ ପରେ ଗୋଟିଏ ଗୁମର। କିଭଳି ଲୁଟ୍ ର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ପୁଳା ପୁଳା ଅଭିଯୋଗ।
ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା।
୩୦୦ ‘ସ୍ୱାଧିନିତା ସଂଗ୍ରାମୀ’ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସମ୍ମାନିତ କରାଯିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ଏଭଳି ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।
ମହାଜନସଂପର୍କ ଅଭିଯାନ ଅଧୀନରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇ ଜଳସେଚନ, ଦାଦନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପିସି କାରବାର ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ।
ଭୁବନେଶ୍ୱର କାନନ ବିହାର ଘରୁ ଯେଉଁ ୫ ପେଟି ଟଙ୍କା ମିଳିଥିଲା, ତାକୁ କୁଆଡ଼େ ନବରଙ୍ଗପୁରରୁ ଇନୋଭା କାରରେ ସିଧା ଏଠାକୁ ଅଣାଯାଇଥିଲା। କିନ୍ତୁ, ତାହାରି ଭିତରେ କ’ଣ ଘଟିଗଲା କେଜାଣି, ହଠାତ୍ ମାଡ଼ିବସିଲା ଭିଜିଲାନ୍ସ।
ପୁଣି ସୌମ୍ୟଙ୍କ ସଂପାଦକୀୟ ତୀର । ଜନ ପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ କଲମ ମୁନରେ କଲେ ଟାର୍ଗେଟ୍ । 5T ସଚିବ ଉପଭୋଗ କରୁଥିବା କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ନା ନାହିଁ ମାଗିଲେ ସ୍ପଷ୍ଟୀକରଣ, ସମର୍ଥନ କଲେ ବିରୋଧୀ
5T ସଚିବଙ୍କ ପାଇଁ କାହିଁକି ଏତେ ସୁରକ୍ଷା ବ୍ୟବସ୍ଥା? 5T ସଚିବଙ୍କୁ ଘାରିଛି କାହା ଭୟ?
ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟ ଲେଖାକୁ ନେଇ ଟାର୍ଗେଟ୍ର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ। ସେ କହିଛନ୍ତି, ପୁଣି ଥରେ ସେ(ସୌମ୍ୟରଞ୍ଜନ ପଟ୍ଟନାୟକ) ବିଜେପିକୁ ଯିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି। ମନ୍ତ୍ରୀ ହେବା ଲାଳସାରେ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି।
5T ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି ? ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପରୋକ୍ଷରେ ପୁଣି 5T ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି।
ଅପରାଜିତାଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟରଂଜନଙ୍କ ତେରଛା ବାଣ । ବିଜେଡିକୁ ପରୋକ୍ଷରେ ସୌମ୍ୟରଂଜନ ଟାର୍ଗେଟ୍ କରିଛନ୍ତି ।
ନଡ୍ଡା ଆସିଲେ ଆଉ ବର୍ଷିଲେ । ବିଜେପି କର୍ମୀଙ୍କୁ ବି ଟାସ୍କ ଦେଲେ । ଓଡ଼ିଶାରେ ସରକାର ଗଠନ ଲାଗି କର୍ମୀଙ୍କୁ ପଢ଼େଇଲେ ପାଠ। ତାସହ ଭୋଟରଙ୍କ ଆସ୍ଥା ଭାଜନ ଲାଗି ବତେଇଲେ ବାଟ ।
ନଡ୍ଡାଙ୍କ ଗସ୍ତ ପରେ ଚଳଚଞ୍ଚଳ ରାଜ୍ୟ ବିଜେପି । ଦୁଇଦିନିଆ ଗସ୍ତରେ ରାଜ୍ୟ ସରକାରଙ୍କ ଉପରେ ମନଖୋଲି ବର୍ଷିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ବିଶ୍ୱର ସବୁ ବଡ଼ ବଡ଼ ଗଣମାଧ୍ୟମରେ କରାଯାଇଛି ମୋଦିଙ୍କ ପ୍ରଶଂସା । ଖବରକାଗଜରେ ଲିଡ୍ ଷ୍ଟୋରୀର ହେଡ୍ଲାଇନ୍ ପାଲଟିଛନ୍ତି ମୋଦି ।
ମୋଦିଙ୍କ ଭାଷଣର ପ୍ରତି ବାକ୍ୟରେ ଅତିଥି ତଥା ଅନ୍ୟ ପ୍ରତିନିଧିମାନେ ଛିଡ଼ା ହୋଇ ତାଳିମାରିଥିଲେ । ଆଉ ମୋଦିଙ୍କୁ ସ୍ୱାଗତ କରିଥିଲେ ।
ପାଟନାରେ ବିରୋଧି ଦଳଙ୍କ ମହା ବୈଠକରେ ସାମିଲ ହୋଇଥିବା ନେତାଙ୍କ ସହମତି, ଏକଜୁଟ ଲଢିବେ ନିର୍ବାଚନ। ଆସନ୍ତା ଜୁଲାଇ ୧୨ରେ ହେବ ଶିମଲାରେ ଚୂଡାନ୍ତ ବୈଠକ।
ଭବାନୀପାଟଣା ଟାଉନହଲରେ ଆୟୋଜିତ ଦଳୀୟ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରି ୨୪ ସାଧାରଣ ନିର୍ବାଚନ ପାଇଁ ବିଜୟ ମନ୍ତ୍ର ଦେଇଛନ୍ତି ନଡ୍ଡା।
ଭବାନୀପାଟଣା ସଭାରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା । ରାଜ୍ୟ ସରକାର ଉପରେ ବର୍ଷିଲେ ନଡ୍ଡା ।
ଏମିତିରେ ବି ନିଜର ମଜାଳିଆ ଅନ୍ଦାଜ ପାଇଁ ଜଣାଶୁଣା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ।
୨୦୨୨ ଫେବୃଆରୀ ୨୪ରୁ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଭାରତ ଏକାଧିକ ଥର ଶାନ୍ତି ପାଇଁ ଅପିଲ କରିଛି ।
ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବା ପାଇଁ ୨୪୦୧ ଟଙ୍କା, ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବା ପାଇଁ ୨୧୫୧ ଟଙ୍କା, ମନ୍ଦିରରେ ନାମ ଏବଂ ଗୋତ୍ର ସଂକଳ୍ପ ପାଇଁ ୮୦୧ ଟଙ୍କା ଆଦାୟ କରୁଛି ଏହି ସଂସ୍ଥା।
ନଡ୍ଡାଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଷ୍ଟ୍ରିୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଲୋକମାନେ ଏହି ସରକାର ପ୍ରତି ଅତିଷ୍ଠ ହୋଇସାରିଲେଣି । ତେଣୁ ପରିଶ୍ରମ କଲେ ଏଥର ଓଡ଼ିଶାରେ ମଧ୍ୟ ହେବ ବିଜେପି ସରକାର ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡିକୁ ସିଧା ନିଶାନା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି ।
ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭବାନୀପାଟଣା ପହଞ୍ଚିବା ପରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିବେ ନଡ୍ଡା । ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନ ସଂପର୍କ ସମାବେଶରେ ସାମିଲ ହେବେ ।