Advertisment

୯ ବର୍ଷ ବନାମ ୨୩ ବର୍ଷ; ଗ୍ରାଉଣ୍ତରେ ଆରମ୍ଭ ହୋଇଗଲାଣି ବ୍ରାଣ୍ତ ଲଢ଼େଇ !

ମୋଦି ସରକାରର ୯ ବର୍ଷ ବାନାମ୍ ନବୀନ ସରକାରର ୨୩ ବର୍ଷ । ମୋଦିଙ୍କ ସଫଳ ଯୋଜନା ବନାମ୍ ନବୀନଙ୍କ ବିକାଶ ବାର୍ତ୍ତା । ବିଜେପିର ମେଗା ଜନ ସଂପର୍କ ଯାତ୍ରାକୁ କାଉଣ୍ଟର କରିବାକୁ ବିଜେଡିର ପ୍ଲାନ୍ ଭୋଟ ପୂର୍ବରୁ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି ।

author-image
Manoranjan Behera
undefined

BJP vs BJD

ସାଧାରଣ ନିର୍ବାଚନ ପୂର୍ବରୁ ମୈଦାନରେ ଆରମ୍ଭ ହୋଇଗଲାଣି ବ୍ରାଣ୍ଡ ଲଢ଼େଇ । ମୋଦି ସରକାରର ୯ ବର୍ଷ ଓ ନବୀନ ସରକାରର ୨୩ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି । କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ବିଜେପି ପ୍ରସଙ୍ଗ କରି କୋଟିଏ ପରିବାର ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେଡି । ଯାହାକୁ ନେଇ ତେଜିଛି ରାଜନୀତି ।

Advertisment

ମୋଦି ସରକାରର ୯ ବର୍ଷ ବାନାମ୍ ନବୀନ ସରକାରର ୨୩ ବର୍ଷ । ମୋଦିଙ୍କ ସଫଳ ଯୋଜନା ବନାମ୍ ନବୀନଙ୍କ ବିକାଶ ବାର୍ତ୍ତା । ବିଜେପିର ମେଗା ଜନ ସଂପର୍କ ଯାତ୍ରାକୁ କାଉଣ୍ଟର କରିବାକୁ ବିଜେଡିର ପ୍ଲାନ୍ ଭୋଟ ପୂର୍ବରୁ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି । ମୋଦି ସରକାରର ୯ବର୍ଷ ପୂର୍ତ୍ତି ଅବସରରେ ଏକ ମାସ ଧରି ମହା ଜନସଂପର୍କ ଯାତ୍ରାରେ ବାହାରିବ ବିଜେପି। ମାଗଣା ଚାଉଳ,  ଆବାସ , ଉଜ୍ବଳା, ପିଏମ୍ କିଷାନ୍ ଯୋଜନାଠୁ ନେଇ ପାନୀୟ ଜଳ ଓ ନିଯୁକ୍ତିଠୁ ନେଇ ସ୍ବାସ୍ଥ୍ୟସେବା ପାଇଁ ଥିବା ଯୋଜନା ପର୍ଯ୍ୟନ୍ତ କେନ୍ଦ୍ରର ସବୁ ସଫଳ ସ୍କିମ୍କୁ ପ୍ରାୟ କୋଟିଏ ପରିବାର ପାଖକୁ ନେବ ପଦ୍ମଦଳ। 

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଠମଲ୍ଲିକରେ ଗରିବ କଲ୍ୟାଣ ସମାବେଶରେ ଯୋଗ ଦେଇ ଏସବୁ ସଫଳ କାହାଣୀ ବଖାଣିଛନ୍ତି। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ଚିଠା ରଖି ବର୍ଷିଛନ୍ତି । ଏପଟେ ନବୀନ ସରକାରଙ୍କ ପଂଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ବିଭାଗୱାରୀ ପ୍ରେସ୍ କନଫରେନସ୍ କରି ସଫଳତାର ଗୁଣଗାନ କରି ଚାଲିଛନ୍ତି ମନ୍ତ୍ରୀ ଓ ସଚିବ। ଏଥିସହ ରାଜ୍ୟ ସରକାରଙ୍କ ବିକାଶ ଗାଥାକୁ ଲୋକଙ୍କ ପାଖକୁ ନେବାକୁ ବି ଯୋଜନା ହୋଇଛି। ସେପଟେ କଂଗ୍ରେସ ବି ଉଭୟ ବିଜେପି ଓ ବିଜେଡି ସରକାର ବିଫଳତାକୁ ଲୋକଙ୍କ ପାଖକୁ ନେବ ବୋଲି କହିଛି ।

Advertisment

ସେପଟେ ବିଜେପି-ବିଜେଡିର କାହିଁକି ଏଭଳି ମେଗାପ୍ଲାନ? ୨୪ ମହା ଲଢ଼େଇ ପୂର୍ବରୁ ଏବେଠୁ ଭୋଟରଙ୍କୁ ମନେଇବାରେ ଲାଗି ପଡ଼ିଲେଣି କି ଦୁଇ ଦଳ ? ରାଜୈନତିକ ସମୀକ୍ଷକଙ୍କ ମତରେ ଆଗକୁ ନିର୍ବାଚନ ଥିବାରୁ ଆରମ୍ଭ ହୋଇଯାଇଛି ବ୍ରାଣ୍ଡ ଲଢ଼େଇ। ନବୀନ ସରକାରର ୨୩ ବର୍ଷକୁ ମୋଦି ସରକାରର ୯ ବର୍ଷ ପୂର୍ତ୍ତି ପାଳନ ଆଳରେ ବିଜେପି ଓ ବିଜେଡିର ଏ ଆଗୁଆ କସରତ୍ କାହାକୁ କେତେ ଫାଇଦା ଦେଉଛି ତା ଉପରେ ନଜର ।

BJD PM Modi BJP CM Naveen Patnaik
Advertisment
Advertisment