Advertisment

ନବ ଦାସ ହତ୍ୟା ପଛରେ ଅଛି କି ବଡ଼ବଡ଼ିଆଙ୍କ ଲିଙ୍କ୍?

କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ବଢ଼ୁଛି ବିବାଦ । ଷଡ଼ଯନ୍ତ୍ର କଥା ନଥିବାରୁ ଗନ୍ଧ ବାରିଲେ ବିରୋଧୀ ।  ନବୀନଙ୍କୁ ମନମୋହନ ସାମଲଙ୍କ ସିଧା ନିଶାନା ।

author-image
Prangyan Parimita
undefined

Naba Das murder case

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି । ଚାର୍ଜସିଟରେ ଷଡ଼ଯନ୍ତ୍ର କଥା ଆଦୌ ଉଲ୍ଲେଖ ନଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିରୋଧୀ । ଓଲଟା ଅଭିଯୋଗ କରିଛନ୍ତି, ହତ୍ୟାକାଣ୍ଡ ପଛରେ ବଡବଡିଆଙ୍କ ହାତ ଥିବାରୁ ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରାଯାଉଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ସେପଟେ ଚାର୍ଜସିଟ୍ ଦାଖଲ ପରେ ପ୍ରଥମ ଥର ପାଇଁ ଓଟିଭି ଆଗରେ ମୁହଁ ଖୋଲି ଗୋପାଳଙ୍କ ପତ୍ନୀ କହିଛନ୍ତି, ନବ ଦାସଙ୍କ ସହ ତାଙ୍କ ସ୍ୱାମୀଙ୍କର କଣ ବ୍ୟକ୍ତିଗତ ଆକ୍ରୋଶ ଥିଲା ସେ କଥା ସେ ଜାଣିନାହାନ୍ତି।..

Advertisment

ନବ ଦାସ ହତ୍ୟା ଘଟଣାରେ ଚାର୍ଜସିଟରେ ଷଡ଼ଯନ୍ତ୍ର କଥା ଆଦୌ ଉଲ୍ଲେଖ ନଥିବାରୁ ବିରୋଧୀ ଖଡ଼ଗହସ୍ତ। ଏହା ଏକସରକାରୀ ପ୍ରାୟୋଜିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ଚାର୍ଜସିଟରେ କିନ୍ତୁ ଆଇପିସିର ଧାରା 120-B ଅର୍ଥାତ ଅପରାଧିକ ଷଡ଼ଯନ୍ତ୍ର ଦଫା ଲଗାଯାଇନି। ଯାହାକୁ ନେଇ ପୁଣି ଥରେ କ୍ରାଇମବ୍ରାଂଚ ଉପରେ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ। ନବଙ୍କ ସହ ଗୋପାଳର କଣ ବ୍ୟକ୍ତିଗତ ଆକ୍ରୋଶ ଥିଲା ତାହା ସ୍ପଷ୍ଟ କରିବାକୁ ସେମାନେ ଦାବିକରିଛନ୍ତି।

ତାଛଡ଼ା ନବ ଓ ତାଙ୍କ ସମର୍ଥକଙ୍କ ଆଡୁ ଗୋପାଳ ପ୍ରତି କଣ ବିପଦ ଥିଲା ତାହା ବି ସ୍ପଷ୍ଟ କରିବାକୁ ଦାବି ରଖିଛନ୍ତି। କ୍ରାଇମବ୍ରାଂଚ ଦାଖଲ କରିଥିବା ଚାର୍ଜସିଟ୍ ଗ୍ରହଣଯୋଗ୍ୟ ନୁହେଁ, ଆଉ ଏଥିରେ ବଡ଼ ବଡ଼ିଆ ସାମିଲ ଥିବାରୁ ଘଣ୍ଟ ଘୋଡାଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ବିଜେପି ରାଜ୍ୟ ସଭାପତି କହିଛନ୍ତି, ଯେଉଁ ପ୍ରକାର ଚାର୍ଜିସିଟ୍ ପ୍ରସ୍ତୁତ କରାଯାଇଛି, ସେଥିରେ ଗୋପାଳ ଦାସ ଖସିଯିବ। ବିଜେଡି ଏହାର ଜବାବ ରଖିଛି।

Advertisment

ବ୍ୟକ୍ତିଗତ ଆକ୍ରୋଶ କାରଣରୁ ନବଙ୍କୁ ଗୋପାଳ ହତ୍ୟା କରିଥିବା ଚାର୍ଜସିଟରେ ଦର୍ଶାଯାଇଛି। ଏ ନେଇ ଗୋପାଳଙ୍କ ପତ୍ନୀ ଜୟନ୍ତୀ ଦାସଙ୍କୁ ପଚରା ଯିବାରୁ ସେ କହିଛନ୍ତି ନବ ଦାସଙ୍କ ସହ ତାଙ୍କ ସ୍ୱାମୀଙ୍କର ଆକ୍ରୋଶ ଥିଲା କି ନାହିଁ ସେ କଥା ସେ ଜାଣିନାହାନ୍ତି। ଏଠି ପ୍ରଶ୍ନ ଉଠୁଛି, ୧୦ ବର୍ଷରୁ ଅଧିକ ଝାରସୁଗୁଡ଼ାରେଚାକିରି କରିଥିଲେ ଗୋପାଳ।

ଯଦି ନବ ଓ ତାଙ୍କ ସମର୍ଥକଙ୍କ ସହ ଗୋପାଳଙ୍କର କୌଣସି ବିବାଦ ଥିଲା ତେବେ ଗୋପାଳ ଏ ସଂପର୍କରେ ପତ୍ନୀଙ୍କୁ କିଛି ଜଣାଇନଥିଲେ ନା ଜୟନ୍ତୀ ସେ ସଂପର୍କରେ କିଛି କହିବାକୁ ଚାହୁଁନାହାନ୍ତି? ସେପଟେ ମାମଲାକୁ ରଫାଦଫା କରିବା ପାଇଁ ଚାର୍ଜସିଟରେ ଷଡଯନ୍ତ୍ର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଥିବା ବେଳେ ଚାର୍ଜସିଟର ପୁରା କପି ପଦାକୁ ଆସିନି।..

ସେପଟେ କ୍ରାଇମବ୍ରାଞ୍ଚର ଏ ଚାର୍ଜସିଟରେ ଆହୁରି ଅନେକ ଫର୍ମାଲିଟିସ୍ ବାକି ଅଛି ଏବଂ ସମ୍ପୂର୍ଣ୍ଣ ତଥ୍ୟ ସର୍ବସାଧାରଣକୁ ଆସିବା କଥା ନୁହେଁ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି। ସଂପୂର୍ଣ୍ଣ ତଥ୍ୟ ଆସିବା ପରେ ହିଁ ୟା ଉପରେ ମନ୍ତବ୍ୟ ରଖାଯିବ ବୋଲି ଗତକାଲି ପ୍ରତିକ୍ରିୟା ରଖିଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକନ୍ତୀ ବେହେରା।...

BJP Congress Chargesheet
Advertisment
Advertisment