/odishatv-khabar/media/post_attachments/uploadimage/library/16_9/16_9_0/Amit_Saha_1685073297.jpg)
Amit Saha
ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସାରା ଭାରତର ଲୋକମାନେ ଚାହୁଁଛନ୍ତି ନୂଆ ଭାରତର ନିର୍ମାଣ ପାଇଁ ଗଣତନ୍ତ୍ରର ମନ୍ଦିର ମଧ୍ୟ ନୂଆ ହେଉ। କିନ୍ତୁ କଂଗ୍ରେସ ଏବଂ ତାର ସହଯୋଗୀ ଦଳ ଏନେଇ ରାଜନୀତି କରୁଛନ୍ତି । ସେମାନେ ଯାହା କରୁଛନ୍ତି ୧୩୦କୋଟି ଦେଶବାସୀ ଦେଖୁଛନ୍ତି । ସେମାନଙ୍କର ସବୁବେଳେ ନକରାତ୍ମକ ମନୋଭାବ ରହୁଛି ।
ଗତ ନିର୍ବାଚନରେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ହରାଇଥିଲା । ଏଥର ସେତିକି ସିଟ୍ ମଧ୍ୟ କଂଗ୍ରେସକୁ ମିଳିବ ନାହିଁ । ବିଜେପି ୩ ଶହରୁ ଅଧିକ ସିଟରେ ଜିତି ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହା ।
ଅଧିକ ପଢ଼ନ୍ତୁ: ବିରୋଧୀଙ୍କୁ ଦୋମୁହାଁ କହିଲା NDA, ମୋଦି ବି ମାରିଲେ ତେରଛା ବାଣ
ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ଦ୍ବାରା ସଂସଦ ଭବନ ଲୋକାର୍ପଣ କରାନଯାଇ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେବାକୁ ଯାଉଥିବାରୁ ଜାତୀୟ ସ୍ତରରେ ରାଜନୀତି ତେଜିଛି। ଏପରିକି ୨୦ଟି ଦଳ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି ଘୋଷଣା କରିସାରିଛନ୍ତି । ଯେହେତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ, ତେଣୁ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ଥିଲା। ତେବେ ବିଜେଡି ନିଜ ନିଷ୍ପତ୍ତି ଜଣାଇବା ପରେ ଏହାକୁ ସମାଲୋଚନା କରିଛି କଂଗ୍ରେସ ।
କଂଗ୍ରେସ କହିଛି ଯେ, ରାଷ୍ଟ୍ରପତି ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ, ଦ୍ରୌପଦୀଙ୍କୁ ଭଉଣୀ ବୋଲି ସମ୍ବୋଧିତ କରିଥିଲେ । ଏବେ ଭଉଣୀ ପ୍ରେମ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ମୋଦିଙ୍କ ସହ ନବୀନ ରହିଥିବା ସେ ଅଭିଯୋଗ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଏହା ଭଲ ନିଷ୍ପତ୍ତି । ସେପଟେ ବିଜେଡି କହିଛି ଏହା ଏକ ସାମ୍ବିଧାନିକ ଉତ୍ସବ ହୋଇଥିବରୁ ଏହା ଉପରେ ରାଜନୀତି ହେବା ଉଚିତ୍ ନୁହେଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)