Advertisment

Farmers Suffer in Mandis: ମଣ୍ଡିରେ କାନ୍ଦୁଛି ଚାଷୀ, ସବୁଠି କଟନୀ-ଛଟନୀ ଓ ମିଲର୍ସଙ୍କ ମନମାନିରେ ଦହଗଞ୍ଜ

ମଣ୍ଡିରେ କାନ୍ଦୁଛି ଚାଷୀ । ଥମୁନି ଧାନ ବିକ୍ରି ଯନ୍ତ୍ରଣା । କଟକ ନିଆଳିରେ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ କରି ରାସ୍ତା ଉପରେ ଧାନ ପୋଡ଼ିଲେ ଅନ୍ନଦାତା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ମଣ୍ଡିରେ କାନ୍ଦୁଛି ଚାଷୀ !

କଟନୀ ଛଟନୀ, FAQ ଆଳ- ୟାକୁ ନେଇ ମଣ୍ଡିରେ ଛଟପଟ ହେଉଛି ଚାଷୀ । ଆଗେ ପଶ୍ଚିମ ଓଡ଼ିଶାରେ ସମସ୍ୟା ଥିଲା ଏବେ ଉପକୂଳରୁ ଦକ୍ଷିଣ ଓଡ଼ିଶାକୁ ବି ମାଡ଼ିଲାଣି । କେଉଁଠି ମିଲର୍ସ ଧାନ ଉଠାଉନଥିବାରୁ ଚାଷୀ ଶୀତ କାକରରେ ପଡିଛି ତ ପୁଣି କେଉଁଠି ରାତାରାତି ମଣ୍ଡି ସ୍ଥାନାନ୍ତର ନିଷ୍ପତ୍ତିର ପ୍ରତିବାଦରେ ଅନ୍ନଦାତା ରାସ୍ତାରେ ଧାନ ପୋଡି ପ୍ରତିବାଦ କଲାଣି। ଏମିତିକି ଚାଷୀ ଯନ୍ତ୍ରଣାକୁ ନେଇ କେଉଁଠି ସରକାରୀ ବୈଠକ ହଙ୍ଗାମା ସ୍ଥଳ ପାଲଟିଲାଣି। ଆଉ ଏସବୁ ଭିତରେ ସମବାୟ ମନ୍ତ୍ରୀ ମଣ୍ଡି ଅବ୍ୟବସ୍ଥାକୁ ସ୍ବିକାର କରିଥିବାବେଳେ, ଏଥିପାଇଁ ଦୋଷ ଅଦିନିଆ ବର୍ଷା ଓ ମିଲର୍ସଙ୍କୁ ଦେଇଛନ୍ତି ।

Advertisment

ମଣ୍ଡିରେ କାନ୍ଦୁଛି ଚାଷୀ । ଥମୁନି ଧାନ ବିକ୍ରି ଯନ୍ତ୍ରଣା । କଟକ ନିଆଳିରେ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ କରି ରାସ୍ତା ଉପରେ ଧାନ ପୋଡ଼ିଲେ ଅନ୍ନଦାତା । ସୂଚନା ଅନୁସାରେ ପୂର୍ବଥର ଭଳି ଏଥର ବି ଖରିଫ୍ ଧାନ ସଂଗ୍ରହ ପାଇଁ ନିଆଳି ବ୍ଲକ୍ କସର୍ଦ୍ଦାରେ ମଣ୍ଡି ଖୋଲିବାକୁ ସ୍ଥିର ହୋଇଥିଲା । ହେଲେ ଚାଷୀ ଧାନ ଧରି ପହଞ୍ଚିଲାବେଳକୁ ମଣ୍ଡି ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି କୁହାଗଲା, ଯେଉଁଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଚାଷୀ ଅଡ଼ଶପୁର-ସିଠାଳୋ ରାସ୍ତାର ଫାଣ୍ଡି ଛକରେ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ ଓ ଧାନ ବି ପୋଡ଼ିଥିଲେ । ଖବର ପାଇ ତହସିଲଦାର ପହଞ୍ଚି ଆଲୋଚନା କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଣ୍ଡି ପୂର୍ବ ସ୍ଥାନରେ ହିଁ ରହିବ ବୋଲି ପ୍ରତିଶ୍ରୁତି ପ୍ରଦାନ ପରେ ରାସ୍ତାରୋକ ହଟିଥିଲା ।

ଅଧିକ ପଢ଼ନ୍ତୁ: ସରକାରୀ ଅଧିକାରୀଙ୍କ ସହ ଆସିଲେ ମନ୍ତ୍ରୀ, ବୁଲି ବୁଲି କଲେ ଆବାସ ଯୋଜନାର ସର୍ଭେ

Advertisment

ମଣ୍ଡି ଯନ୍ତ୍ରଣା ଏବେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାକୁ ବି ମାଡ଼ିଲାଣି । ଗଂଜାମ ଜିଲ୍ଲା ଅରଖପୁର ଶେଷଭାଗାରେ ଥିବା ମଣ୍ଡିରେ ମିଲର ଆସୁନଥିବାରୁ ଧାନ ଶୁଖିଯିବା ଡରରେ ଚାଷୀ ଏମିତି ପାଳ ଘୋଡ଼େଇ ଶୀତ କାକରରେ ଜଗି ରହୁଛି । ଗତ ୩ ତାରିଖରୁ ଗଂଜାମ ଜିଲ୍ଲାରେ ମଣ୍ଡି ଖୋଲିଥିବାବେଳେ ଧାନ କିଣା ହେଉନଥିବାରୁ ଗତକାଲି ୧୧ଜଣ ମିଲରଙ୍କୁ ଜିଲ୍ଲା ପ୍ରଶାସନ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଯାହାକୁ ନେଇ ଜିଲ୍ଲା ମିଲ୍ ମାଲିକ ସଂଘ ପ୍ରତିକ୍ରିୟା ରଖି କହିଛି- ଚାଷୀଙ୍କୁ ହଇରାଣ କରିବା ଆମର ଲକ୍ଷ୍ୟ ନୁହେଁ, ସରକାର ନିୟମ କୋହଳ କଲେ ଚାଷୀଙ୍କଠୁ ଧାନ ଉଠିବ ।

ଆଉ ଏଠି ହଙ୍ଗାମା, ମଣ୍ଡିରେ ଧାନ କଟନୀ-ଛଟନୀ ଓ ମିଲର୍ସଙ୍କ ମନମାନି ପ୍ରତିବାଦରେ । ଭଦ୍ରକ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାର ସମସ୍ତ ବିଧାୟକମାନଙ୍କ ଉପସ୍ଥିତିରେ ହଲ୍ଲାପଟା କରିଥିଲେ ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଓ ନିର୍ବାଚିତ ଜିଲ୍ଲା ପରିଷଦ ପ୍ରତିନିଧି। ହଙ୍ଗାମା ଏତେ ତୀବ୍ର ହେଲା ଯେ, ଶେଷରେ ବୈଠକରେ ଆଉ ପ୍ରଦୀପ ପ୍ରଜ୍ବଳନ ପର୍ବ ବି ସମାପନ ହୋଇପାରିଲା ନାହିଁ। ବାହାରେ ବି ଚାଷୀଙ୍କ ଉତ୍ତେଜନାକୁ ଦେଖି ସେଠି ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

ତେଣେ କେତେକ ସ୍ଥାନରେ ମଣ୍ଡିରୁ ଧାନ ଉଠିବାରେ ସମସ୍ୟାକୁ ସ୍ବୀକାର କରିଛନ୍ତି ସମୟବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଏଥିପାଇଁ ସେ ଲଘୁଚାପ ଜନିତ ଲଗାଣବର୍ଷା ଓ ମିଲର୍ସଙ୍କ ସମସ୍ୟାକୁ ଦୋଷ ଦେଇଛନ୍ତି। ବର୍ଷାରେ ଖରାପ ହୋଇଥିବା ଧାନ ଆନାଲାଇଜର ମେସିନ୍ ରେ ଧରା ପଡୁଥିବାରୁ ତାକୁ ମିଲର୍ସ ନେବାକୁ ଅମଙ୍ଗ ହେଉଥିବା କହିଛନ୍ତି। ତେବେ ଯେଉଁଠି ସମସ୍ୟା ଉପୁଜୁଛି ସେଠି ସ୍ଥାନୀୟ ପ୍ରଶାସନିକ ଅଧିକରୀଙ୍କ ଜରିଆରେ ମିଲର୍ସ ଓ ଚାଷୀଙ୍କୁ ବୁଝାସୁଝା କରି ଧାନ ଉଠାଯାଉଥିବା ମନ୍ତ୍ରୀ କହିଛନ୍ତି । ଏବେ ଦେଖିବାର କଥା କେବେ ସୁଧୁରୁଛି ମଣ୍ଡିରେ ଅନ୍ନଦାତାର ଯନ୍ତ୍ରଣା ।

ଅଧିକ ପଢ଼ନ୍ତୁ: ବିଜେଡି ସମର୍ଥିତ ସରପଞ୍ଚଙ୍କ ପାଇଁ ଟେନସନ୍‌ ଆଣିଲେ ୱାର୍ଡ ମେମ୍ୱର

Cuttack Dhana Mandi
Advertisment
Advertisment