Advertisment

କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ନବଙ୍କୁ ମାରିଲା ଗୋପାଳ ? ୪ କାରଣକୁ ନେଇ ଚର୍ଚ୍ଚା

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଘନଉଛି ବିବାଦ। ଭିନ୍ନଭିନ୍ନ ତଥ୍ୟ ଦେଇ ଗୋଲଗୋଲ ବୁଲାଉଛି କି କ୍ରାଇମବ୍ରାଂଚ? ଭିତରି କଥା ଲୁଚାଇବାକୁ ଉଦ୍ୟମ ହେଉନାହିଁ ତ?

author-image
Chandan Shishu
ଅଦ୍ୟତନ ହୋଇଛି
Opposition targets Odisha govt over Naba Das murder case chargesheet

Opposition targets Odisha govt over Naba Das murder case chargesheet

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ପରେ ପ୍ରକୃତରେ କେଉଁ ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ଯୋଗୁଁ ଗୋପାଳ ଦାସ, ତାଙ୍କୁ ହତ୍ୟା କରିଥିଲା ତାକୁ ନେଇ ଏବେ ସମସ୍ତଙ୍କ 
ମନରେ ପ୍ରଶ୍ନ। ନବ ଓ ତାଙ୍କ ସମର୍ଥକଙ୍କ ଆଡୁ ଗୋପାଳର ଜୀବନ ପ୍ରତି ବିପଦ ଥିବାରୁ ଭୟରେ ଗୋପାଳ ହତ୍ୟା କଲା ବୋଲି କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି। ତେବେ କାହିଁକି ବିପଦ ରହିଥିଲା, ଏବଂ ନବ ଦାସଙ୍କ କେଉଁ ସମର୍ଥକମାନେ ଏହା ପଛରେ ଥିଲେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେପେଟ ଚାର୍ଜସିଟକୁ ନେଇ ବିରୋଧୀ କ୍ରାଇମବ୍ରାଂଚକୁ ଘେରିବା ସହ ରାଜ୍ୟ ସରକାରଙ୍କୁ ବି ନିଶାନା କରିଛନ୍ତି।

Advertisment

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଘନଉଛି ବିବାଦ। ଭିନ୍ନଭିନ୍ନ ତଥ୍ୟ ଦେଇ ଗୋଲଗୋଲ ବୁଲାଉଛି କି କ୍ରାଇମବ୍ରାଂଚ? ଭିତରି କଥା ଲୁଚାଇବାକୁ ଉଦ୍ୟମ ହେଉନାହିଁ ତ? ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ, କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ କ୍ରାଇମବ୍ରାଂଚ ଦର୍ଶାଇଛି ଯେ, ହତ୍ୟା ପଛର ଏକମାତ୍ର କାରଣ ହେଉଛି ବ୍ୟକ୍ତିଗତ ଆକ୍ରୋଶ ଓ ରାଗ। ବଡ଼ ପ୍ରଶ୍ନ ହେଉଛି କଣ ସେହି ବ୍ୟକ୍ତିଗତ ଆକ୍ରୋଶ ? ଦୁହିଁଙ୍କ ଭିତରେ ଏମିତି କଣ ଶତ୍ରୁତା ବଢ଼ିଥିଲା ଯେ ଶେଷରେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା ଗୋପାଳ ?

ଚର୍ଚ୍ଚା ହେଉଛି ଏହା ପଛରେ ରହିଛି ୪ଟି ପ୍ରମୁଖ କାରଣ:

ପାଉଁଶ ପରିବହନ ନେଇ ଗୋପାଳ ଓ ନବ ଦାସ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ନବ ଦାସଙ୍କ ସମର୍ଥକ ବିଭିନ୍ନ ସମୟରେ ଗୋପାଳକୁ ନିର୍ଯାତନା ଦେଉଥିଲେ, ଏମିତିକି  ଗୋପାଳର କ୍ୱାର୍ଟରକୁ ଯାଇ ହଇରାଣ ହରକତ କରୁଥିଲେ। ଯେଉଁଥି ପାଇଁ ଗୋପାଳ କ୍ବାର୍ଟରରେ ନରହି କିଛି ଦିନ ଥାନାରେ ରହିବାକୁ ବାଧ୍ୟ ହେଉଥିଲା। ବ୍ରଜରାଜନଗର ଉପନିର୍ବାଚନ ସମୟରେ ନବ ଦାସଙ୍କ ସମର୍ଥକମାନେ ଗୋପାଳଙ୍କୁ ଦୁର୍ବ୍ୟବହାର କରିଥିବା କୁହାଯାଉଛି। ସେହିପରି ବିଭିନ୍ନ ସମୟରେ ଖୋଦ୍ ନବ ଦାସ ମଧ୍ୟ ଗୋପାଳକୁ ଧମକ ଓ ଦୁର୍ବ୍ୟବହାର କରିଥିବା ଚର୍ଚ୍ଚା ହେଉଛି।

Advertisment

ତେବେ ଚାର୍ଜସିଟରେ ଏ ସଂପର୍କରେ ଉଲ୍ଲେଖ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନି। ଚାର୍ଜସିଟରେ ଏହା ବି କୁହାଯାଇଛି, ନବ ଦାସ ଓ  ତାଙ୍କ ସମର୍ଥକଙ୍କ ଆଡୁ ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ଗୋପାଳ ନବ ଦାସଙ୍କୁ ଗୁଳି କରିଥିଲା। ତେବେ ନବଙ୍କ କୋଉଁ ସମର୍ଥକଙ୍କୁ ଆଡୁ ଗୋପାଳଙ୍କ ଜୀବନ ପ୍ରତି ବିପଦ ଥିଲା ଓ କାହିଁକି ? ସେମାନଙ୍କୁ କ୍ରାଇମବ୍ରାଂଚ ପଚରା ଉଚୁରା କରିଛି କି? ସେମାନଙ୍କ ନାଁ ଚାର୍ଜସିଟରେ ଅଛି କି? ଏସବୁ ଭିତରେ ଅଭିଯୁକ୍ତ ବିରୋଧରେ ଆଇପିସିର ଦଫା ୧୨୦-ବି ବା ଅପରାଧିକ ଷଡ଼ଯନ୍ତ୍ର ଲଗାଯାଇନଥିବାରୁ ତାହା ବି ପ୍ରଶ୍ନ ଠିଆ କରିଛି ।  ଯାହା ଫଳରେ ଏହି ହତ୍ୟାକାଣ୍ଡରେ ବଡ଼ବଡ଼ିଆ ଲିଙ୍କ ଓ ଷଡ଼ଯନ୍ତ୍ର ଥିଓରୀ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଥିଲେ ତାକୁ ବାଏଁ ବାଏଁ ଉଡ଼ାଇ ଦେଇଛି କ୍ରାଇମବ୍ରାଞ୍ଚ।

ପ୍ରଶ୍ନ ଉଠୁଛି, ହତ୍ୟା ଘଟଣା ପଛରେ ଏମିତି କିଛି ଅକୁହା କଥା ରହିଛି କି ଯାହା ସାମ୍ନାକୁ ଆସିଲେ ସରକାର ବଦନାମ ହେବାର ଭୟ ରହିଛି? ଏସବୁ ନେଇ କ୍ରାଇମବ୍ରାଂଚ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ପ୍ରାଥମିକ ଚାର୍ଜସିଟରେ ଯେଉଁ ସବୁ କାରଣ ଦର୍ଶାଯାଇଛି, ତାହା ଅଭିଯୁକ୍ତ ଗୋପାଳ ଦାସକୁ କଡ଼ା ଦଣ୍ଡ ଦେବାରେ କେତେ ଦୂର ସହାୟକ ହେବ, ତାହା ଏବେ ବଡ଼ ପ୍ରଶ୍ନ।

Crime Branch RTI
Advertisment
Advertisment