/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685424620.jpg)
Ashok Ghelot, Sachin Pilot
ଏକାଠି ନିର୍ବାଚନ ଲଢ଼ିବେ ଗେହଲୋଟ-ପାଇଲଟ୍ । ରାଜସ୍ଥାନ କଂଗ୍ରେସରେ ଗତ କିଛି ଦିନ ଧରି ଲାଗି ରହିଥିବା ହଟଚମଟ ଭିତରେ ଏଭଳି କିଛି ଖବର ଆସିଛି । ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚୀନ ପାଇଲଟ୍ ।
ଖୋଲାଖୋଲି ଭାବେ ଗେହଲୋଟଙ୍କୁ ବିରୋଧ କରିବା ପରେ ପ୍ରଥମ ଥର ପାଇଁ ଏକାଠି ୪ ଘଣ୍ଟା ଧରି ପାଇଲଟ୍ ଆଲୋଚନା କରିଥିଲେ । ଆସନ୍ତା ବିଧାନସଭା ନିର୍ବାଚନରେ ଉଭୟ ନେତା ଏକାଠି ହୋଇ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିବେ । କୌଣସି ପ୍ରକାର ବିବାଦ ନାହିଁ, କର୍ଣ୍ଣାଟକର ଫର୍ମୁଲା ରାଜସ୍ଥାନରେ ରିପିଟ୍ ହେବ ବୋଲି ଗତକାଲି ସୂଚନା ଦେଇଛନ୍ତି କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ।
ଆସନ୍ତା ଡିସେମ୍ବରରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ରହିଛି । ଏହାରି ଭିତରେ ବାରମ୍ବାର ପାଇଲଟଙ୍କ ବିରୋଧୀ ଦଳ ପାଇଁ ତ୍ରିଶଙ୍କୁ ପରିସ୍ଥିତି ସୃଷ୍ଟି କରିଥିଲା । କଂଗ୍ରେସର ସାଧାରଣ ସମ୍ପାଦକ କେ.ଭି ଭେନୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ଏବେ ହାତ ମିଳାଇ ନେଇଛନ୍ତି। ଏଥିସହ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ସେମାନେ ସ୍ୱୀକାର କରିନେବେ ବୋଲି ମଧ୍ୟ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)