• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତି ନେଇ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କିଛି ଅନ୍ୟ ରାଜନେତାଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି । ନୂଆ ସଂସଦ ଭବନ ଉଦଘାଟନୀ ପ୍ରସଙ୍ଗରେ ମନ୍ତବ୍ୟ ଦେବା ବେଳେ ରାଷ୍ଟ୍ରପତିଙ୍କ ଜାତିକୁ ନେଇ ମତ ଦେବାକୁ ନେଇ ଅଭିଯୋଗ ହୋଇଛି । ଏହି ମନ୍ତବ୍ୟ ଦ୍ୱାରା ସଂପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା, ରାଜନୈତକ ଫାଇଦା ପାଇଁ ଭାରତ ସରକାରଙ୍କ ପ୍ରତି ଥିବା ଆସ୍ଥା ସଂକଟ ସୃଷ୍ଟି କରିବା ଭଳି ଅଭିଯୋଗ ହୋଇଛି ।

ଆଇପିସିର ଧାରା ୧୨୧, ୧୫୩A, ୫୦୫, ୩୪ IPCରେ ମାମଲା ରୁଜୁ ହୋଇଛି । ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦଘାଟନୀକୁ ଡକାଯାଇନଥିବା ଦର୍ଶାଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ପ୍ରାୟ ୨୦ଟି ବିରୋଧୀ ଦଳ ନୂଆ ସଂସଦ ଉଦଘାଟନୀ ଉତ୍ସବକୁ ବୟକଟ ଘୋଷଣା କରିଛନ୍ତି ।

ଆସନ୍ତାକାଲି ଲୋକସଭା ବାଚସ୍ପତିଙ୍କ ନିମନ୍ତ୍ରଣ କ୍ରମେ ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପୂର୍ବରୁ ସକାଳ ୭ଟାରୁ ଆରମ୍ଭ ହେବ ସମାରୋହ। ସକାଳ ୭ଟାରୁ ପୂଜା ଏବଂ ଅନ୍ୟ ରିତୀନୀତି ସହ ଆରମ୍ଭ ହେବ କାର୍ଯ୍ୟକ୍ରମ। ଏଥିପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ତାମିଲନାଡୁର ସାଧୁସନ୍ଥ ଓ ପୂଜକ । ପୂଜାବିଧି ସହ ରାଜଦଣ୍ଡ ବା ସେଙ୍ଗୋଲ ସ୍ଥାପନ କରିବେ ଏହି ପୂଜକ ମାନେ ।

ଚେନ୍ନାଇ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ପୂଜକ ମାନେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ପୂଜାପାଠ ପାଇଁ ଗାନ୍ଧୀ ମୂର୍ତ୍ତି ନିକଟରେ ଏକ ମଣ୍ଡପ ସ୍ଥାପନ କରାଯାଇଛି । ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ସମେତ କିଛି ମନ୍ତ୍ରୀ ସାମିଲ ହୋଇପାରନ୍ତି ।