Advertisment

RJDର ବିବାଦୀୟ ଟ୍ୱିଟ୍, ନୂଆ ସଂସଦ ସହ କଫିନର ଫଟୋକୁ ମିଶାଇ ଟ୍ୱିଟ୍

ନୂଆ ସଂସଦ ଭବନ ନିର୍ମାଣ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ଆରଜେଡି । ନୂଆ ପାର୍ଲାମେଣ୍ଟର ଫଟୋ ସହ କଫିନର ଫଟୋକୁ ମିଶାଇ ଟ୍ୱିଟ୍ କରିଛିା

author-image
Pallipuspa Samal
ଅଦ୍ୟତନ ହୋଇଛି
RJD's Controversial Tweets

RJD's Controversial Tweets

ନୂଆ ସଂସଦ ଭବନ ଉଦଘାଟନ ଅବସରରେ ବିବାଦୀୟ ଟ୍ବିଟ୍ କରିଛି ଆରଜେଡିା ନୂଆ ପାର୍ଲାମେଣ୍ଟର ଫଟୋ ସହ କଫିନର ଫଟୋକୁ ମିଶାଇ ଟ୍ୱିଟ୍ କରିଛିା ସଂସଦ ଉଦଘାଟନ ବେଳେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ହୋଇନଥିବା ପ୍ରସଙ୍ଗକୁ ନେଇ ସମାଲୋଚନା କରିବା ସହ ନିର୍ମାଣ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତିା

Advertisment

ତେବେ ଏହାକୁ ନେଇ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି । ଆରଜେଡିର ବୁଦ୍ଧି ନାହିଁ କି? ସେହି ସଂସଦ ଭବନରେ ହିଁ ଆରଜେଡି ନେତା ପରବର୍ତ୍ତି ଅଧିବେଶନରେ ବସିବେ, ଗଣତନ୍ତ୍ରର ମନ୍ଦିରକୁ ଏପରି ବ୍ୟବହାରକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ସୁଶୀଲ ମୋଦିା

ପୂର୍ବରୁ ଏହି ଉତ୍ସବରେ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି କରାଯାଇ ନଥିବାରୁ ରାଷ୍ଟ୍ରପତିଙ୍କୁ ନୂଆ ସଂସଦଭବନ ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇ ନଥିବାରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କଡା ସମାଲୋଚନା କରିଥିଲେ । ରାଷ୍ଟ୍ରପତି ଉଭୟ ସରକାର ଓ ବିରୋଧୀଙ୍କ ସହ ସାଧାରଣ ଲୋକଙ୍କ ପ୍ରତିନିଧିତ୍ୱ କରିଥାନ୍ତି । ସେ ହେଉଛନ୍ତି ଭାରତର ପ୍ରଥମ ନାଗରିକ। ତାଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ବିଲଡିଂର ଉଦଘାଟନ ହେଲେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମ୍ବିଧାନିକ ଅଧିକାର ପ୍ରତିଫଳିତ ହେବ ବୋଲି ଖଡ଼ଗେ ପୂର୍ବରୁ ଟ୍ୱିଟ୍ କରିଥିଲେ ।

Advertisment

ତେବେ କଂଗ୍ରେସର ଏହି ସମାଲୋଚନାର କଡା ଜବାବ ରଖିଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ । କଂଗ୍ରେସର କେତେକ ନେତା ପୂର୍ବରୁ ନୂତନ ବିଲଡିଂର ଆବଶ୍ୟକତା ପାଇଁ ଦାବି କରୁଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଇପାରିନଥିଲେ। ଏବେ ତାହାର ଉଦଘାଟନକୁ ନେଇ ସେମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି 

ନୂଆ ପାର୍ଲାମେଣ୍ଟ ବିଲଡିଂ ଭାରତର ପ୍ରଗତି ଓ ସମୃଦ୍ଧିର ପ୍ରତୀକ ହୋଇଥିଲେ ମଧ୍ୟ ବିରୋଧୀମାନେ ଏଥିରେ ସହମତ ହୋଇପାରୁନାହାନ୍ତି ।୧୯୭୫ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ପାର୍ଲାମେଣ୍ଟ ଆନେକ୍ସ ଓ ପରବର୍ତ୍ତୀ ପର୍ଯ୍ୟାୟରେ ୧୯୮୭ରେ ରାଜୀବ ଗାନ୍ଧି ପାର୍ଲାମେଣ୍ଟ ଲାଇବ୍ରେରୀର ଶିଳାନ୍ୟାସ କରିଥିଲେ ବୋଲି ହରଦୀପ ସିଂ ଟ୍ୱିଟ କରିଥିଲେ ।

Tweets RJD New Parliament Building
Advertisment
Advertisment