ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଛକାପଞ୍ଝା ଭିତରେ ଗତକାଲି ମୁମ୍ବାଇ ଫେରିଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ ।
ଜୟନାରାୟଣ ମିଶ୍ରଙ୍କ ତଡ଼ାଖିଆ ଉପାଖ୍ୟାନ ପରେ ବଢ଼ିଲା ବୟାନବାଜି । ଏହି ମୌକାରେ ବିଜେଡି କହିଛି, କେଉଁଠି ଗୋଷ୍ଠୀ କନ୍ଦଳ ତୀବ୍ର ତାହା ଜଣା ପଡିଲାଣି । ଏବେ ସେଠି ନିଆଁ ଲାଗିସାରିଲାଣି । କିନ୍ତୁ ବିଜେପିର ଯୁକ୍ତି ଜୟ ନାରାୟଣଙ୍କ କଥାକୁ କଦର୍ଥ କରୁଛି ବିଜେଡି।
ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।
ଜୟନାରାୟଣଙ୍କର ସାଂଘାତିକ ବୟାନ । ଦଳରୁ ତଡ଼ି ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି କରିଛି ଜୟନାରାୟଣଙ୍କୁ ଏକ ଘରକିଆ ?
ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରଠୁ ପାଣ୍ଡିଆନ୍ ଅଜ୍ଞାତବାସରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । କାରଣ ସର୍ବସାଧାରଣ ସ୍ଥାନରେ କିମ୍ୱା କୌଣସି ସଭାସମିତିରେ ତାଙ୍କୁ କେହି କେବେ ଦେଖିନଥିଲେ । କିନ୍ତୁ ଜଣେ ବିଜେଡି ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଛି ।
କାହିଁକି ନବୀନ ନିବାସ ସମ୍ମୁଖରେ ହେଲା ମୋଦିଙ୍କ ସାଧାରଣ ସଭା ? କି ବାର୍ତ୍ତା ଦେବାକୁ ଚାହୁଁଛି ବିଜେପି ? ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଏଭଳି ରଣନୀତି କି ?
ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ପାଠଶାଳା । ହସ ହସରେ ମଞ୍ଜ କଥା । ସାଧାରଣ କାର୍ଯ୍ୟକର୍ତ୍ତାରୁ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ଯାତ୍ରା । ରାଜନୈତିକ ଜୀବନୀର କାହାଣୀ କହି ଦେଲେ ଗୁରୁମନ୍ତ୍ର ।
ଜଣେ ଜନୈକ ବ୍ୟକ୍ତି ଲଲଙ୍କ ନାଁରେ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ଲଲଙ୍କ ନାଁରେ ମୋଟ୍ ୫ଟି ମାମଲା ଅଛି । ତତ୍ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମିଳିଛି ।
ଆସନ୍ତା ଡିସେମ୍ବର ୨ରେ ବିଜେପି ବିଧାୟକ ଦଳ ବୈଠକ ବସିବ । ନିର୍ବାଚନ ଫଳ ଘୋଷଣାକୁ ସପ୍ତାହେ ବିତି ଥିଲେ ବି ମହାୟୁତିର କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଓଡିଶାକୁ ଆଳୁ ଗାଡ଼ି ଛଡା ନଯିବା ପଛରେ ରହିଛି କି ରାଜନୀତି? କଣ ହୋଇପାରେ ଏହାର କାରଣ? ଏହାଦ୍ୱାରା ଖୁସି ଅଛନ୍ତି କି ପଶ୍ଚିମବଙ୍ଗ ଚାଷୀ ଓ ବ୍ୟବସାୟୀ? ଗରିବ ଲୋକର ପଖାଳ କଂସାରୁ ଆଳୁକୁ ଚୋରେଇ ନେବା ପଛରେ କାହାର ଅଛି ପ୍ରଚ୍ଛନ୍ନ ହାତ, କିଏ ଏଥିପାଇଁ ଦାୟୀ? ପଢ଼ନ୍ତୁ ପୂରା କାହାଣୀ ଏହି ଲେଖାରୁ।
ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ୱାଧୀନତା ଥାଏ ।
ଆଗରୁ ନିର୍ବାଚନ ପୂର୍ବରୁ ଆସିଥିଲେ, ଆଉ ଏଥର ଡବଲ୍ ଇଞ୍ଜିନ୍ ସରକାର ପରେ । ଚାଲିଛି ରୁଦ୍ଧଦ୍ୱାର ପାଠଶାଳା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ବିଜେପିର ସବୁ ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀ ।
୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା ସଂସ୍କରଣର ପ୍ରକଳ୍ପ ପ୍ରତିଶ୍ରୁତିର ଗ୍ରାଉଣ୍ଡିଂ ବା ରୂପାୟନ ହାର ଯଥା କ୍ରମେ ୪୪ ଓ ୩୩ ପ୍ରତିଶ୍ରତ ରହିଥିବାରୁ ପୂର୍ବ ସରକାରକୁ ବିଜେପି ଓ କଂଗ୍ରେସ ଦ୍ୱାରା ସମାଲୋଚିତ ହେବାକୁ ପଡିଥିଲା । ଆସନ୍ତା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସଂସ୍କରଣର ଶତ ପ୍ରତିଶତ ରୂପାୟନ କରିପାରିଲେ ତାହା ବିରୋଧୀଙ୍କ ମୁହଁରେ ଲଗାମ ଲଗାଇ ପାରିବ । ଅନ୍ୟଥା ବିରୋଧୀମାନେ ସମାନ ମୁଦ୍ରାରେ ସମାଲୋଚନାକୁ ପରିଶୋଧ କରିବା ପାଇଁ ପଛାଇବେ ନାହିଁ ।
ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାୟ ଦୁଇଘଣ୍ଟା କଥାହେବେ। କାଳେ ମୋଦି କ'ଣ ପଚାରି ଦେବେ, ସେଇଥିପାଇଁ ସିନେମା ଦେଖି ନିଜକୁ ପ୍ରସ୍ତୁତ କରୁଛନ୍ତି ବିଜେପି ନେତା। କଥାଟି ଆପଣଙ୍କୁ ଅଡୁଆ ଲାଗୁଥିବ, କିନ୍ତୁ କ'ଣ ଏହା ପଛର ରହସ୍ୟ, ଓଡ଼ିଶା ବିଜେପି ନେତାଏ କେଉଁ ଫିଲ୍ମ ଦେଖୁଛନ୍ତି, ଜାଣିବାକୁ ପଢ଼ନ୍ତୁ ଏହି ଖବରଟି।
ଏହା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତା ହେମନ୍ତ ସୋରେନଙ୍କ ଚତୁର୍ଥ କାର୍ଯ୍ୟକାଳ ହେବ । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସୋରେନ ୩୯,୭୯୧ ଭୋଟ ବ୍ୟବଧାନରେ ବିଜେପିର ଗାମଲିୟାଲ ହେମ୍ବ୍ରମଙ୍କୁ ପରାସ୍ତ କରି ବାରହାଟ ଆସନ ବଜାୟ ରଖିଥିଲେ ।
ରାଜଧାନୀ ଭୁବନେଶ୍ୱରର ଗାଡକଣ ମୌଜା ସୈନିକ ସ୍କୁଲ ନିକଟରେ ଆଜି ଯେଉଁ କୃତ୍ରିମ ଆକାଶଛୁଆଁ ଆବର୍ଜନାର ପାହାଡ ଦେଖାଯାଉଛି ପ୍ରାୟ ୨୦ ବର୍ଷ ତଳେ ଠିକ ସେତିକି ଗଭୀରର ଏକ ପୋଖରୀ ଦେଖାଯାଉଥିଲା । ସେହି ସ୍ଥାନକୁ ଖୋଳି, ପଥର କାଟି ନେଇଯିବା ଫଳରେ ବିରାଟ ଖାଲ ହେବା ଏବଂ ବର୍ଷାପାଣି ଜମା ହୋଇ ପୋଖରୀର ରୂପ ନେଇଥିଲା ।
ଲୋକସଭା ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା। ବାଚସ୍ପତି ଓମ୍ ବିର୍ଲା ପ୍ରିୟଙ୍କାକୁ ଶପଥ ପାଠ କରାଇଛନ୍ତି। ହାତରେ ସମ୍ବିଧାନର କପି ଧରି ହିନ୍ଦୀରେ ଶପଥ ନେଇଛନ୍ତି ପ୍ରିୟଙ୍କା ।
ଝାଡ଼ଖଣ୍ଡରେ ଆଜିଠୁ ହେମନ୍ତ ସରକାର। ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ରାଞ୍ଚିର ମୋହରାବାଡି ଗ୍ରାଉଣ୍ଡରେ ସିଏମ୍ ଭାବରେ ଶପଥ ଗ୍ରହଣ କରିବେ ହେମନ୍ତ।
ଆସୁଛନ୍ତି ମୋଦି । ଓଡ଼ିଶାରେ କାଟିବେ ତିନି ଦିନ । ନିର୍ବାଚନୀ ପ୍ରତିଶ୍ରୁତି ସହ ସରକାରୀ ଯୋଜନାର କରିବେ ସମୀକ୍ଷା । ଏହା ସହ ବିଜେପି ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ବି ପରଖିବେ ।
ଆସୁଛନ୍ତି ମୋଦି । ଓଡ଼ିଶାରେ କାଟିବେ ତିନି ଦିନ । ନିର୍ବାଚନୀ ପ୍ରତିଶ୍ରୁତି ସହ ସରକାରୀ ଯୋଜନାର କରିବେ ସମୀକ୍ଷା । ଏହା ସହ ବିଜେପି ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ବି ପରଖିବେ ।
ଡିସେମ୍ବର ୨୦ରେ ନିର୍ବାଚନ ହେବାକୁ ଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ସିଟଟି ବିଜେପି ଖାତାକୁ ଯିବା ଥୟ ।
ମମତାଙ୍କ ଷ୍ଟାଇଲରେ ବିଜେପିରୁ ରାଜ୍ୟସଭା ଯିବେ କି ସୁଜିତ କୁମାର ? ନା ଆଉ କାହାକୁ ପ୍ରାଇଜ ଦେବ ଦଳ ?
୪ ରାଜ୍ୟ ସହ ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରେ ଗୋଟିଏ ଆସନ ଖାଲି ପଡ଼ିଛି ।
ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ ।
ମହାୟୁତିର ବିପୁଳ ବିଜୟ ଘଟିଲା । ମହାରାଷ୍ଟ୍ରରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏକନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ୍ । କାହାର ପଲା ଭାରୀ ?