ଝାଡ଼ଖଣ୍ଡରେ ଆଜିଠୁ ହେମନ୍ତ ସରକାର। ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ରାଞ୍ଚିର ମୋହରାବାଡି ଗ୍ରାଉଣ୍ଡରେ ସିଏମ୍ ଭାବରେ ଶପଥ ଗ୍ରହଣ କରିବେ ହେମନ୍ତ।
କଳ୍ପନା ସୋରେନ୍। ଦିନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ଭାବେ ଲୋକେ ତାଙ୍କୁ ଜାଣୁଥିଲେ। ଏବେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଟପ୍ ଲିଡର। ବିଧାନସଭା ନିର୍ବାଚନରେ JMM ପାଇଥିବା ବଡ଼ ବିଜୟର ଶ୍ରେୟ ଦିଆଯାଉଛି କଳ୍ପନାଙ୍କୁ। ଏପରିକି ଗାଣ୍ଡେ ଆସନରୁ ଜିତି ବିଧାୟିକା ବି ହୋଇଛନ୍ତି ଏହି ଓଡ଼ିଆ ଝିଅ।
ଜେଲରୁ JMM ସରକାର 2.O । ଝାଡ଼ଖଣ୍ଡରେ ପୁଣି ହେମନ୍ତ ସୋରେନ ସରକାର । ଆସନ୍ତା ୨୮ରେ ଶପଥ ଗ୍ରହଣ । ହେଲେ JMMର ଏହି ଧୂଆଁଧାର ବିଜୟର କ୍ରେଡିଟ୍ ଦିଆଯାଉଛି ଓଡ଼ିଆ ଝିଅ କଳ୍ପନା ସୋରେନଙ୍କୁ ।
ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ସୂତ୍ର ଅନୁଯାୟୀ ନଭେମ୍ବର ୨୮ରେ ହେବ ଶପଥ ଗ୍ରହଣ ସମାରୋହ ହେବ।
ଝାଡ଼ଖଣ୍ଡରେ ପୁଣି ସୋରେନ୍ ସରକାର। ବାଜି ଜିତିଲା ମହାମେଣ୍ଟ। ଜେଏମଏମ୍ ନେତୃତ୍ୱାଧୀନ ଗଠବନ୍ଧନକୁ ବିପୁଳ ବହୁମତ। ପୁଣି ଥରେ ଝାଡ଼ଖଣ୍ଡ ଭୋଟରଙ୍କ ଦିଲ୍ ଜିତିଲେ ହେମନ୍ତ ସୋରେନ୍।
ବୁଥ୍ ବାହୁଡ଼ାର ମତ ଅନୁସାରେ ମହାରାଷ୍ଟ୍ରରେ ‘ମହାୟୁତି’କୁ ସ୍ପଷ୍ଟ ବହୁମତ ମିଳୁଥିବା ଅଧିକାଂଶ ଏଗଜିଟ ପୋଲରେ ଜଣାପଡିଛି।
ଆସିଲା ବୁଥ୍ ବାହୁଡ଼ା ମତ । ଏଥିରେ ଝାଡ଼ଖଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି ।
ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ପଡ଼ିବ ଭୋଟ । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟିଂ ।
ପ୍ରଥମ ପର୍ଯ୍ୟାୟରେ ୪୩ ବିଧାନସଭା ସିଟରେ ପଡ଼ିଲା ଭୋଟ୍ । ମତାଧିକାର ସାବ୍ୟସ୍ତ କଲେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ।
ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ହେବ ଅନେକ ହାଇପ୍ରୋଫାଇଲ୍ ନେତାଙ୍କ ଭାଗ୍ୟ ପରୀକ୍ଷା। ଅନେକଙ୍କ ପାଇଁ ବାଜିରେ ଲାଗିଛି ପରିବାର ଲିଗାସୀ। ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ପାଇଁ ଏ ନିର୍ବାଚନ ଅଗ୍ନିପରୀକ୍ଷା ଭଳି ହୋଇଛି ।
ଦୁଇ ଦିନ ତଳେ ଚମ୍ପାଇ ସୋରେନ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ଜେଏମ୍ଏମ୍ ମଧ୍ୟ ଛାଡ଼ିଥିଲେ ।
ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ବନିଥିଲେ ଜେଏମ୍ଏମ୍ରର ବରିଷ୍ଠ ନେତା ଚମ୍ପାଇ ସୋରେନ୍ ।
ବିଜେପିରେ ମିଶିଲେ ଶିବୁ ସୋରନଙ୍କ ବଡ ବୋହୂ ସୀତା ସୋରେନ୍ ।ସୀତା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଆଜି ସକାଳେ ସୀତା ଜେଏମଏମରୁ ଇସ୍ତଫା ଦେଇଥିଲେ ।
ଗତକାଲିଠୁ ହେମନ୍ତ ନିଖୋଜ ଥିବା ନେଇ ଚର୍ଚ୍ଚା ହେଉଥିଲା। ଦିଲ୍ଲୀ ବାସଭବନରେ ଇଡି ତଦନ୍ତ କରିଥିଲା । କିନ୍ତୁ ହେମନ୍ତଙ୍କ ସମ୍ପର୍କରେ କୌଣସି ଖବର ପାଇନଥିଲା। ଆଉ ଏହାରି ଭିତରେ ନାଟକୀୟ ଢଙ୍ଗରେ ଆଜି ରାଞ୍ଚିରେ ପହଞ୍ଚିଛନ୍ତି ହେମନ୍ତ।
ଜେଏମ୍ଏମ୍ ପକ୍ଷରୁ ଆଜି ବାରିପଦାରେ ଜୋରଦାର ବିକ୍ଷୋଭ । ଆକ୍ରମଣକାରୀଙ୍କ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜେଏମ୍ଏମ୍ କର୍ମୀ ।