• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଝାଡ଼ଖଣ୍ଡରେ ଆଜିଠୁ ଆରମ୍ଭ ହେଲା ହେମନ୍ତ ସରକାର । ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ୍ । ରାଞ୍ଚିର ମୋହରାବାଡି ଗ୍ରାଉଣ୍ଡରେ ସିଏମ୍ ଭାବରେ ଶପଥ ଗ୍ରହଣ କରିଛନ୍ତି ହେମନ୍ତ । ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଡେପୁଟି ସିଏମ୍ ମଧ୍ୟରେ ଏହି ଶପଥ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ସନ୍ତୋଷ କୁମାର ଗାଙ୍ଗୱାର ଅପରାହ୍ନ ୪ ଟାରେ ହେମନ୍ତ ସୋରେନ୍‌ଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।

ଏହା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତା ହେମନ୍ତ ସୋରେନଙ୍କ ଚତୁର୍ଥ କାର୍ଯ୍ୟକାଳ ହେବ । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ସୋରେନ ୩୯,୭୯୧ ଭୋଟ ବ୍ୟବଧାନରେ ବିଜେପିର ଗାମଲିୟାଲ ହେମ୍ବ୍ରମଙ୍କୁ ପରାସ୍ତ କରି ବାରହାଟ ଆସନ ବଜାୟ ରଖିଥିଲେ । JMM ନେତୃତ୍ୱାଧୀନ ମିଳିତ ମେଣ୍ଟ ୮୧ସଦସ୍ୟ ବିଶିଷ୍ଟ ବିଧାନସଭାରେ ୫୬ ଟି ଆସନ ଜିତିଥିବାବେଳେ ବିଜେପି ନେତୃତ୍ୱାଧୀନ NDA ୨୪ଟି ଆସନ ପାଇଛି ।

ଅଧିକ ପଢ଼ନ୍ତୁ: ସଂସଦରେ ପ୍ରବେଶ କଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା; ‘ସମ୍ବିଧାନ ବହି’ ଧରି ନେଲେ ଶପଥ

ବିଜୟ ପରେ ହେମନ୍ତ ସୋରେନ ତାଙ୍କ ଅଭିଭାଷଣରେ କହିଥିଲେ, 'ଆମର ନେତୃତ୍ୱ ଉପରେ ବିଶ୍ୱାସ କରିଥିବାରୁ ମୁଁ ଝାଡଖଣ୍ଡର ଲୋକଙ୍କ ନିକଟରେ କୃତଜ୍ଞ । ଏହି ବିଜୟ ଲୋକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରେ ଏବଂ ଆମେ ସେଗୁଡିକ ପୂରଣ ଦିଗରେ କାର୍ଯ୍ୟ କରିବୁ । ଏହା ହେଉଛି ଲୋକମାନଙ୍କର ବିଜୟ । ଶପଥ ଗ୍ରହଣ ପାଇଁ ସମଗ୍ର ରାଞ୍ଚି ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଂଗ୍ରେସର ସାଧାରଣ ସମ୍ପାଦକ ତଥା ଝାଡ଼ଖଣ୍ଡ ଦାୟିତ୍ୱରେ ଥିବା ଗୁଲାମ ଅହମ୍ମଦ ମୀର କହିଛନ୍ତି ଯେ ସୋରେନ ଏକାକୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ଏବଂ ବିଧାନସଭାରେ ଟ୍ରଷ୍ଟ ଭୋଟ୍ ପରେ କ୍ୟାବିନେଟ୍ ବିସ୍ତାର କରାଯିବ ।

ଏହି ଶପଥଗ୍ରହଣ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ସପା ନେତା ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରମୁଖ ଇଣ୍ଡିଆ ମେଣ୍ଟ ନେତାମାନେ ଯୋଗ ଦେଇଥିଲେ ।

ସେପଟେ ଜଣେ ଅଧିକାରୀ କହିଥିଲେ ଯେ ଝାଡ଼ଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କ ଶପଥ ଗ୍ରହଣକୁ ଦୃଷ୍ଟିରେ ରଖି ରାଞ୍ଚି ସହରର ସ୍କୁଲ ଆଜି ବନ୍ଦ ରହିଥିଲା । ଶପଥ ଗ୍ରହଣ ସମାରୋହ ପାଇଁ ସହରରେ ଟ୍ରାଫିକ ଜାମ୍ ସୃଷ୍ଟି ହୋଇପାରେ ଏବଂ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଅଧିକ ପଢ଼ନ୍ତୁ: ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗରେ ଘେରୁଥିଲା ବିଜେପି ଏବେ ଘେରୁଛି କଂଗ୍ରେସ

OTV is now on Whatsapp

Join and get latest news update delivered to you via whatsapp

Join Now