• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କର ବଢ଼ିଲା ଅଡ଼ୁଆ । ତାଙ୍କ ଭାଇ ଲଲଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା । ବବି ଦାସଙ୍କ ଭାଇ ଲଲଙ୍କ ନାଁରେ ଜାତିଆଣ ଆକ୍ଷେପ ମାମଲା ରୁଜୁ ହୋଇଛି । ଜାତିଆଣ ମାମଲା ଥିବା କୋର୍ଟଙ୍କୁ ଅବଗତ କଲା ଯାଜପୁର ପୋଲିସ । ବିରଜା ହାଟ ଗଣ୍ଡଗୋଳ ଘଟଣାରେ ଜାତିଆଣ ମାମଲା ଥିବା ଅବଗତ କଲା ଯାଜପୁର ପୋଲିସ । ଜଣେ ଜନୈକ ବ୍ୟକ୍ତି ଲଲଙ୍କ ନାଁରେ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ଲଲଙ୍କ ନାଁରେ ମୋଟ୍ ୫ଟି ମାମଲା ଅଛି । ତତ୍‌ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମିଳିଛି ।

ସୂଚନା ଅନୁସାରେ ନଭେମ୍ବର ୨୨ରେ ଭବ ପ୍ରକାଶ ଦାସଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଭବଙ୍କ ନାଁରେ ଏତଲା ଦିଆଯାଇଥିଲା । ଯାଜପୁର ଥାନାରେ ଜଣେ ବ୍ୟବସାୟୀ ଏତଲା ଦେଇଥିଲେ । ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ଏମିତି କି ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିବା ବ୍ୟବସାୟୀ ଜଣକ ଏତଲାରେ ଦର୍ଶାଇଥିଲେ । ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ BNS ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଅସହ୍ୟ ହେଲା ପ୍ରେମିକର ନିର୍ଯାତନା; ଜୀବନ ହାରିଲେ ୨୫ ବର୍ଷୀୟ ପାଇଲଟ 

ତେବେ ଏହା ପରେ ନଭେମ୍ବର ୨୫ରେ ବବି ଦାସଙ୍କ ଭାଇ ଲଲଙ୍କ ନାଁରେ ଯୋଡ଼ି ହୋଇଥିଲା ଆଉ ୩ ମାମଲା । ଯାଜପୁର ଟାଉନ ଥାନା ପୋଲିସ ଏହି ୩ ମାମଲା ଯୋଡ଼ିଥିଲା। । ଟାଉନ ଥାନା ଘେରାଉ, ହାଟ ନିକଟରେ ରାସ୍ତାରୋକ ନେଇ ମାମଲା ହୋଇଥିଲା । ଏହା ସହ ଆଉ ଜଣେ ହାଟ ବ୍ୟବସାୟୀଙ୍କୁ ଆକ୍ରମଣ ନେଇ ମଧ୍ୟ SDJMରେ ମାମଲା ରୁଜୁ ହୋଇଥିଲା । ୩ ମାମଲା ଯୋଡ଼ିବାକୁ ଟାଉନ୍‌ ଥାନା ପୋଲିସ ପକ୍ଷରୁ SDJM କୋର୍ଟରେ ଆବେଦନ କରାଯାଇଥିଲା ।

ସୂଚନ ଅନୁସାରେ ନଭେମ୍ବର ୨୦ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ତେବେ ଏହି ଆକ୍ରମଣ ପାଇଁ ସିଧାସଳଖ ବବି ଦାସଙ୍କୁ ଦାୟୀ କରିଥିଲେ ବିଧାୟକ ହିମାଂଶୁ ସାହୁ । ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଥିଲେ ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ । ବବି ଦାସ ପଠାଇଛନ୍ତି ବିଜେପିର କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ । ତେଣୁ ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତେ ନିଶ୍ଚିତ ଗିରଫ ହେବେ, ଆଇନ ତା ବାଟରେ ଯିବ ବୋଲି କହିଥିଲେ ହିମାଂଶୁ ।

ଅଧିକ ପଢ଼ନ୍ତୁ: ପୁଣି ଆତଙ୍କୀ ପନ୍ନୁର ଟାର୍ଗେଟ୍, ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ

ଏପଟେ ବିଧାୟକଙ୍କ ଉପରକୁ ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରତିକ୍ରିୟାରେ ବବି କହିଥିଲେ, ସେ ଘଟଣାସ୍ଥଳରେ ନଥିଲେ । ବିରଜା ପ୍ରକଳ୍ପକୁ ନେଇ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକ ହୋଇଥିଲା । ବିଧାୟକ ସେପଟେ ଯାଉଥିଲେ, ବଚସା ହୋଇଥିବା ଶୁଣିବାକୁ ପାଇଛି । କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବନି ବୋଲି କହିଥିଲେ ବବି । ବିଧାୟକଙ୍କୁ ତାଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ କହିଛନ୍ତି, ଭାଇକୁ କହିଛି ଥାନାରେ ଯାଇ ବସିବାକୁ । ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଥିଲେ ।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ, ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ଓରଫ୍ ଲଲ । ଆକ୍ରମଣ ଘଟଣାକୁ ସ୍ବୀକାର କରିବା ସହ କହିଥିଲେ, ମା’ ବିରଜାଙ୍କ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଥିବାବେଳେ ଧର୍ମଶାଳା ବିଧାୟକ ଆସିଥିଲେ । ଆନ୍ଦୋଳନକାରୀଙ୍କୁ ଆକ୍ରୋଶମୂଳକ ଭାବେ କହିବାରୁ ଲୋକେ କ୍ଷୁବ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ବିଧାୟକ ହିମାଂଶୁ ସାହୁଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ କଥା ହୋଇଥିଲି । ତା’ସହ ଏଭଳି ଘଟଣା ପାଇଁ କ୍ଷମା ପ୍ରାର୍ଥନା ବି କରିଛି । ତେବେ ଏହା କୌଣସି ସୁଚିନ୍ତିତ ଯୋଜନା ନାହିଁ କି ସେଥିରେ ମୋର କୌଣସି ସଂପୃକ୍ତି ନାହିଁ ବୋଲି କହିଥିଲେ ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ତଥା ଲଲ ।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ମହାନାଟକ: ଡିସେମ୍ବର ୨ରେ ବିଜେପି ବିଧାୟକ ଦଳ ବୈଠକ, ୫ରେ ନୂଆ ସରକାରର ଶପଥ ଗ୍ରହଣ !

OTV is now on Whatsapp

Join and get latest news update delivered to you via whatsapp

Join Now