• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Maharastra Election

Maharashtra Politics
Maharashtra Politics: ସରୁନି ମହାରାଷ୍ଟ୍ର ସସ୍‌ପେନ୍ସ; କିଏ ହେବ ମୁଖ୍ୟମନ୍ତ୍ରୀ, ଏଯାଏ କଳ୍ପନାଜଳ୍ପନା!

ବିଜେପିର ଏକ ପ୍ରତିନିଧି ଦଳ ଶପଥ ଉତ୍ସବ ହେବାକୁ ଥିବା ସଭାସ୍ଥଳକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି । ଏପଟେ ଅସୁସ୍ଥ ଅଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
Maharastra CM Race: କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଲାଗିରହିଛି ସସପେନ୍ସ

ମହାୟୁତିର ବିପୁଳ ବିଜୟ ଘଟିଲା । ମହାରାଷ୍ଟ୍ରରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏକନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ୍ । କାହାର ପଲା ଭାରୀ ?

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ମହାସୁନାମୀ
ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ

ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି, ଶିବସେନା ଓ ଏନ୍ସିପି ଶିବିରରେ ଜୋରଦାର ସେଲିବ୍ରେସନ୍।

ମହାରାଷ୍ଟ୍ର ରାଜନୀତିର ଚର୍ଚ୍ଚିତ ବ୍ୟକ୍ତିତ୍ୱ
Maharastra Politics:ରାଜନୀତିରେ ଚର୍ଚ୍ଚିତ କାଳିଦାସ, ଗିନିଜ୍‌ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବାକୁ ଲକ୍ଷ୍ୟ

୯ ଥର ବିଧାୟକ ହୋଇଥିବା କାଳିଦାସ ଦୁଇଥର ବିଜେପିରୁ, ଦୁଇଥର କଂଗ୍ରେସରୁ ଓ ୫ ଥର ଶିବସେନା ପକ୍ଷରୁ ପ୍ରାର୍ଥୀ ହୋଇ ଜିତିଛନ୍ତି । ୧୯୯୦ ମସିହାରୁ ସେ ଜିତି ଆସୁଛନ୍ତି, କେବେ ନିର୍ବାଚନରେ ହାରିନାହାନ୍ତି । ସେ ସିନା ଦଳ ବଦଳାଉଛନ୍ତି, ଭୋଟର କିନ୍ତୁ ତାଙ୍କୁ ଛାଡୁନାହାନ୍ତି । ଆସ୍ଥା ପ୍ରକଟ କରୁଛନ୍ତି । ସେ ଗିନିଜ୍‌ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଭୋଟଗଣତି ପୂର୍ବରୁ ମହାରାଷ୍ଟ୍ରରେ ଛକାପଞ୍ଝା
Maharastra Politics: ବଢୁଛି ନେତାଙ୍କ ଉତ୍କଣ୍ଠା, ବିଜୟୀଙ୍କୁ ଏକାଠି ରଖିବାକୁ ଜବରଦସ୍ତ ଯୋଜନା

ଭୋଟଗଣତି ସରୁସରୁ ଦଳର ନିର୍ବାଚିତ ପ୍ରାର୍ଥୀମାନେ କେମିତି ଶୀଘ୍ର ମୁମ୍ବାଇରେ ପହଞ୍ଚିପାରିବେ, ସେ ନେଇ ବ୍ୟବସ୍ଥା କରାଯାଇଛି । ଏପରିକି ଅନେକଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଭୋଟଗଣତି ହୋଇନି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା
Maharastra Politics: କିଏ ହେବ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଓ ଶିବସେନା(ଉଦ୍ଧବ ଠାକରେ) ମଧ୍ୟରେ କଥା କଟାକଟି

ମହାରାଷ୍ଟ୍ରରେ ଭୋଟଗଣତି ହୋଇନାହିଁ । କିଏ କେତେ ଆସନ ପାଇବ ଜଣାପଡିନାହିଁ । ତା ପୂର୍ବରୁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବୟାନବାଜି । ସରକାରର ନେତୃତ୍ୱ ନେବ କିଏ ? କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ?

ମହାରାଷ୍ଟ୍ରଓ ଝାଡଖଣ୍ଡରେ କାଲି ମତଦାନ
Maharastra - Jharkhand Election: ମହାରାଷ୍ଟ୍ର ଓ ଝାଡଖଣ୍ଡର ୩୨୬ ଆସନରେ ଆସନ୍ତା କାଲି ମତଦାନ

ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ଦିନରେ ହେଉଛି ମତଦାନ । କିନ୍ତୁ ଝାଡଖଣ୍ଡରେ କାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଝାଡଖଣ୍ଡରେ ୪୩ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଗତ ୧୩ ତାରିଖରେ ହୋଇଛି । ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟରେ ୩୮ଟି ଆସନରେ ଭୋଟଗ୍ରହଣ କରାଯିବ ।

ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି
Maharastra Assembly Elections 2024: ପ୍ରତି ୫ ଜଣରେ ଜଣକର କ୍ରିମିନାଲ୍ ରେକର୍ଡ

ଏକ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ଚାଲିଥିବା ବିଧାନସଭା ନିର୍ବାଚନରେ ପ୍ରତି ୫ଜଣ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହତ୍ୟା, ହତ୍ୟା ଉଦ୍ୟମ କିମ୍ବା ଦୁଷ୍କର୍ମ ଅଭିଯୁକ୍ତ । ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରୁ ଏହା ଜଣାପଡିଛି ।

Maharastra Assembly Election 2024
Maharastra Assembly Election 2024:ପାୱାର ପରିବାରରେ ଦାଦା-ପୁତୁରା ଲଢ଼େଇ

ବାରାମତୀରେ ଲଢେଇ ତୀବ୍ର ହୋଇଛି ବାରାମତୀ ବିଧାନସଭା ଆସନରେ । ଏହି ଆସନରେ ଶରଦ ପାୱାରଙ୍କ ପୁତୁରା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଲଢୁଛନ୍ତି ଶରଦ ପାୱାରଙ୍କ ସଂପର୍କୀୟ ନାତି ଯୁଗେନ୍ଦ୍ର ପାୱାର । ଅଜିତ ପାୱାରଙ୍କ ସାନ ଭାଇ ଶ୍ରୀନିବାସ ପାୱାରଙ୍କ ପୁଅ ହେଉଛନ୍ତି ଯୁଗେନ୍ଦ୍ର ।

ମହାରାଷ୍ଟ୍ର ନିର୍ବାଚନରେ ଛେଟ ଦଳର ବଡ ଭୂମିକା
Maharastra Assembly Elections 2024: ଗୋଳିଆ ରାଜନୀତି, ଛୋଟ ଦଳର ବଡ଼ ଭୂମିକା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୁଖ୍ୟତଃ ମହା ବିକାଶ ଅଘାଡି ଓ ମହାୟୁତି ମଧ୍ୟରେ ଲଢେଇ ହେଉଛି । କିନ୍ତୁ ଛୋଟ ଦଳଗୁଡିକର ରହିଛି ବଡ ଭୂମିକା । ସରକାର ଗଠନରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS), AIMIM, ବଞ୍ଚିତ ବହୁଜନ ଅଘାଡି (VBA) ଭଳି ଦଳ, ମେଣ୍ଟ ଓ କିଛି ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରନ୍ତି ।

ଗୋଟିଏ ବିଧାନସଭା ଆସନରେ ଲଢୁଛନ୍ତି ସ୍ୱାମୀ ସ୍ତ୍ରୀ
Maharastra Assembly Elections 2024: ନିର୍ବାଚନ ପାଇଁ ଭାଙ୍ଗିଲା ପରିବାର, ଗୋଟିଏ ଆସନରୁ ଲଢିଲେ ସ୍ୱାମୀ-ସ୍ତ୍ରୀ

ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ । ତେବେ କନ୍ନଡ ଆସନକୁ ନେଇ ସାରା ମହାରାଷ୍ଟ୍ରରେ ଚର୍ଚ୍ଚା ଜୋର୍ ଧରିଛି । ପୂର୍ବତନ ବିଧାୟକ ହର୍ଷବର୍ଦ୍ଧନ ଯାଦବ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପତ୍ନୀ ସଞ୍ଜନା ଯାଦବ ଶିବସେନା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ।