Advertisment

‘ଭାରତ ନ୍ୟାୟ ଯାତ୍ରା’ କରିବ କଂଗ୍ରେସ,୧୪ ରାଜ୍ୟର ୮୫ ଜିଲ୍ଲା ବୁଲିବେ ରାହୁଲ

ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଛି ଏହି ଭାରତ ନ୍ୟାୟ ଯାତ୍ରା। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ। ଏପରି ଭାବେ ରାହୁଲ ଭାରତ ନ୍ୟାୟ ଯାତ୍ରାରେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବାକୁ ଯାଉଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ନ୍ୟାୟ ଯାତ୍ରା’ କରିବାକୁ ଯାଉଛନ୍ତି। ଗତବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁଆରୀ ୧୪ ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା କରିଥିଲେ ରାହୁଲ। ଏହି ଯାତ୍ରା ପରେ ଏବେ ରାହୁଲ ‘ଭାରତ ନ୍ୟାୟ ଯାତ୍ରା’ କରିବାକୁ ଯାଉଛନ୍ତି। ଲୋକଙ୍କୁ ଆର୍ଥିକ, ସାମାଜିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ପାଇଁ ଏହି ଯାତ୍ରା କରିବେ ରାହୁଲ। ଭାରତ ଯୋଡ଼ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହୋଇଥିଲା। କିନ୍ତୁ ଏହି ଯାତ୍ରା ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

Advertisment

ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଛି ଏହି ଭାରତ ନ୍ୟାୟ ଯାତ୍ରା। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ। ଏପରି ଭାବେ ରାହୁଲ ଭାରତ ନ୍ୟାୟ ଯାତ୍ରାରେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବାକୁ ଯାଉଛନ୍ତି। ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ହେବ। ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୬୨୦୦ କିଲୋମିଟର ଅତିକ୍ରମ କରିବେ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଜାନୁଆରୀ ୧୪ରେ ମଣିପୁରରେ ଭାରତ ନ୍ୟାୟ ଯାତ୍ରାର ଶୁଭାରମ୍ଭ କରିବେ। ଜାନୁଆରୀ ୧୪ରୁ ଆରମ୍ଭ ହୋଇ ଏହି ଯାତ୍ରା ୨୦ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ। ଭାରତ ନ୍ୟାୟ ଯାତ୍ରା ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଯିବ । ଭାରତ ନ୍ୟାୟ ଯାତ୍ରା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ।

Advertisment
India Congress Rahul Gandhi
Advertisment
Advertisment