ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ବାଗେଡିଆ ଅଞ୍ଚଳ ସମ୍ବଲପୁର ଲୋକସଭା ଆସନ ଅଧିନରେ ଆସୁଥିବାରୁ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ତାଙ୍କର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି।
ଏପ୍ରିଲ୍ ବେଳକୁ ସାଧାରଣ ନିର୍ବାଚନ । କ’ଣ ରହିବ ରହିବ ରାଜନୈତିକ ସମୀକରଣ ? ଚବିଶ ଚ୍ୟାଲେଞ୍ଜକୁ ନେଇ ୩ ଦଳର ଅଙ୍କକଷା। ନୂଆବର୍ଷ ଆରମ୍ଭରୁ ଷ୍ଟ୍ରାଟେଜି କରାଯାଇ ଆରମ୍ଭ ହେବ ନିର୍ବାଚନ ପ୍ରଚାର।
ଦାମ ରାଉତଙ୍କ ଉପରୁ ବହିଷ୍କାର ହଟାଯିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପୁଅ ସମ୍ବିତ ରାଉତରାୟ ।
ଭୁବନେଶ୍ୱରରେ ଚାଲିଥିବା ରାଜ୍ୟ ପଦାଧିକାରୀ ବୈଠକରେ ୨୪ ସାଧାରଣ ନିର୍ବାଚନ ଲାଗି ଦଳ ଏଭଳି ରଣନୀତି ପ୍ରସ୍ତୁତ ନେଇ ଆଲୋଚନା ହୋଇଛି।
ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ନେଇ ତେଜିଛି ରାଜନୀତି। ଭକ୍ତଙ୍କ ଭାବାବେଗକୁ କୁଠାରଘାତ ସହ ଜଗନ୍ନାଥ ସଂସ୍କୃତିର ଅବକ୍ଷୟ ହେଉଥିବା ବେଳେ ଏବେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କଥା କାହିଁକି ମନେ ପଡ଼ିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି।
ଭୁବନେଶ୍ୱରରେ ଚାଲିଥିବା ବିଜେପିର ୩ ଦିନିଆ ମାନସ ମନ୍ଥନ ଶେଷ ହୋଇଛି । ପ୍ରଥମ ଦିନ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ସମନ୍ୱୟ ବୈଠକରେ ଯୋଗ ଦେଇଥିବା ବେଳେ, ଶନିବାର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ବୈଠକରେ କର୍ମୀଙ୍କ ମନ୍ତ୍ର ଦେଇଥିଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ?
ହକି ବିଶ୍ୱକପ୍ ଥିବାରୁ ସହରର ସୌନ୍ଦର୍ଯ୍ୟ ବଢାଇବା ଲାଗି ହୋଇଥିଲା ନୋ ହୋଡିଂ ଜୋନ ନିୟମ, ଆଉ ହକି ବିଶ୍ୱକପ ସରିବା ପରେ ଯେଶା କୁ ତେଶା। ଆସୁଛି ନୂଆ ବର୍ଷ ଆଉ ନୂଆ ବର୍ଷରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଆରମ୍ଭ ହୋଇଗଲାଣି ହୋଡିଂ ୱାର ।
ରାଜ୍ୟର ମହିଳା ଓ ଯୁବକ ବିଜେପି ସପକ୍ଷରେ ଅଛନ୍ତି । ଏଠି ଜଣେ ସୁପର୍ ସିଏମ୍ ସରକାର ଚଳାଉଥିବା ଲୋକେ ଜାଣିଲେଣି ବୋଲି କହିଛନ୍ତି ବିଜୟପାଲ ସିଂ ।
ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ କରିଛନ୍ତି ଦୁଇ ଜଣ । ରେମୁଣା ବିଧାୟକ ସୁଂଧାଶୁ ପରିଡ଼ାଙ୍କୁ ଦାୟୀ କଲେ ।
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବରୁ ୪ ହଜାର କୋଟି ବ୍ୟୟବରାଦ ଥିବା ବେଳେ ଏବେ ଏଥିରେ ଆଉ ୨୧୪ କୋଟି ଟଙ୍କା ବୃଦ୍ଧି କରି ୪ ହଜାର ୨୧୪ କୋଟି ଟଙ୍କା କରାଯାଇଛି।
ଦ୍ୱନ୍ଦ୍ୱ ଦୂର କଲେ ବଂଶଲ। ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ। କର୍ମୀଙ୍କ ମନରେ ଦ୍ୱନ୍ଦ ଦୂର କର ସଂଗଠନକୁ ମଜଭୁତ କର। ଆଜି ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ବୈଠକରେ ରାଜ୍ୟ ନେତାଙ୍କୁ ଏମିତି ରୋକଠୋକ ଶୁଣାଇଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।
‘କଂଗ୍ରେସରେ ଥିଲା ବେଳେ ବିଜୁ ବାବୁ ପାରାଦୀପ ବନ୍ଦର କରିଥିଲେ’ । ‘ନବୀନଙ୍କ ବେଳେ ନୁହେଁ, ଜାନକୀ ମୁଖ୍ୟମନ୍ତ୍ରୀ ଥିଲା ବେଳେ IOCL ହୋଇଥିଲା’ ।
'ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ୍ ରିସର୍ଚ୍ଚ ପକ୍ଷରୁ ଗବେଷଣା ହେବ' । 'ସ୍ୱାଧିନତା ସଂଗ୍ରାମର ଅଜଣା ନାୟକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ' ।
ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ। ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ସେହିପରି ନଗର ଉନ୍ନୟନ ବିଭାଗରେ ୩୬୫ ଇଞ୍ଜିନିୟର ପଦବୀ ସୃଷ୍ଟି, IIPH ପ୍ରତିଷ୍ଠା ଲାଗି ୫ ଏକର ଜମି ଦେବାକୁ ନିଷ୍ପତ୍ତି ହୋଇଛି। ୨୦୦ଟି ନୂଆ ଇ-ବସ୍ କିଣି ଚଲାଇବେ ରାଜ୍ୟ ସରକାର।
ଏହି ଉତ୍ସବ ସାରା ଦେଶରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିବ । ଶାନ୍ତି ଓ ମୈତ୍ରୀ ପାଇଁ ଏହି ଜାନୁଆରୀ ୨୨ରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।
୧୯୯୦ ବ୍ୟାଚ୍ର IPS ଅଫିସର ହେଉଛନ୍ତି ଅରୁଣ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ ।
ଖୋଦ୍ ରାଜ୍ୟପାଳ ରାଜଭବନରୁ ବାହାରି ସିଧାସଳଖ ଲୋକଙ୍କ ପାଖକୁ ଯାଇ ଭଲମନ୍ଦ ଶୁଣୁଛନ୍ତି ଯାହା ଆଗରୁ କେବେ କେଉଁଠି ଦେଖାଯାଇଛି ନାହିଁ। ଲୋକେ ତାଙ୍କୁ ବିଭିନ୍ନ ସମସ୍ୟା ବିଷୟରେ କହୁଛନ୍ତି। ତେବେ ବିଜେଡି ସରକାର ନୂଆ ଓଡ଼ିଶାର ନାରା ଲଗାଇବାବେଳେ ନୂଆ ରାଜ୍ୟପାଳ ରଘୁବରଙ୍କ ଏହି 'ନିଆରା' ଘଟଣା ସରକାରଙ୍କୁ ଅଡୁଆରେ ପକେଇବନି ତ?
ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି ।
ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦ୍ୱାରା ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହିତ ଲୋକଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର।
ଗଞ୍ଜାମ ବିଜେଡିରେ କୁହୁଳିଛି କି ଅସନ୍ତୋଷର ନିଆଁ । ଦଳ ପାଇଁ ଅଲୋଡ଼ା ହୋଇପଡ଼ିଥିବା ଅନୁଭବ କରି ଜିଲ୍ଲାର କିଛି ଭେଟେରାନ ନେତା ରୁଦ୍ଧଦ୍ୱାର ବୈଠକ କରିବାପରେ ବଢ଼ିଲା ଚର୍ଚ୍ଚା ।
ଓଡ଼ିଶା ଦଖଲ ପ୍ଲାନର କାର୍ଯ୍ୟକାରିତା ପାଇଁ ଭୁବନେଶ୍ବରରେ ବିଜେପିର ତିନି କେନ୍ଦ୍ରୀୟ ନେତା। କ୍ଷେତ୍ରୀୟ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ। ଏଇ ତିନି ନେତା ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିର ଗ୍ରାଉଣ୍ଡରେ ପ୍ରତିଫଳନ ନେଇ ରାଜ୍ୟ ନେତୃତ୍ବଙ୍କ ସହ ମାନସମନ୍ଥନ କରିବେ।
କିଏ ଦୁଇ ଥରର ବିଧାୟକ ତ କିଏ ଥରେ । କିଏ ବିଜେଡି ଆରମ୍ଭରୁ ଅଛନ୍ତି ତ ଆଉ କିଏ ୧୮ ବର୍ଷ ଧରି ଦଳ ସହ ଜଡିତ । ଗଞ୍ଜାମ ଜିଲ୍ଲାର ଲୋକ ପ୍ରତିନିଧି, ବିଜୁ ଜନତା ଦଳର ବରିଷ୍ଠ ନେତା ।
ନିକଟରେ ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶା ଦଖଲ ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତିରେ ସଂଗଠନ ଓ ବୁଥ୍ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ମୋଦି- ଶାହ ।