Advertisment

‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ହେବ। ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୬୨୦୦ କିଲୋମିଟର ଅତିକ୍ରମ କରିବେ।

author-image
Santosh Kumar Sahoo
Rahul Gandhi

Rahul Gandhi

କଂଗ୍ରେସ କରିବ ଭାରତ ନ୍ୟାୟ ଯାତ୍ରା । ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ କଂଗ୍ରେସ କରିବ ନ୍ୟାୟ ଯାତ୍ରା । ୧୪ ଜାନୁଆରୀରୁ ଆରମ୍ଭ ହୋଇ ୨୦ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏହି ଯାତ୍ରାରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏନେଇ କଂଗ୍ରେସ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାର କେଉଁ ସ୍ଥାନକୁ ରାହୁଲ ଆସିବେ, ସେନେଇ ସ୍ପଷ୍ଟ ହୋଇନାହିଁ ।

Advertisment

‘ଭାରତ ଯୋଡ଼ ଯାତ୍ରା’ ପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ନ୍ୟାୟ ଯାତ୍ରା’ କରିବାକୁ ଯାଉଛନ୍ତି। ଗତବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁଆରୀ ୧୪ ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା କରିଥିଲେ ରାହୁଲ। ଏହି ଯାତ୍ରା ପରେ ଏବେ ରାହୁଲ ‘ଭାରତ ନ୍ୟାୟ ଯାତ୍ରା’ କରିବାକୁ ଯାଉଛନ୍ତି। ଲୋକଙ୍କୁ ଆର୍ଥିକ, ସାମାଜିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ପାଇଁ ଏହି ଯାତ୍ରା କରିବେ ରାହୁଲ। ଭାରତ ଯୋଡ଼ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହୋଇଥିଲା। କିନ୍ତୁ ଏହି ଯାତ୍ରା ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଛି ଏହି ଭାରତ ନ୍ୟାୟ ଯାତ୍ରା। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ। ଏପରି ଭାବେ ରାହୁଲ ଭାରତ ନ୍ୟାୟ ଯାତ୍ରାରେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବାକୁ ଯାଉଛନ୍ତି। ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ହେବ। ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୬୨୦୦ କିଲୋମିଟର ଅତିକ୍ରମ କରିବେ।

Advertisment

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଜାନୁଆରୀ ୧୪ରେ ମଣିପୁରରେ ଭାରତ ନ୍ୟାୟ ଯାତ୍ରାର ଶୁଭାରମ୍ଭ କରିବେ। ଜାନୁଆରୀ ୧୪ରୁ ଆରମ୍ଭ ହୋଇ ଏହି ଯାତ୍ରା ଯାତ୍ରା ୨୦ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ। ଭାରତ ନ୍ୟାୟ ଯାତ୍ରା ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଯିବ । ଭାରତ ନ୍ୟାୟ ଯାତ୍ରା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ।

Congress Rahul Gandhi Odisha
Advertisment
Advertisment