ପରାଜୟ ପରେ ବଦଳିଲା ଆଭିମୁଖ୍ୟ! ନବୀନ ବୁଲିଲେ କ୍ଷେତ। ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟିଲେ, ଆଶ୍ବାସନା ଦେଲେ। ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ବି ଗ୍ରହଣ କଲେ।
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହି ନିର୍ବାଚନରେ ଇଣ୍ଡି ମେଣ୍ଟକୁ ମଧ୍ୟ ବିଶେଷ ସଫଳତା ମିଳିନଥିଲା । ତେବେ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୯୯କୁ ବୃଦ୍ଧି ପାଇଥିଲା ।
ପ୍ରଶାନ୍ତ କିଶୋର । ରାଜନୀତିରେ ରଣନୀତିକାର ଥିଲେ, ରଣନୀତି କରି ବିଭିନ୍ନ ଦଳକୁ ଜିତାଉଥିଲେ । ନିଜେ ରାଜନୀତିରେ ପ୍ରବେଶ କଲେ । ଆନ୍ଦୋଳନରେ ସାମିଲ୍ ହେଲେ । ଏବେ ତାଙ୍କ ନାଁରେ ବିହାରରେ ହୋଇଛି ପୋଲିସ୍ କେସ୍ ।
ଡିସେମ୍ବର ୩୦ ତାରିଖରୁ ଗଞ୍ଜମ ଜିଲ୍ଲା ଗସ୍ତରେ ବାହରିବେ ନବୀନ । ହଞ୍ଜିଳି, କବିସୂର୍ଯ୍ୟନଗର ଓ ଆସିକା ଯିବେ । ମୁଖିଆଙ୍କ ଗସ୍ତ ଏବେ ଜିଲ୍ଲା ନେତାଙ୍କ ପାଇଁ ମୁଣ୍ଡ ବିନ୍ଧା ।
ସୁଶାସନ ଦିବସରେ ମିଲର୍ସଙ୍କୁ ଉପ ମୁଖ୍ୟମନ୍ତ୍ରୀଙ୍କ ଧମକ । ସରକାର ପାଖରେ ଅନେକ ବାଟ ଅଛି । କିନ୍ତୁ ଯେଉଁ ମିଲର୍ସ ସରକାରଙ୍କ ନିର୍ଦ୍ଦେଶକୁ ମାନିବେ ନାହିଁ, ସେହି ମିଲର୍ସଙ୍କ ବିଦ୍ୟୁତ ସଂଯୋଗ ବି କଟାଯାଇପାରେ ।
ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଶଙ୍ଖ ଗଡ଼ । ମାଳ ମାଳ ବିଜେଡି ନେତା ବିଜେପି କ୍ୟାମ୍ପକୁ ଡେଇଁଲେଣି । ଅନେକ ସରପଞ୍ଚ ଓ ସମିତି ସଭ୍ୟ ବି ଶାସକ ଦଳ ମୁହାଁ ।
ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଶଙ୍ଖ ଗଡ଼ । ମାଳ ମାଳ ବିଜେଡି ନେତା ବିଜେପି କ୍ୟାମ୍ପକୁ ଡେଇଁଲେଣି । ଅନେକ ସରପଞ୍ଚ ଓ ସମିତି ସଭ୍ୟ ବି ଶାସକ ଦଳ ମୁହାଁ ।
ଆଜି ହେବ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ୍ୟ । ଦିନ ୧୧ଟା ୪୫ରେ ନୂଆଦିଲ୍ଲୀ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ ।
ଅସଜଡା ଦଳ ! ଅମାନିଆ ନେତା ! ବିପର୍ଯ୍ୟୟ ପରେ ଶୃଙ୍ଖଳାକୁ ଭୁଲି ଗଲେଣି କି ବିଜେଡ଼ି ନେତା ଓ କର୍ମୀ ? ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି ମହିଳା ନେତ୍ରୀ । ଗୁରୁବାର ଶଙ୍ଖ ଭବନରେ ଘଟିଥିବା ଏହି ଘଟଣା ବୟାନ କରୁଛି ଦଳରେ କିଭଳି ବିଶୃଙ୍ଖଳା ବଢିଛି ।
୧୯୯୧ରେ ଭାରତର ଅର୍ଥନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା । ସେହି ବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂ ଏପରି ନୀତି ପ୍ରଣୟନ କରିଥିଲେ, ଯାହା କେବଳ ଅର୍ଥନୈତିକ ସଙ୍କଟକୁ ଦୂର କରିବାରେ ସାହାଯ୍ୟ କରିନଥିଲା, ବରଂ ଭାରତକୁ ବିକାଶର ପଥରେ ଆଗେଇ ନେଇଥିଲା । ୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟରେ ପଡିଥିଲା ।
ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ବର୍ଷେ ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ।
ଦ୍ୱିତୀୟ ପିଢିର ନେତାମାନେ ବେଶ୍ ପରିଶ୍ରମୀ । ସେମାନେ ଝାଳନାଳ ହୋଇ ଦଳ ପାଇଁ ଖଟିଲେ । ନିବାର୍ଚନ ପରିଚାଳନାରେ ଏମାନେ ନିଜର ପାରଦର୍ଶିତା ବେଶ୍ ପ୍ରଭାବୀ ଭାବେ ପ୍ରଦର୍ଶନ କରି ୨୦୦୪, ୨୦୦୯ ଓ ୨୦୧୪ରେ ଦଳକୁ ବିପୁଳ ସଫଳତା ଆଣିଦେଲେ । ଏହାପରେ ରାଜନୀତିରେ ବେଶ୍ ପରିପକ୍ୱ ନବୀନ ଦ୍ୱିତୀୟ ପିଢ଼ିର ଉତ୍ଥାନ ଉପରେ ଅତ୍ୟନ୍ତ କୁଶଳୀ ଭାବେ ବ୍ରେକ୍ ଲଗାଇଥିଲେ ।
ଏବର୍ଷ ସିନା ହେଲାନି, ଆସନ୍ତାବର୍ଷ ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ । କଟକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାରେ ଉତ୍ସାହିତ ଛାତ୍ରଛାତ୍ରୀ ।
ପ୍ରତିଷ୍ଠା ଦିବସରେ ବି ପଦାରେ ପଡିଲା ବିଜେଡି ଗୋଷ୍ଠୀ କନ୍ଦଳ । ମୁଖିଆଙ୍କ ଆଗରେ ଗୋହି ଖୋଳିଲେ ବରିଷ୍ଠ ନେତା । ତା ପୁଣି ଶଙ୍ଖ ଭବନରେ। ନେତା,କର୍ମୀ, ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ।
ବିଜେଡି ଯୁବନେତ୍ରୀ ଇପ୍ସିତା ସାହୁଙ୍କୁ ସର୍ବ ସମ୍ମୁଖରେ ଚାପୁଡ଼ା ମାଡ଼ । ନିଜ ଦଳର ଅଫିସ୍ ଭିତରେ ନିଜ ଦଳର ଜଣେ ମହିଳା କର୍ମୀ ତାଙ୍କୁ ଚାପୁଡ଼ା ମାରିଛନ୍ତି ।
ଆଜି ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ନବୀନ କହିଛନ୍ତି, ଆମେ ହାରି ନାହୁଁ, କି ଲୋକଙ୍କ ବିଶ୍ବାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ।
୨୦୨୪ ନିର୍ବାଚନରେ ଲୋକସଭା ଆସନ ଜିତିବା କଷ୍ଟସାଧ୍ୟ ହୋଇପାରେ ବୋଲି ବିଜେଡି ପୂର୍ବରୁ ଆଶଙ୍କା କରିଥିଲା ! ବୋଧେ ସେଥିପାଇଁ ପ୍ରଥମଥର ଦଳ "ଯୋଡି ଶଙ୍ଖ' ଫର୍ମୁଲା ଅପଣାଇବାକୁ ପଡିଲା । ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଓ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସନ୍ଧ୍ୟାରେ ଦୁଇ ହାତରେ ଦୁଇଟି ବତୀଲଗା ଶଙ୍ଖ ଚିହ୍ନକୁ ଧରି "ଯୋଡି ଶଙ୍ଖ' ପ୍ରଚାରର ଶୁଭାରମ୍ଭ କଲେ । ଏହି ସମୟରେ ନବୀନଙ୍କୁ ଲୁଙ୍ଗିପିନ୍ଧା ଗେଟଅପ୍ରେ ଦେଖିବାକୁ ମିଳିଥିଲା ।
ସେ କହିଛନ୍ତି, ଗତ ୨୪ ବର୍ଷର ଶାସନ ଭିତରେ ଆମେ ବିକାଶର ଚିହ୍ନ ଦେଖିପାରିଲୁ ନାହିଁ । ୨୪ ବର୍ଷରେ ବେକାରୀ ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି। ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି।
‘ମୋ ଭୂମିକା ସଂପର୍କରେ ଦଳ ନେବ ନିଷ୍ପତ୍ତି’ । ଇସ୍ତଫାର ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବିଦାୟୀ ରାଜ୍ୟପାଳଙ୍କ ଏ ପ୍ରଥମ ବୟାନକୁ କଳ୍ପନାଜଳ୍ପନା ।
ବିନା ମୁଖିଆରେ ୫ ମାସ ବିତିଲାଣି, ଏବେ ନୂଆ ବର୍ଷକୁ ଅପେକ୍ଷା। ବର୍ଷ ୨୦୨୫ ଆରମ୍ଭରେ ରାଜ୍ୟ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିଯିବ ବୋଲି ଆଜି ବରିଷ୍ଠ ନେତା ମହମ୍ମଦ ମୋକିମ୍ ଦମ୍ଭୋକ୍ତି କରିଥିବାବେଳେ ସାଂସଦ ସପ୍ତଗିରି ଉଲାକା ବି ଖୁବଶୀଘ୍ର ଜଣେ ଦକ୍ଷ ଲୋକଙ୍କୁ ଏ ପଦରେ ଏଆଇସିସି ବସାଇବ ବୋଲି ସଙ୍କେତ ଦେଲେଣି। ତେବେ ବରିଷ୍ଠ ନା ଯୁବ ଚେହେରା, କିଏ ପିନ୍ଧିବେ ରାଜ୍ୟ କଂଗ୍ରେସର ମୁଖିଆ ପଗଡ଼ି ?
ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ ହେଲେ ଲବି ନୁହେଁ- ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ ତାଙ୍କୁ ହିଁ ଏଆଇସିସି ମୁଖିଆ ଦାୟିତ୍ବ ଦେବ ବୋଲି ଦୃଢତାର ସହ କହିଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍।
ବିଜେପି ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି କର୍ପୋରେଟର୍ ଅମରେଶ ଜେନା ଓରଫ୍ ବାଇଁଆ ?
ସେ ଦିନ ଅଲ୍ଲୁ ଅର୍ଜୁନ ଜାଣିଥିଲେ ହଲ୍ ବାହାରେ ଦଳାଚକଟାରେ ଯାଇଛି ଜଣଙ୍କ ଜୀବନ । ଏହା ପରେ ବି କାର୍ରୁ ବାହାରି ହାତ ହଲେଇ ଲୋକଙ୍କୁ ଉସୁକାଇଥିଲେ ।
ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।
ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି । ନବୀନଙ୍କ ଉପରେ ରୁବେନଙ୍କ ବହିରେ ପାଣ୍ଡିଆନ ପଜଲ୍କୁ ନେଇ ଚିହିଁକିଲା ଦଳ । କହିଲା- ରୁବେନଙ୍କ ବହିକୁ ଆମେ ପ୍ରତ୍ୟାଖାନ କରୁଛୁ ।