ଏକଦା ଶୃଙ୍ଖଳିତ ଦଳ ଭାବେ ଗଣାଯାଉଥିବା ବିଜୁ ଜନତା ଦଳ ଏବେ ପୁରା ହୁଗୁଳି ଗଲାଣି କି । ଶାସନ କ୍ଷମତାରୁ ଯିବା ପରେ ଦଳରେ ବଢିଗଲାଣି କି ବିଶୃଙ୍ଖଳା। ଗତକାଲି ଦଳର ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ଦୁଇ ବିଜେଡି ନେତ୍ରୀଙ୍କ ମଧ୍ୟରେ ହାତାହାତି ଘଟଣାରୁ ଏହି ଚର୍ଚ୍ଚା ବଢ଼ିଛି । ତେବେ ଏହି ମାମଲାରେ ସଂପୃକ୍ତ ବିଜେଡି ନେତ୍ରୀ ପୁଷ୍ପାଞ୍ଜଳି ରଣା କହିଛନ୍ତି, ସେ ନୁହଁ ବିଜେଡି ମୁଖପାତ୍ର ଇପସିତା ପ୍ରଥମେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି । ଆଉ ଯଦି ଦଳ ଏହାର କୌଣସି ସମାଧାନ ନ କଲେ ସେ ପବ୍ଲିକରେ ଜବାବ ଦେବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମରେ ବି ପ୍ରବଳ ଗୋଷ୍ଠୀ କନ୍ଦଳ ପାଇଁ ଦଳ ଛାଡୁଛନ୍ତି ପ୍ରମୁଖ ଲୋକ ପ୍ରତିନିଧି ।
Also Read
ଅସଜଡା ଦଳ ! ଅମାନିଆ ନେତା ! ବିପର୍ଯ୍ୟୟ ପରେ ଶୃଙ୍ଖଳାକୁ ଭୁଲି ଗଲେଣି କି ବିଜେଡ଼ି ନେତା ଓ କର୍ମୀ ? ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି ମହିଳା ନେତ୍ରୀ । ଗୁରୁବାର ଶଙ୍ଖ ଭବନରେ ଘଟିଥିବା ଏହି ଘଟଣା ବୟାନ କରୁଛି ଦଳରେ କିଭଳି ବିଶୃଙ୍ଖଳା ବଢିଛି । ଭାଇରାଲ ହେଉଥିବା ଭିଡିଓରେ ପୁରୀର ମହିଳା ନେତ୍ରୀ ପୁଷ୍ପାଞ୍ଜଳି ରଣା ବିଜେଡି ମୁଖପାତ୍ର ତଥା ଯୁବ ନେତ୍ରୀ ଇପସିତା ସାହୁଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳୁଛି ।
ଅଧିକ ପଢ଼ନ୍ତୁ: ବିଜେଡି ପରାଜୟ ପଛରେ ଦୋଷ କାହାର...ଖେଳାଳୀର ନା ଗୋଟିର ?
ସେପଟେ ଘଟଣାରେ ମୁହଁ ଖୋଲିଛନ୍ତି ଖୋଦ୍ ପୁଷ୍ପାଞ୍ଜଳି। ସେ କହିଛନ୍ତି, ଭିଡିଓଟି ଅସମ୍ପୂର୍ଣ୍ଣ । ପ୍ରଥମ ଇପସିତା ବରିଷ୍ଠ ସଦସ୍ୟଙ୍କ ଆଗରେ ଚେୟାର ପକାଇ ଅସମ୍ମାନ କଲେ। ଏକଥା କହିବାରୁ ଉଚ୍ଚବାଚ ହେଲା । ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସାରି ନବୀନ ଯିବା ପରେ ଇପସିତା ରାଗ ଶୁଝାଇବାକୁ ଆସି ମୋତେ ଆକ୍ରମଣ କଲେ । ଯେଉଁଥିରେ ମୋ ସୁନା ଚେନ୍ ଓ ଶାଢ଼ି ଛିଡି ଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ପୁଷ୍ପାଞ୍ଜଳି। ଘଟଣା ପରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା ହେଲା । କିନ୍ତୁ ତାପରେ ଭିଡିଓ କେମିତି ଭାଇରାଲ୍ ହେଲା ବୋଲି ପ୍ରଶ୍ନ କରିଛନ୍ତି ପୁଷ୍ପାଞ୍ଜଳି। କିନ୍ତୁ ଇପସିତା ଏନେଇ ମୁହଁ ଖୋଲି ନାହାଁନ୍ତି । ହେଲେ ଦଳ କହିଛି ସେଭଳି କିଛି ବଡ଼ ଘଟଣା ଘଟିନି । ଆପପୋଷ ବୁଝାମଣା ହୋଇଯାଇଛି ।
ବିଜେଡି ଗୋଷ୍ଠୀ କନ୍ଦଳ ଏବେ ଜଳ ଜଳ ହୋଇ ସବୁଠି ଦିଶିଲାଣି । ଶଙ୍ଖ ଭବନରୁ ତୃଣମୂଳ ସ୍ତରକୁ ବ୍ୟାପିଲାଣି । ଖୋଦ୍ ନବୀନଙ୍କ ଗଡ ଗଞ୍ଜାମରେ ସ୍ଥିତି ସାଂଘାତିକ । ଗୋଷ୍ଠୀ କନ୍ଦଳ ପାଇଁ ଏବେ ଜନ ପ୍ରତିନିଧି ବିଜେଡି ଛାଡି ବିଜେପି ମୁହାଁ ହୋଇଛନ୍ତି । ଗତକାଲି ବିଜେଡି ପ୍ରତିଷ୍ଠା ଦିବସରେ ଭଞ୍ଜନଗର ବ୍ଲକ୍ ଅଧ୍ୟକ୍ଷ ଓ ୩ ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ପୋଲସରାରେ ବି ବିଜେଡି ସ୍ଥିତି ଟଳମଳ ହେଲାଣି । ବହୁ ସରପଞ୍ଚ ଓ ସମିତି ସଭ୍ୟ ବିଜେପି ମୁହାଁ ହେଲେଣି । ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ପଦ୍ମ ଧରିଛନ୍ତି । ଯାହାକୁ ନେଇ ଗଞ୍ଜାମ ରାଜନୀତି ତୀବ୍ର ହୋଇଛି । ରାଜନୈତିକ ସମୀକ୍ଷକଙ୍କ ମତ ବିଜେଡିରେ ଅଣନିଶ୍ବାସୀ ହୋଇପଡୁଥିବା ନେତା ଏବେ ବିଜେପିକୁ ବାଛୁଛନ୍ତି । ଏବେ ଅପେକ୍ଷା ସୁପ୍ରିମୋ ନବୀନ ଭାଙ୍ଗି ଭାଙ୍ଗି ଯାଉଥିବା ଶଙ୍ଖକୁ ଆଗକୁ କେମିତି ସଜାଡ଼ିବେ ।
ଅଧିକ ପଢ଼ନ୍ତୁ: ବନ୍ଦ କରିଥିଲେ ନବୀନ, ଆରମ୍ଭ କରିବେ ମୋହନ... ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ
- Reported by:
- DEBASHISH MOHANTY , ASHOK BRAHMA , JAGDISH DAS