Advertisment

BJD Supremo Naveen Patnaik: କାହିଁକି ନବୀନ ବିଲକୁ ଯିବାକୁ ବାଧ୍ୟ ହେଲେ ? କ୍ଷେତ ବୁଲାକୁ ନେଇ ଜୋର ଧରିଲା ରାଜନୀତି...

ପରାଜୟ ପରେ ବଦଳିଲା ଆଭିମୁଖ୍ୟ! ନବୀନ ବୁଲିଲେ କ୍ଷେତ। ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟିଲେ, ଆଶ୍ବାସନା ଦେଲେ। ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ବି ଗ୍ରହଣ କଲେ।

author-image
Sujit kumar Swain
undefined

BJD Supremo Naveen Patnaik

ବିଲ ବୁଲିଲେ ନବୀନଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷତିପୂରଣ ଦେବାକୁ ଦାବି କଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରାୟତଃ ବାହାରକୁ ଗୋଡ଼ କାଢୁନଥିବା ନବୀନ ଏବେ କ୍ଷେତ ବୁଲିଛନ୍ତି। ତେଣୁ ନବୀନଙ୍କ ଆଜିର ଗଞ୍ଜାମ ଗସ୍ତକୁ ନେଇ ରାଜନୀତି ବି ତେଜିଛି।

Advertisment

ପରାଜୟ ପରେ ବଦଳିଲା ଆଭିମୁଖ୍ୟ! ନବୀନ ବୁଲିଲେ କ୍ଷେତ। ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟିଲେ, ଆଶ୍ବାସନା ଦେଲେ। ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ବି ଗ୍ରହଣ କଲେ। ଆଉ ସରକାରକୁ ନିଶାନା କରି, ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କଲେ। ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ନବୀନ ହିଞ୍ଜିଳି, ଆସ୍କା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ୍ ଅଂଚଳର ଚାଷ ଜମି ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।

ଅଧିକ ପଢ଼ନ୍ତୁ: ଫସଲ କ୍ଷତି ଓ ମଣ୍ଡି ସମସ୍ୟା ସରକାରଙ୍କ ପାଇଁ ଏବେ ବଡ଼ ଆହ୍ୱାନ

କାହିଁକି ନବୀନ ବିଲକୁ ଯିବାକୁ ବାଧ୍ୟ ହେଲେ ? ଗତ ୨୪ ବର୍ଷରେ ନବୀନଙ୍କୁ ଏଭଳି କ୍ଷେତକୁ ଯାଇ ଉଜୁଡା ଫସଲ ଦେଖିବା ଆଉ ଚାଷୀଙ୍କ ସହ ସିଧାସଳଖ କଥା ହେବା କ୍ବଚିତ୍ ଦେଖିବାକୁ ମିଳିଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନବୀନ, ଆକାଶ ମାର୍ଗରୁ ସର୍ଭେ କରୁଥିଲେ। କିନ୍ତୁ ବିରୋଧୀ ସିଟ୍କୁ ଆସିବା ପରେ ନବୀନ ଚାଷୀଙ୍କ କଥା ବୁଝିବାକୁ ମଇଦାନକୁ ଓହ୍ଲାଇବା ରାଜନୈତିକ ମହଲରେ ହଲଚଲ୍ ସୃଷ୍ଟି କରିଛି। ବିଜେପି କହିଛି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯଦି ନବୀନ ଚାଷୀ ଦରଦି ହୋଇଥାନ୍ତେ, ତାହାଲେ ଆଜି ଗ୍ରାଉଣ୍ଡକୁ ଯିବାକୁ ପଡିନଥାନ୍ତା। ବିଜେଡି କହିଛି ନବୀନ ଗ୍ରାଉଣ୍ଡକୁ ଗଲେ ବୋଲି ସରକାରଙ୍କ ନିଦ ଭାଙ୍ଗିଲା।

Advertisment

ଉଜୁଡା ଚାଷକୁ ବିଜେଡି ଏବେ ମୁଖ୍ୟ ରାଜନୈତିକ ମୁଦ୍ଦା କରିଛି। ପୂର୍ବରୁ ନବୀନ ନଭେମ୍ବରରେ ଜିଲ୍ଲା ଗସ୍ତ କରି ଜନସମ୍ପର୍କ ଯାତ୍ରା କରିବେ ବୋଲି ଘୋଷଣା କରିଥିଲେ। ମାତ୍ର ଗୋଷ୍ଠୀ କନ୍ଦଳ ପାଇଁ ତାହା ସମ୍ଭବ ହୋଇପାରିନଥିଲା। ସେହିପରି ନବୀନଙ୍କ ଗଡ଼ ଗଞ୍ଜାମରୁ ପଞ୍ଚାୟତ ପ୍ରତିନିଧି ଖସୁ ଥିବାବେଳେ ଗଡ଼ ରଖିବାକୁ ନବୀନଙ୍କ ଏହି ଗସ୍ତ ବୋଲି ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଦି ଗଡ଼ ରକ୍ଷା ନହୁଏ, ତାହାଲେ ଫଳ ଓଲଟା ଫଳିପାରେ। ସେଥିଲାଗି ଆସନ୍ତାକାଲି ବି କ୍ଷତିଗ୍ରସ୍ତ ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଗସ୍ତ କରିବେ ନବୀନ। ଚାଷ କ୍ଷୟକ୍ଷତିକୁ ଆଧାର କରି ନବୀନ ଜିଲ୍ଲା ବୁଲିବା ଆରମ୍ଭ କରିଛନ୍ତି। ଆଗକୁ ଜିଲ୍ଲା ଗସ୍ତର ପ୍ରଭାବ କଣ ପଡୁଛି, ତାଉପରେ ନଜର।

ଅଧିକ ପଢ଼ନ୍ତୁ: ଖୋଲା ଆକାଶ ତଳେ ପଡିରହିଛି ସୁନାର ଫସଲ...ଚାଷୀକୁ ବର୍ଷା ଚିନ୍ତା...

Naveen Patnaik BJD Ganjam
Advertisment
Advertisment