Advertisment

CM Mohan Majhi Criticizes BJD: BJDକୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍; କହିଲେ-'୨୪ ବର୍ଷରେ ବେକାର ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି'

ସେ କହିଛନ୍ତି, ଗତ ୨୪ ବର୍ଷର ଶାସନ ଭିତରେ ଆମେ ବିକାଶର ଚିହ୍ନ ଦେଖିପାରିଲୁ ନାହିଁ । ୨୪ ବର୍ଷରେ ବେକାରୀ ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି। ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି।

author-image
Sujit kumar Swain
CM Mohan Majhi Criticizes BJD

CM Mohan Majhi Criticizes BJD

ଆମେ ଗତ ସରକାର ଭଳି ଠକ ନୁହଁ। ସଶକ୍ତୀକରଣ ନାଁରେ ମହିଳାଙ୍କୁ ଠକିଥିଲେ, ବୋନସ୍ ଦେବେ କହି ଚାଷୀଙ୍କୁ ଠକିଥିଲେ, ଚାକିରି ଦେବା ନାଁରେ ଯୁବକଯୁବତୀଙ୍କୁ ଠକିଥିଲେ ପୂର୍ବ ସରକାର । ରାଜ୍ୟ ସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ, ଗତ ବିଜେଡି ସରକାରକୁ ଏଭଳି ଢଙ୍ଗରେ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

ସେ କହିଛନ୍ତି, ଗତ ୨୪ ବର୍ଷର ଶାସନ ଭିତରେ ଆମେ ବିକାଶର ଚିହ୍ନ ଦେଖିପାରିଲୁ ନାହିଁ । ୨୪ ବର୍ଷରେ ବେକାରୀ ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି। ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି। ୨୪ ବର୍ଷ ସରକାରରେ ଲୋକ କିଛି ଲାଭ ପାଇଲେ ନାହିଁ। ପୂର୍ବରୁ ମୁଁ ଅନେକ ଥର ଦରଖାସ୍ତ ନେଇ ଯାଇଛି। ତୃତୀୟ ମହଲାରେ ଥିବା ବାବୁମାନଙ୍କୁ ଦରଖାସ୍ତ ଦେଲେ ପଛରେ ଥିବା ଡ଼ଷ୍ଟବିନରେ ଫୋପାଡ଼ି ଦିଅନ୍ତି। ଆମ କାମ ହୋଇପାରେ ନାହିଁ। ହେଲେ ଏବେ ବ୍ୟବସ୍ଥା ବଦଳିଛି। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ଦୁଃଖ ବୁଝୁଛନ୍ତି। ଖୁବଶୀଘ୍ର ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। 

ଅଧିକ ପଢ଼ନ୍ତୁ: ପୁଣି ରାଜନୀତିକୁ ଫେରିବେ କି ରଘୁବର ଦାସ ? ଇସ୍ତଫା ପରେ ବଢିଲା ଚର୍ଚ୍ଚା

Advertisment

କହିଛନ୍ତି, ଆମ ସରକାର ୬ ମାସରେ ଲୋକଙ୍କ ପାଇଁ କାମ କରିଛନ୍ତି । ଶ୍ରୀମନ୍ଦିର ୪ ଦ୍ବାର ଖୋଲିଛି, ସୁଭଦ୍ରା ଯୋଜନା ଓ ଚାଷୀଙ୍କୁ ୩୧୦୦ ଟଙ୍କା ମିଳିଛି। ପୂର୍ବ ସରକାର ବେଳେ ରାଜ୍ୟରେ ଦେଢ଼ ଲକ୍ଷ ପଦବୀ ଖାଲି ପଡ଼ିଛି । ଆମେ ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ, ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ୨୦ ହଜାର ଶିକ୍ଷକ ପଦବୀ ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ଏପଟେ ପୁଣି ପ୍ରସଙ୍ଗକୁ ଫେରିଛି ଚିଟଫଣ୍ଡ । ମୁଖ୍ୟମନ୍ତ୍ରୀ ନିଜେ ଠକେଇ ଶିକାର ହୋଇଥିବା କହିବା ପରେ ତେଜିଲା ଚିଟ୍‌ଫଣ୍ଡ ତାତି । ଦୁଇ ଦିନତଳେ ଜାତୀୟ ଉପଭୋକ୍ତା ଦିବସରେ ଠକେଇର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ବି ଚିଟଫଣ୍ଡ ଠକେଇର ଶିକାର ହୋଇଥିଲି । ଏକ ସରକାରୀ ଏବଂ ବେସରକାରୀ ସଂସ୍ଥା ଠକେଇ କରିଥିଲେ । ୧୯୯୦ ଏବଂ ୨୦୦୨ ରେ ଦୁଇ ଦୁଇ ଥର ଠକେଇର ଶିକାର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପଇସା ଯୋଗାଡ଼ କରି ଦେଲି, ହେଲେ ପରେ ଦେଖିଲା ବେଳେକୁ ସଂସ୍ଥା ଉଭାନ । ୧୯୮୬ ଆଇନରେ ଅପିଲ ବି କରିଥିଲି, କିନ୍ତୁ ରାସ୍ତା ଏତେ ଜଟିଳ ଥିଲା ଯେ ପଇସା ମିଳିଲାନି । ସେଥିପାଇଁ ୧୯୮୬ ଆଇନକୁ ୨୦୧୯ ରେ ସଂଶୋଧନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଗଦର୍ଶନରେ ଏହି ସବୁ ଗଳା ବାଟ ବନ୍ଦ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ: ନା ସିନା ‘ବକ୍ସିଂ ଡେ’, ବକ୍ସିଂ ସହିତ ନାହିଁ କିଛି ସଂପର୍କ; ଜାଣନ୍ତୁ କ’ଣ ପାଇଁ ହୁଏ ପାଳନ

Odisha CM BJD Mohan Majhi CM
Advertisment
Advertisment