Advertisment

Mandi Issues: ମଣ୍ଡିରେ ଅବ୍ୟବସ୍ଥା: କଥା କଟାକଟି ହେଲେ ଦୁଇ ଭାଇ...

ସୁଶାସନ ଦିବସରେ ମିଲର୍ସଙ୍କୁ ଉପ ମୁଖ୍ୟମନ୍ତ୍ରୀଙ୍କ ଧମକ । ସରକାର ପାଖରେ ଅନେକ ବାଟ ଅଛି । କିନ୍ତୁ ଯେଉଁ ମିଲର୍ସ ସରକାରଙ୍କ ନିର୍ଦ୍ଦେଶକୁ ମାନିବେ ନାହିଁ, ସେହି ମିଲର୍ସଙ୍କ ବିଦ୍ୟୁତ ସଂଯୋଗ ବି କଟାଯାଇପାରେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Tension Between Dy CM KV Singh Deo and MLA Kalikesh Singh Deo

Tension Between Dy CM KV Singh Deo and MLA Kalikesh Singh Deo

ଦୁଇ ଭାଇ ମୁହାଁମୁହିଁ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ  ବିଧାୟକ କଲିକେଶ ସିଂଦେଓଙ୍କ କଥା କଟାକଟି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ କହୁଛନ୍ତି ସବୁ ଠିକ ଚାଲିଛି, କଳିକେଶ କହୁଛନ୍ତି ମଣ୍ଡିରେ ବ୍ୟପକ ଅବ୍ୟବସ୍ଥା । 

Advertisment

ସୁଶାସନ ଦିବସରେ ମିଲର୍ସଙ୍କୁ ଉପ ମୁଖ୍ୟମନ୍ତ୍ରୀଙ୍କ ଧମକ । ସରକାର ପାଖରେ ଅନେକ ବାଟ ଅଛି । କିନ୍ତୁ ଯେଉଁ ମିଲର୍ସ ସରକାରଙ୍କ ନିର୍ଦ୍ଦେଶକୁ ମାନିବେ ନାହିଁ, ସେହି ମିଲର୍ସର ବିଦ୍ୟୁତ ସଂଯୋଗ ବି କଟାଯାଇପାରେ । ଲିଫ୍ଟିଂ ଅର୍ଡର ବି ବନ୍ଦ କରିଦିଆଯାଇପାରେ । ଏ କଥା ଦାୟିତ୍ବ ସଂପନ୍ନ ଗଣମାଧ୍ୟମ ପହଞ୍ଚାଇବା ନିହାତି ଦରକାର । ସୁଶାସନ ଦିବସରେ ଏମିତି କିଛି କହିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଶୈଳଶ୍ରୀ ପ୍ୟାଲେସର ପାୱାର କରିଡରରେ ମୁହାଁମୁହିଁ ଭାଇ-ଭାଇ । 

ଅଧିକ ପଢ଼ନ୍ତୁ: ଯାଜପୁର ବିଜେଡିରେ ପଡିଛି ଘଳିଆ, ବିଜେପି କ୍ୟାମ୍ପକୁ ଡେଇଁଲେଣି ମାଳମାଳ ନେତା ଓ କର୍ମୀ

Advertisment

ସାତ ଦିନ ତଳେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ ସାମ୍ବାଦିକ ସମ୍ମିଳନୀ ଡାକି ମିଲର୍ସ ଦେଉଥିବା ଚିରା ଅଖା ବସ୍ତାକୁ ଗଣମାଧ୍ୟମ ଆଗରେ ଦେଖାଇଥିଲେ। କଳିକେଶ ଚିରା ଅଖାକୁ ଦେଖାଇ କହିଥିଲେ ମଣ୍ଡି ବ୍ୟବସ୍ଥାର ଅବସ୍ଥା । ଚାଷୀଙ୍କ ପ୍ରତି ସରକାରଙ୍କ ଦରଦକୁ ନେଇ ସମାଲୋଚନା କରିଥିଲେ କଳିକେଶ । କାକା ପୁଅ ଭାଇ କଳିକେଶଙ୍କ ଅଭିଯୋଗରେ ଅବଗତ ଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୁଶାସନ ଦିବସରେ ମଂଚ ଉପରୁ କଳିକେଶଙ୍କୁ ଜବାବ ଦେଇଥିଲେ । ଅବଶ୍ୟ ଉପହାସ କରି କଳିକେଶଙ୍କୁ ଜବାବ ଦେବା ସମୟରେ ମଂଚରୁ ଉଠି ଆସିଥିଲେ ଦୁଇ ବିଜେଡି ନେତ୍ରୀ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ । 

ବିଜେଡି ବିଜେପିର ତୁ ତୁ...ମେ ମେ... ଭିତରେ ପଛରେ ପଡିନି କଂଗ୍ରେସ । ଚାଷ ଚାଷୀ ଓ ମଣ୍ଡିକୁ ନେଇ ଗଣମାଧ୍ୟମ ସମ୍ମିଳନୀ ଡାକିଥିଲେ ଭେଟେରାନ କଂଗ୍ରେସ ଲିଡର ନରସିଂହ ମିଶ୍ର । ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଗର୍ଜିଥିଲେ ନରସିଂହ । ମଣ୍ଡିରେ ବିନା କଟନୀ ଛଟନୀରେ ଧାନ ଉଠାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି ପାଣିର ଗାର ବୋଲି କହିଥିଲେ ନରସିଂହ । ତେଣୁ ମଣ୍ଡିରେ କଟନୀ ଛଟନୀ ବଦଳରେ ମିଲର୍ସଙ୍କ ସହିତ  ବୁଝାମଣାରେ ଧାନ ଉଠାଇବା ମୁଖ୍ୟ ଯୋଗାଣ ଅଧିକାରୀ ସ୍ବୀକାର କରିଥିବାରୁ, ସି.ଏସ.ଓ, ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନରସିଂହ ।  ଏପରିକି ମିଲ ମାନଙ୍କୁ ଧମକ ଦେଇ ନେତା ଚାନ୍ଦା ଆଦାୟ କରୁଥିବା ସଂଗୀନ ଅଭିଯୋଗ ଆଣିଥିଲେ ନରସିଂହ । ହେଲେ ବିରୋଧିଙ୍କ ଏଭଳି ଅଭିଯୋଗର କଡା ଜବାବ ଦେଇଛନ୍ତି କେ.ଭି । କିନ୍ତୁ ନେତାଙ୍କ କହିବା କଥା ...କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ନେତା । 

ଅଧିକ ପଢ଼ନ୍ତୁ: ବିଜେଡିରେ ଥମୁନି ବିଶୃଙ୍ଖଳା ! କାଲି ହାତାହାତି, ଆଜି ବୟାନବାଜି

BJD BJP Congress
Advertisment
Advertisment