ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି ପୂର୍ବାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରାଜଭବନକୁ ଯାଇଥିଲେ ।
ମୋହନ ସରକାରର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା । ସେକାଳ ପଖାଳ ଆଉ ନାହିଁ । ଗର୍ବ ଛାଡ଼ି ଲୋକପ୍ରତିନିଧିଙ୍କୁ ସମ୍ମାନ କର, ନିୟମିତ ଫିଲ୍ଡ ଭିଜିଟ୍ କରି ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟ ଉପରେ ଗୁରୁତ୍ୱ ଦିଅ ।
ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନି । ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନଯିବାରୁ ଦଳର ପରାଜୟ ହେଲା ବୋଲି କହିଛନ୍ତି ପୂର୍ବତନ ବିଧାୟକ ମହୀଧର ରଣା ।
ଭରତପୁର ଥାନାର ସେହି ଭୟଙ୍କର ଅମାନବିକ କାଣ୍ଡ ବିଷୟରେ କାହାରିକୁ ଅଜଣା ନାହିଁ, ଊଣା ଅଧିକ ପ୍ରାୟ ଆମେ ସଭିଏ ଅବଗତ । ଗତ ୧୫ ତାରିଖ ରାତିରେ ଜଣେ ଆର୍ମି କ୍ୟାପଟେନ୍ ଏବଂ ତାଙ୍କ ଆଇନଜୀବୀ ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ସମଗ୍ର ରାଜ୍ୟ ତଥା ଦେଶରେ କମ୍ପନ ସୃଷ୍ଟି କରିଛି ।
ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ଦଳର ସଦସ୍ୟ ବି କରାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଶଙ୍ଖ ଭବନରେ ନବୀନ ଢେଙ୍କାନାଳ ଜିଲ୍ଲା ସମୀକ୍ଷା କରୁଥିବା ବେଳେ ଅବିନାଶ ଖୋଲାଖୋଲି ତାଙ୍କୁ ନିର୍ବାଚନ ପରାଜୟର କାରଣ କହିଛନ୍ତି।
ପ୍ରଦୀପ ମାଝୀଙ୍କ ପରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । ସୁପ୍ରିମୋଙ୍କ ସାମ୍ନାରେ ବିପର୍ଯ୍ୟୟ ୫ ଗୁମର ଖୋଲିଲେ ଅବିନାଶ ସାମଲ ।
ରୁଟିନ୍ ତିଆରି କରି ଲୋକଙ୍କ ସହ ଯୋଡି ହୁଅ । ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ କ୍ରିୟାଶୀଳ ହୁଅ ।
ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି । କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି। ଚୀନ, ଆମେରିକା ଅପେକ୍ଷା ଆମର ସ୍ଥିତି ଭଲ ବୋଲି କହିଲେ ନଡ୍ଡା।
ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଲେ ଯୋଗାଯୋଗରେ ବହୁ ବିଜେଡି ନେତା । ବିଜେଡିର କାଉଣ୍ଟର 'ଆମ ସଂପର୍କରେ ବି ଅଛନ୍ତି ତାଙ୍କ ଲିଡର' ।
ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଆଗକୁ ବଡ଼ ବଡ଼ ବିସ୍ଫୋରଣ ହେବ । ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ ବିଜେପି ସହ ସମ୍ପର୍କରେ ଅଛନ୍ତି ।
୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ। କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା। ଖୋଦ୍ ନବୀନଙ୍କ ଆଗରେ ଏକଥା କହିଛନ୍ତି…
୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ । କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା ।
ନବୀନ ପଟ୍ଟନାୟକ ବୁଲିଲେ ନାହିଁ କି ସମୟ ଦେଇ ପାରିଲେ ନାହିଁ । ସେ ଦୃଷ୍ଟିରୁ କେତେକ ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଝଟକା । ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀ ବିରୋଧରେ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ ।
ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଆଗରେ ନବରଙ୍ଗପୁର ଜିଲ୍ଲାରେ ପରାଜୟର ୩ ବଡ଼ କାରଣ ରଖିଛନ୍ତି ପ୍ରଦୀପ ମାଝୀ ।
ଗତକାଲି ଶଙ୍ଖ ଭବନରେ ଗଣ୍ଡଗୋଳ। ଆଉ ଆଜି ପାଲଟା ଅଭିଯୋଗ। ଭୁବନେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ ସତେ ଯେମିତି ଥମିବାର ନାଁ ଧରୁନି। ଶଙ୍ଖ ଭବନରେ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୂପକାରଙ୍କୁ ବିରୋଧ ପରେ ଆଜି ଉଭୟ ମୁହଁ ଖୋଲିଛନ୍ତି।
ଗତକାଲି ଶଙ୍ଖ ଭବନରେ ଗଣ୍ଡଗୋଳ। ଆଉ ଆଜି ପାଲଟା ଅଭିଯୋଗ। ଭୁବନେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ ସତେ ଯେମିତି ଥମିବାର ନାଁ ଧରୁନି। ଶଙ୍ଖ ଭବନରେ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୂପକାରଙ୍କୁ ବିରୋଧ ପରେ ଆଜି ଉଭୟ ମୁହଁ ଖୋଲିଛନ୍ତି।
ଭୁବନେଶ୍ୱର ବିଜେଡିରେ ବଢୁଛି ଅନ୍ତଃକନ୍ଦଳ । ଗତକାଲି ଶଙ୍ଖଭବନରେ ହଙ୍ଗାମା ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଅଣିଛନ୍ତି ବିଜେଡିର ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ।
ଆଜି AAP ନେତ୍ରୀ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏ ସମୟରେ ମଧ୍ୟ ସେ ଅରବିନ୍ଦ କେଦ୍ରିୱାଲଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲେ ।
ପ୍ରତ୍ୟାହୃତ ହେଲା ବିଜେଡି ପକ୍ଷରୁ ମଙ୍ଗଳବାର ଭୁବନେଶ୍ବରରେ ହରତାଳ ଡାକରା । ହରତାଳ ପ୍ରତ୍ୟାହାର ନେଇ ପ୍ରେସମିଟ୍ରେ ବିଜେଡି ସୂଚନା ଦେଲା ।
ସୁଭଦ୍ରା ରାଲି ଆୟୋଜନ କଲେ ବୋଲି ବାଲେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ବାଡେଇଲେ । ଭୁବନେଶ୍ୱରରେ 'ମୋ ସେବା' କେନ୍ଦ୍ର ପରିଚାଳକ ବିଜେଡି ସମର୍ଥିତ ହୋଇଥିବାରୁ ବାହାନା ବାଜି କରି ସାଧାରଣ ମହିଳାଙ୍କୁ ଯୋଜନାରୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଛି ।
'କଂଗ୍ରେସ୍ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା' । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ସଭାରେ ଏଭଳି ବକ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ବଢ଼ିଛି ଚର୍ଚ୍ଚା ।