Advertisment

Suryavanshi Suraj Targets VK Pandian: ‘ଭୈରବାନନ୍ଦ ସନ୍ନ୍ୟାସୀ BJDକୁ ବୁଡେଇଲେ, ଏବେ ନେତାଙ୍କୁ ବି ବୁଡେଇବେ’

ସନ୍ନ୍ୟାସୀଙ୍କ ବୁଦ୍ଧିରେ ମାତିଛନ୍ତି ବିଜେଡି ନେତା ! ଭୈରବାନନ୍ଦ ସନ୍ନ୍ୟାସୀ ବିଜେଡିକୁ ବୁଡେଇଲେ, ଏବେ ବିଜେଡି ନେତାଙ୍କୁ ବି ବୁଡେଇବେ! ରୁବେନଙ୍କ ପାଣ୍ଡିଆନ ପଜଲକୁ ଡାଇଭର୍ଟ କରିବାକୁ କଳିଙ୍ଗ ଷ୍ଟାଡିୟମକୁ ପ୍ରସଙ୍ଗ କରିଛନ୍ତି ବିଜେଡି ନେତା। ନାଁ ନନେଇ ପାଣ୍ଡିଆନଙ୍କ ଉପରେ ଏମିତି ବର୍ଷିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

author-image
Sujit kumar Swain
undefined

Suryavanshi Suraj Targets VK Pandian

ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍ କଲେ ସୂରଜ। କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ ଟ୍ରାକରେ ଗାଡ଼ି ଗଡ଼ାଇବା ନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିବାଦକୁ ଟାଣିବା ପରେ ଆଜି ବିଜେଡିକୁ କାଉଣ୍ଟର କରି ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ସୂର୍ଯ୍ୟବଂଶୀ। ପାଣ୍ଡିଆନଙ୍କ ନାଁ ନନେଇ କହିଛନ୍ତି, ଭୈରବାନନ୍ଦ ସନ୍ନ୍ୟାସୀ ବିଜେଡିକୁ ବୁଡେଇଲେ। ଏବେ ବିଜେଡି ନେତାଙ୍କୁ ବି ବୁଡେଇବେ। ତାଙ୍କ କଥାରେ ପଡି ବିଜେଡି ନେତା ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି। ବିଜେଡି କହିଛି, ମନ୍ତ୍ରୀ ସ୍ପଷ୍ଟୀକରଣ ନଦେଇ ଅଯଥା କଥା କହୁଛନ୍ତି।

Advertisment

ସନ୍ନ୍ୟାସୀଙ୍କ ବୁଦ୍ଧିରେ ମାତିଛନ୍ତି ବିଜେଡି ନେତା ! ଭୈରବାନନ୍ଦ ସନ୍ନ୍ୟାସୀ ବିଜେଡିକୁ ବୁଡେଇଲେ, ଏବେ ବିଜେଡି ନେତାଙ୍କୁ ବି ବୁଡେଇବେ! ରୁବେନଙ୍କ ପାଣ୍ଡିଆନ ପଜଲକୁ ଡାଇଭର୍ଟ କରିବାକୁ କଳିଙ୍ଗ ଷ୍ଟାଡିୟମକୁ ପ୍ରସଙ୍ଗ କରିଛନ୍ତି ବିଜେଡି ନେତା। ନାଁ ନନେଇ ପାଣ୍ଡିଆନଙ୍କ ଉପରେ ଏମିତି ବର୍ଷିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ ଟ୍ରାକରେ ଗାଡ଼ି ଗଡିବା ପ୍ରସଙ୍ଗରେ ସଫେଇ ରଖି ସୂର୍ଯ୍ୟବଂଶୀ କହିଛନ୍ତି, ଅଭାବନୀୟ ପରିସ୍ଥିତି ପାଇଁ ମୋ ଗାଡ଼ି ଗଡିଥିଲା। କିନ୍ତୁ ନିର୍ବାଚନ ବେଳେ ରାଜ୍ୟର ସମସ୍ତ ଖେଳପଡ଼ିଆରେ ହେଲିକେପ୍ଟର ଓହ୍ଲେଇବା କେଉଁ ପ୍ରକାର ପରିପକ୍ୱତା ଥିଲା ? ପୂର୍ବରୁ କଳିଙ୍ଗ ଷ୍ଟାଡିୟମକୁ ବି ମନ୍ତ୍ରୀଙ୍କୁ ଛଡ଼ା ଯାଉନଥିଲା। ଗୋଟିଏ ଲୋକ ବଗଭଳିଆ ଟୁଙ୍ଗୁ ଟୁଙ୍ଗୁ ହୋଇ ଭିଡିଓ ଛାଡୁଥିଲେ। ଶ୍ରଦ୍ଧାର ସହ ମସାଜ ହେଉଥିଲେ। ସୂରଜ ଆହୁରି ମଧ୍ୟ କହିଛନ୍ତି, ଭୈରବାନନ୍ଦ ସନ୍ନ୍ୟାସୀ ବାବୁଙ୍କ କଥାରେ ପଡି ବିଜେଡି ନେତା ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି। ସେ ଦଳକୁ ବୁଡେଇ ଦେଲେ, ଏବେ ଲେନିନ, ତୁଷାରକାନ୍ତି, ମନ୍ମଥକୁ ବୁଡେଇ ବାକୁ ବସିଛନ୍ତି। ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ଗଣ୍ଡଗୋଳ, ରୁବେନ ବାନାର୍ଜୀଙ୍କ ପାଣ୍ଡିଆନ ପଜଲ୍ ପ୍ରସଙ୍ଗକୁ ଡାଇଭର୍ଟ କରିବାକୁ ବିଜେଡି ନେତା ଏମିତି କହୁଛନ୍ତି ବୋଲି ସୂରଜ କହିଛନ୍ତି। 

ଅଧିକ ପଢନ୍ତୁ: କାହିଁକି ନବୀନ ବିଲକୁ ଯିବାକୁ ବାଧ୍ୟ ହେଲେ ? କ୍ଷେତ ବୁଲାକୁ ନେଇ ଜୋର ଧରିଲା ରାଜନୀତି...

Advertisment

କଳିଙ୍ଗ ଷ୍ଟାଡିୟମ୍ ଆଥଲେଟିକ୍ ଟ୍ରାକରେ କ୍ରୀଡା ମନ୍ତ୍ରୀଙ୍କ ଗାଡି ଗଡ଼ିବା ନେଇ ଗତ ରବିବାର ସୂର୍ଯ୍ୟବଂଶୀଙ୍କୁ ଟାର୍ଗେଟ କରିଥିଲା ବିଜେଡି। ପୂର୍ବତନ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଥଲେଟଙ୍କ ଟ୍ରାକରେ କହିଁକି ମନ୍ତ୍ରୀଙ୍କ ଗାଡି ଗଡିଲା ବୋଲି ପ୍ରଶ୍ନ କରିଥିଲେ। ଏକ ଜରୁରୀ ଏବଂ ଅଭାବନୀୟ ପରିସ୍ଥିତିରେ ଗାଡି ଗଡିଥିବା ସ୍ପଷ୍ଟୀକରଣ ରଖିଥିଲେ ସୂର୍ଯ୍ୟବଂଶୀ। ପରବର୍ତ୍ତୀ ସମୟରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ ସୂର୍ଯ୍ୟବଂଶୀଙ୍କୁ ଟାର୍ଗେଟ କରି ତାଙ୍କୁ ଅପରିପକ୍ୱ ବୋଲି କହିଥିଲେ। ଆଜି ସୂର୍ଯ୍ୟବଂଶୀଙ୍କ କଡା କାଉଣ୍ଟର ପରେ ଲେନିନ କହିଛନ୍ତି, ବିଜେଡି ଯେଉଁ ପ୍ରଶ୍ନ ପଚାରିଥିଲା ତାର ଉତ୍ତର ମନ୍ତ୍ରୀଙ୍କ ପାଖେ ନାହିଁ। 

କାହିଁକି ସୂର୍ଯ୍ୟବଂଶୀଙ୍କ ଟାର୍ଗେଟରେ ପାଣ୍ଡିଆନ ? ସତରେ କଣ ଏବେ ବି ପାଣ୍ଡିଆନଙ୍କ ଇସାରାରେ ପରିଚାଳିତ ହେଉଛି ବିଜେଡି ? ତେବେ ସୂର୍ଯ୍ୟବଂଶୀଙ୍କ ଅଭିଯୋଗ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢନ୍ତୁ: ଟଳି ପଡିଥିଲେ ରଥୀ ମହାରଥୀ, ଧରାଶାୟୀ ହୋଇଥିଲେ ଦଳପତି

VK Pandian
Advertisment
Advertisment