Advertisment

ରୁହନ୍ତୁ ସତର୍କ ! ଆଜି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା...

ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Heavy Rainfall Alert For Odisha

Very To Very Heavy Rainfall In 7 Districts Of Odisha

ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଘଟୁଥିବା ବେଳେ ଗତକାଲି ମାଲକାନଗିରି ଜିଲ୍ଲାର ବାୟାପଡ଼ା ଘାଟିରେ ଭୁସ୍ଖଳନ ଯୋଗୁ ୧୯ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଦୁର୍ଗମ ଅଞ୍ଚଳରେ ବଢ଼ିଯାଇଛି ଦୁର୍ଦ୍ଦଶା।

Advertisment

ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଲାଙ୍ଗିର, ବରଗଡ଼, ନୂଆପଡ଼ାକଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଗଜପତିଗଞ୍ଜାମ, ଅନୁଗୁଳ, କଟକ ଏବଂ ଢେଙ୍କାନାଳ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣି ଜାରି ହୋଇଛି।

ସେପଟେ ଆସନ୍ତା ୨୪ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କେଉଁଠି ଭୁସ୍ଖଳନ ତ କେଉଁଠି ଯୋଗାଯୋଗ ବିଚ୍ଛିନ୍ନ ମଧ୍ୟ ହୋଇପାରେ। ସମ୍ଭାବ୍ୟ ସ୍ଥିତିକୁ ଦେଖି ପାଣିପାଗ ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି।

Advertisment

ଅନ୍ୟପକ୍ଷେ, ଆସନ୍ତା ୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବା ନେଇ ସୂଚନା ରହିଛି।

Weather Update Rainfall Alert Heavy Rainfall Alert
Advertisment
Advertisment