• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟଙ୍କା ଲୋଭରେ ଫସିଲେ ସରକାରୀ ଡାକ୍ତର । ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇବା ପରିବର୍ତ୍ତେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ସମ୍ବଲପୁର ଖାଉଟି ଅଦାଲତ ଜଣେ ରୋଗୀଙ୍କ ଦ୍ୱାରା ରୁଜୁୁ ମାମଲାର ବିଚାର କରି ଅପରପକ୍ଷ ମାନଙ୍କୁ ୮୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ୨ ଜଣ ଡାକ୍ତର ଓ ଘରୋଇ ନର୍ସିଂହୋମ ସମେତ ୪ ଜଣ ପ୍ରତିପକ୍ଷ ରହିଛନ୍ତି ।

ଆବେଦନକାରୀଙ୍କ ଓକିଲଙ୍କ କହିବା ଅନୁସାରେ, ସଡ଼କ ଦୁର୍ଘଟଣାରେ ପୀଡିତ ଯୁବ ସପ୍ଟଓେୟାର ଯନ୍ତ୍ରୀ ସୁମିତ ଦାଶ ଗୁରୁତର ଭାବେ ଆହତ ହୋଇଥିଲେ । ସୁମିତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ଭୀମସାର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଅର୍ଥ ଲୋଭରେ ଭିମ୍‌ସାରର ଜଣେ ଡାକ୍ତର ରୋଗୀଙ୍କ ପରିଜନଙ୍କୁ ପ୍ରବର୍ତ୍ତାଇ ବୁର୍ଲାରୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନା ସ୍ଥାନ୍ତାନ୍ତର କରିବା ପାଇଁ କହିଥିଲେ । କିନ୍ତୁ ଚିକିତ୍ସାରେ ଅବହେଳା ଯୋଗୁ ସଂପୃକ୍ତ ରୋଗୀ ଯୁବ ସପ୍ଟଓେୟାର ଯନ୍ତ୍ରୀ ସୁମିତ ଦାଶ ଭିନ୍ନକ୍ଷମ ହୋଇଯାଇଥିଲେ ।

ତେବେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଓ ଭୁଲ ଚିକିତ୍ସା ଯୋଗୁ ଆହତଙ୍କ ଶାରିରୀକ ସମସ୍ୟା ସୃଷ୍ଟି ହେବା ସହ ଆର୍ଥିକ କ୍ଷତି ଘଟିଥିଲା । ଏହାପରେ ସୁଅ ମୁହଁରେ ଟଙ୍କା ଖର୍ଚ୍ଚ ହୋଇଥିଲା । ଏନେଇ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ଆବେଦନକାରୀ । ସେପଟେ ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ଖାଉଟି ଅଦାଲତର ଦ୍ୱାରସ୍ଥ ହେବେ ବୋଲି ତତ୍କାଳୀନ ନର୍ସିଂହୋମ ମାଲିକଙ୍କ ପକ୍ଷରୁ ତାଙ୍କ ଓକିଲ କହିଛନ୍ତି ।