Advertisment

ବାପାମା ଛେଉଣ୍ଡ ଶିଶୁକୁ ମିଳିବ ମା’ର ସ୍ନେହ, ସମ୍ବଲପୁରରୁ ଫିନଲ୍ୟାଣ୍ଡ ଯିବ 'ଖୁସି'

'ଖୁସି'ର ଖୁସି କହିଲେ ନସରେ.. ଫିନଲ୍ୟାଣ୍ଡର ଲୌରା ଏଲେନା ଖୁସିକୁ ପୋଷ୍ୟ କନ୍ୟା କରିଛନ୍ତି

author-image
Prangyan Parimita
ଅଦ୍ୟତନ ହୋଇଛି
Adoption

Adoption

ସେ ଆଉ ଅନାଥ ହୋଇ ରହିବନି ...ବାପାମା’ଙ୍କ କୋଳରେ ଖେଳିବ..ଅଝଟ ହେଲେ ବୁଝାଇବାକୁ ପୂରା ପରିବାର ମିଳିଯାଇଛି । ଦିନେ ଭାଗବାନ କୁନି ଶିଶୁଠୁ ତା’ ବାପାମା’ଙ୍କୁ ଛଡ଼ାଇ ନେଇଥିବା ବେଳେ ଏବେ ଦେଇଛନ୍ତି ଏକ ନୂତନ ପରିବାର।ବାପା ମା ଛେଉଣ୍ଡ କୋମଳମତି ଶିଶୁ କନ୍ୟା ଖୁସି ଏବେ ଯିବ ଫିନଲ୍ୟାଣ୍ଡ।

Advertisment

ସମ୍ବଲପୁର ଶିଶୁ ଯତ୍ନ ଅନୁଷ୍ଠାନରେ ରହି ଲାଳନ ପାଳନ ହେଉଥିବା ଖୁସିକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଛନ୍ତି ବିଦେଶୀ ଦମ୍ପତି । ପୂର୍ବରୁ ଏହାର ଆଇନଗତ ପ୍ରକ୍ରିୟା ସମ୍ପାଦିତ ହୋଇଥିବା ବେଳେ ଗତକାଲି ଫିନଲ୍ୟାଣ୍ଡର ମହିଳା ଲୌରା ଏଲେନା ଖୁସିକୁ ଜିଲ୍ଲା ପ୍ରଶାସନ ଠାରୁ ନିଜ କୋଳକୁ ନେଇଛନ୍ତି । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେରେ ଲୌରା ଖୁସିକୁ ଗ୍ରହଣ କରି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ଏବଂ ଜିଲ୍ଲାପାଳ ଅନନ୍ୟା ଦାସ ଶିଶୁର ନୂତନ ମାଆ ଲୌରାଙ୍କ ସହ ସମସ୍ତ ବିଷୟ ଆଲୋଚନା କରିଥିବା ବେଳେ ଶିଶୁ କନ୍ୟାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଉପ ଜିଲ୍ଲାପାଳ ମିତାଲି ମଧୁସ୍ମିତା ଦଳେଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Advertisment
Child Adoption
Advertisment
Advertisment