/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689508676.jpg)
V.K Pandian
ପୁଣି 5T ସଚିବଙ୍କୁ କଡ଼ା ବିରୋଧ ! 5T ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ଉତ୍ତେଜନା ଦେଖାଦେଇଛି । କିଛି କଲେଜ୍ ପିଲା ଚେୟାର ପିଙ୍ଗା ଫୋପଡା କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି ।
ସୂଚନା ମୁତାବକ ସମ୍ବଲପୁର ଧନକଉଡ଼ାରେ ଗତକାଲି 5T ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ସଭାସ୍ଥଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ସେଠାରେ ଉପସ୍ଥିତ ଥିବା କିଛି କଲେଜ୍ ପିଲା ଚେୟାର ପିଙ୍ଗା ଫୋପଡା କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି । ତେବେ କାହିଁକି ଏଭଳି ସ୍ଥିତି ସୃଷ୍ଟି ହେଲା ତା’ର କାରଣ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
କାର୍ଯ୍ୟକ୍ରମ ଶେଷ ପରେ 5T ସଚିବ ସେଠାରେ ଚାଲି ଯାଇଥିଲେ। ଏହାପରେ ଏଭଳି ଅପ୍ରୀତିକର ଘଟଣା ଘଟିଥିବା କୁହାଯାଉଛି । ସେପଟେ ଧନକଉଡ଼ା କାର୍ଯ୍ୟକ୍ରମ ଲାଗି ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀଙ୍କୁ ଅଣାଯାଇଥିବା ଅଭିଯୋଗ ହୋଇଛି ।
ଏପରିକି ସମ୍ବଲପୁରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜରେ ଗତକାଲି ପିଲାମାନଙ୍କର ଇଣ୍ଟରନାଲ୍ ପରୀକ୍ଷା ଥିବା ସତ୍ତ୍ୱେ ପରୀକ୍ଷା ବାତିଲ କରାଯାଇ ପିଲାମାନଙ୍କୁ 5T ସଚିବଙ୍କ କାର୍ଯ୍ୟକ୍ରମକୁ ପଠାଯାଇଥିବା କିଛି ଛାତ୍ର ଅଭିଯୋଗ କରିଛନ୍ତି । ତେବେ ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ସେପଟେ 5T ସଚିବଙ୍କ ଗସ୍ତକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି । ରେଢ଼ାଖୋଲ ଏବଂ ଦେବଗଡ଼ରେ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଜୋରଦାର ବିରୋଧ ହୋଇଛି । ପାଣ୍ଡିଆନଙ୍କ ରେଢ଼ାଖୋଲ ଗସ୍ତକୁ ରାଜନୈତିକ ଗସ୍ତ ବୋଲି କହିବା ସହ କଳା ପୋଷାକ ପିନ୍ଧି ଗଣଧାରଣା ଦେଇଛି ବିଜେପି । ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଧାରଣାରେ ବସିଛନ୍ତି ବିଜେପି କର୍ମୀ । ରେଢ଼ାଖୋଲର ବିକାଶ ୨୨ ବର୍ଷରେ ଯାହା ହୋଇଛି ସମସ୍ତଙ୍କୁ ଜଣା ।
ଏବେ ନିର୍ବାଚନ ଆସିବାରୁ ସଚିବଙ୍କର ମନେ ପଡ଼ିଲା ବୋଲି କହିଛନ୍ତି ବିଜେପି କର୍ମୀ । ସେହିପରି ଦେବଗଡରେ ମଧ୍ୟ ଫାଇଭ୍-ଟି ସଚିବଙ୍କୁ ବିଜେପି ବିରୋଧ କରିଛି । ଫାଇଭ୍-ଟି ସଚିବ ଆସିବ ପୂର୍ବରୁ କଳା ପତାକା ଓ କଳା ଡ୍ରେସ ପିନ୍ଧି ରାଧା କୃଷ୍ଣ ମନ୍ଦିର ଛକରୁ ଶୋଭାଯାତ୍ରାରେ ଯାଇ ବିକ୍ଷୋଭ କରିଛନ୍ତି ବିଜେପି କର୍ମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)