• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶିମିଳିପାଳରେ ୨ ଜଣ ଫରେଷ୍ଟରଙ୍କୁ ଶିକାରୀ ଗୁଳିକରି ହତ୍ୟା କରିବା ପରେ ଆନ୍ଦୋଳନରେ ବନ କର୍ମଚାରୀ । କାର୍ଯ୍ୟରେ ଥିଲେ ବି ବନ କର୍ମଚାରୀ ପାଟ୍ରୋଲିଂ କରିବାକୁ ଯାଉନାହାନ୍ତି । ଏଭଳି ସ୍ଥଳରେ ଗାଁରେ ପଶି ହାତୀ ଉତ୍ପାତ କରୁଛନ୍ତି । କେଉଁଠି ଲୋକଙ୍କୁ ମାରିଲେଣି ତ କେଉଁଠି ଘର ଦ୍ୱାର ଭାଙ୍ଗିଲେଣି । ଏଭଳି ସ୍ଥଳରେ କିଏ ଦେବ ଲୋକଙ୍କୁ ସୁରକ୍ଷା ତାକୁ ନେଇ ଉଠିଛି ପ୍ରଶ୍ନ ।

ଗତକାଲି ରାଜଧାନୀରେ ଶିଖରଚଣ୍ଡୀ ପାହାଡ ତଳେ ହାତୀ ଉତ୍ପାତ ଦେଖିବାକୁ ମିଳିଥିଲା । ଭରତପୁର ଜଙ୍ଗଲରୁ ୩ଟି ହାତୀ ଆସି ଗଣେଶ ବିହାର ଅଞ୍ଚଳରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ତେବେ ବନ କର୍ମଚାରୀଙ୍କୁ ଖବର ଦେବା ପରେ ବି ଆସିନଥିବା କହିଥିଲେ ଲୋକେ।

ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ସମ୍ବଲପୁର ଏବଂ ଅନୁଗୁଳର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଯୁଯୁମୁରା ରେଞ୍ଜ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା କନସର ଗାଁରେ ଜଣେ ଢାବା ମାଲିକ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତକ ହେଲେ ଗୋପାଳ ପ୍ରଧାନ । ସେ ରାତିରେ ଢାବା ସାମ୍ନାରେ ଶୋଇଥିବା ବେଳେ ଦନ୍ତାହାତୀ ତାଙ୍କୁ ଦଳିଦେଇଛି ।

ସେହିପରି ବଡ଼ମାଳ ରେଞ୍ଜ ବୁଢିଖମାର ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ମଧ୍ୟ ହାତୀ ଆକ୍ରମଣରେ ଦୁଇଜଣଙ୍କ ଜୀବନ ଯାଇଛି । ଗଡ଼ତରାସ ପଞ୍ଚାୟତ ଅରାଡିହ ଗାଁର ଅରୁଣ ପ୍ରଧାନ ନିଜ ବଗିଚାରେ ବାଡ଼ ଦେଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ସାନକନ୍ତକୂଳ ଗାଁର ଶ୍ରୀନିବାସ ସାହୁ କୌଣସି କାମରେ ଘରୁ ବାହାରକୁ  ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି ।

  • Reported by:
  • BIRAJA DAS