Advertisment

ଆସିଲା ଚାଞ୍ଚଲ୍ୟକର ତଥ୍ୟ ! ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ...

ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ। ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Naba Das murder case

Naba Das murder case

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଓଟିଭି ହାତରେ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ। ଓଟିଭି ହାତରେ ଲାଗିଥିବା ୫ ଶହ ପୃଷ୍ଠାର ଚାର୍ଜସିଟ୍‌ରେ କ୍ରାଇମବ୍ରାଞ୍ଚ ଏଭଳି କିଛି ତଥ୍ୟ ରଖିଛି। ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ। ଏନେଇ ସେ ବାରମ୍ବାର ପ୍ରୟାସ କରି ବିଫଳ ହୋଇଥିଲା।

Advertisment

ବ୍ରଜରାଜନଗରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍ ମାରିଥିଲା ଗୋପାଳ। ସେହି ଦିନଠୁ ନିଜ ସର୍ଭିସ୍ ପିସ୍ତଲରେ ଗୁଳି ଲୋଡ୍ କରି ବି ରଖିଥିଲା। ହତ୍ୟାର କାରଣ ସମ୍ପର୍କରେ ବି ଚାର୍ଜସିଟ୍‌ରେ ସମ୍ୟକ ତଥ୍ୟ ରଖାଯାଇଛି। ଗୋପାଳ ବଡ଼ମାଲ ଥାନାରେ ଥିବାବେଳେ ଅନେକ ସମୟରେ ଟ୍ରାଫିକ୍ ଡ୍ୟୁଟି କରୁଥିଲେ।

ନିର୍ବାଚନ ବେଳେ ଦିନେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ ଗୋପାଳ। ଏହି ସମୟରେ ନବ ଦାସଙ୍କ ସମର୍ଥକ ତାଙ୍କୁ ଧମକାଇବା ସହ ଗାଳିଗୁଳଜ କରିଥିଲେ। ଫଳରେ ଗୋପାଳ ଗାଡ଼ି ଯାଞ୍ଚ ନକରି ସେଠୁ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ନବଙ୍କ ସମର୍ଥକଙ୍କ ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ଭାବି ଏତେ ବଡ଼ କାଣ୍ଡ ଗୋପାଳ ଭିଆଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ହୋଇଛି।

Advertisment
Advertisment
Advertisment