/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688470332.jpg)
Clash Between Student Groups
ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭୀମସାର ଏବଂ ବ୍ରହ୍ମପୁର ଏମ୍କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ୟୁଫୋରିଆ ଚାଲୁଥିବା ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଦେଖାଯାଇଛି । ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ ।
ବସ୍ ଭିତରେ ଥିବା ଏକ ଛାତ୍ର ଗୋଷ୍ଠୀକୁ ଫାୟାର ଏକ୍ସଟିଂଗୁଇସରରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷଙ୍କ ମୁହାଁମୁହିଁରେ କିଛି ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଛାତ୍ରଗୋଷ୍ଠୀ ଗଣ୍ଡଗୋଳ ସଂପର୍କରେ କିଛି ଜାଣି ନଥିବା କହିଛନ୍ତି ଅଧୀକ୍ଷକ । ସେ କହିଛନ୍ତି ଘଟଣା କଣ ହୋଇଛି, ଖବର ସଂଗ୍ରହ ଚାଲିଛି । ଖବର ଆସିଲେ ଯାହା ଜଣାପଡ଼ିବ ।
ସେପଟେ ପୁଣି ଅଶାନ୍ତ ହୋଇଛି ଭୁବନେଶ୍ୱର ବିଜେବି କଲେଜ । ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । କ୍ଲାସରୁମ୍ରେ ମାଡ଼ମାରିବା ସହ ୩ ଜଣ ଛାତ୍ରଙ୍କୁ ଅଟକ ରଖିଲେ । ଜଣେ କୌଶଳକ୍ରମେ ଖସି ଆସି ବଡ଼ଗଡ଼ ଥାନାରେ ଜଣାଇଲେ । ଥାନାରେ ଜଣାଇବା ପରେ ୨ ଜଣଙ୍କୁ ଉଦ୍ଧାର କଲା ପୋଲିସ ।
ତେବେ ନିଜ ଗୋଷ୍ଠୀରେ ସାମିଲ କରିବାକୁ ଏକ ନିର୍ଦ୍ଧିଷ୍ଟ ଦଳର ଛାତ୍ରନେତା ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଗଣ୍ଡଗୋଳ ଓ ମାରପିଟ୍ରେ ରାଜନୈତିକ ଗୋଷ୍ଠୀର କିଛି ଛାତ୍ର ଥିବା ବେଳେ କିଛି ଅଣଛାତ୍ର ମଧ୍ୟ ସାମିଲ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)